ତୁମେ ଥିଲ ବୋଲି

Tume Thila Boli

ତୁମେ ଥିଲ ବୋଲି
ଅଜଣା ମୁହଁ ସବୁ
ଚିହ୍ନା ହୋଇଗଲେ,
ସତ୍ତା ହରାଉଥିବା
ଶିଳା ଖଣ୍ଡ ସବୁ
ପର୍ବତର ରୂପ ନେଲେ,
ଅସ୍ପୃଶ୍ୟ ମଣିଷ ଗୁଡ଼ାକ
ଗାଁ ଦାଣ୍ଡେ ଚାଲିବାର
ସାହସ ପାଇଲେ !

ତୁମେ ଥିଲବୋଲି
ଚୁପଚାପ ରହୁଥିବା
ଦ୍ରୌପଦୀ, କୁନ୍ତୀ ଆଦି
ମୌନ ଭଙ୍ଗ କଲେ,
ଚାରି କାନ୍ଥେ ସୀମିତ ଥିବା
ଶବ୍ଦ ସବୁ ସମାଜରେ
ବିପ୍ଳବ ଆଣିଲେ !

ଏବେ ସବୁ ଓଲଟ ପାଲଟ
ଭାଗ ଭାଗ ହେବା ପାଇଁ
ଚାଲେ ସର୍ବତ୍ର ସଂଘର୍ଷ,
କହିବାର ସ୍ୱରକୁ
ଚୁପ ରହିବାକୁ ନିର୍ଦେଶ,
ଆତ୍ମପ୍ରଚାର ପାଇଁ
ସର୍ବଦା ପ୍ରୟାସ,
ତୁମ କଥା ମନେପଡ଼େ
ହେ ବାପୁ,
ଥରୁଟିଏ ଆସ !

– ଦେବେନ୍ଦ୍ର ନାଥ ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...