ଜ୍ୱରରେ ପୀଡ଼ିତ କାଳିଆ ସାଆନ୍ତ,
ବ୍ରହ୍ମାଣ୍ଡ ଠାକୁର ବୋଲି ତତେ ବୋଲାଏ ଜଗତ ।
ଜ୍ୱରରେ କମ୍ପୁଛୁ ଆହେ ବ୍ରହ୍ମାଣ୍ଡ ଗୋସାଇଁ,
ଚିକିତ୍ସିତ ହେଉ ଅଣସର ଘରେ ରହି ।
ଦୁଃଖୀ ରଙ୍କିଙ୍କ ସାଥି ବୋଲାଉରେ ତୁହି,
ରତ୍ନବେଦୀ ଛାଡ଼ି ଆସିଲୁ ତୁ ଧାଇଁ ।
ଜଗତର ନାଥ ଆହେ ଜଗନ୍ନାଥ,
ତୋ ଦର୍ଶନ ପାଇଁକି ଚାହିଁ ରହିଛି ତୋରି ଭକତ ।
ବଡ଼ ଦେଉଳ ଆଜି ଲାଗେ ଖାଲି ଖାଲି,
ଭଲ ବି ଲାଗେନି ଆଜି ଶରଧାର ବାଲି,
ଫୁଲୁରି ତେଲର ସେବା ତତେ ଲାଗି ହେବ,
ଦୁଃଖୀ ରଙ୍କି ମଲେ କିଏ କାହିଁ ବା ଶୁଣିବ?
ରତ୍ନସିଂହାସନ ଅଧିକାରୀ ତୁ କାଳିଆ ଠାକୁର,
ତତେ କି ବା ଶୁଭୁନି ସେ କରୁଣର ସ୍ୱର?
– ରଂଜିତା ଦାସ