କଥାରେ ଅଛି କାହାର ହୃଦୟରେ ପ୍ରବେଶ କରିବାକୁ ହେଲେ ପେଟ ଦେଇ ଯିବାକୁ ପଡ଼େ, ଅର୍ଥାତ ସେ ଲୋକର ଖାଇବାର ରୁଚି ବିଷୟରେ ଆଗ ଜାଣିବାକୁ ପଡ଼େ । ସେଇଥିପାଇଁ ଆଜି ଅକାଳର ଅଗଣାରେ ଅତିଥି ଭାବରେ ସେମିତି ଜଣେ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛି, ଯିଏକି ଖାଇବାଠାରୁ ଖୁଆଇବାରେ ଅଧିକ ରୁଚି ରଖନ୍ତି । ଆସନ୍ତୁ ତାଙ୍କ ବିଷୟରେ ଅଧିକ ଜାଣିବା ଆଉ ମନ ଖୋଲି କେଇପଦ କଥା ହେବା ।
Q1: Usually doctor parents wish their kids to go for medicine as a profession. How could you convince your family especially your father?
Ans:- I didn’t need to convince him actually. Though he wanted me to be a doctor, he was very supportive of my decision. Because he could see that apart from being an average student, being a Doctor needs certain commitment & mental prep which I clearly lacked at that point. The only thing he told me was, “This is your life & you should choose what you think can take you ahead but remember one thing – What you choose today will feed you and your family for the rest of your life. So choose wisely.”
Q2: You joined a course which was probably not very known especially in Odisha, way back in 1997. How did you come to know about IHM?
Ans:- I was very interested in hotels from the beginning but didn’t know there is a course like HotMan. I had almost settled for MBA when I came across an adv. of a private college. I got curious and delved deeper to arrive at the doorstep of IHM. There was no looking back after that.
Q3: ସମସ୍ତେ ଡାକ୍ତରୀ ଇଞ୍ଜିନିଅରିଙ୍ଗ ପଢ଼ିବା ପାଇଁ ଯାଉଥିଲାବେଳେ ଆପଣ ହୋଟେଲ ମ୍ୟାନେଜମେଣ୍ଟ ପଢ଼ିବାକୁ ସ୍ଥିରକରି କେବେ ନିରାଶାର ସମ୍ମୁଖୀନ ହୋଇଥିଲେ କି?
Ans:- ବହୁତ ଥର ହେଇଛି । ମୋ ଅପେକ୍ଷା ମୋ ବାପା ବହୁତ କଥା ଶୁଣିଛନ୍ତି । ପାରିବାରିକ ଓ ସାମାଜିକ ସ୍ତରରେ । ଯଦିଓ ମୁଁ କେବେ ବି ନିରାଶ ହେଇନି କିନ୍ତୁ ବେଳେ ବେଳେ ଦୁଃଖ ଲାଗୁଥିଲା ଯେ ମୋ ପାଇଁ ହୁଏତ ବାପା କେବେ ବି ଗର୍ବ କରି ପାରିବେନି । କିନ୍ତୁ Air India ପାଇଁ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ପରିବେଷଣ କଲା ପରେ ବାପା ବହୁତ ଖୁସି ହେଇଥିଲେ ।
Q4: ଖୋର୍ଦ୍ଧାରୁ ବହାରିନ ଯାତ୍ରା ଭିତରେ ନିଶ୍ଚୟ ଖଟାମିଠା ବହୁତ କାହାଣୀ ଥିବ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପକାଇଥିବା ସେମିତି କିଛି କାହାଣୀ ଆମସହ ବାଣ୍ଟିବେ କି?
Ans:- ମୁଁ ମୋର ୨ଜଣ ଭଉଣୀଙ୍କ ବାହାଘରରେ ଅନୁପସ୍ଥିତ ଥିଲି କାର୍ଯ୍ୟବ୍ୟସ୍ଥତା ଯୋଗୁଁ । ଯେଉଁଦିନ ମୋ ବଡ଼ ଭଉଣୀର ବାହାଘର, ତା’ର ଦିନେ ଆଗରୁ ମୁଁ ମୋର ପ୍ରଥମ ବିଦେଶ ଗସ୍ତରେ ଯାଇଥିଲି । ତେଣୁ ଅନୁଭୂତି ଖଟା କି ମିଠା ବୋଲି କହିବିନି ବରଂ ମିଶ୍ର ଅନୁଭୂତି କହିଲେ ଠିକ ହେବ । ପ୍ରତିକୂଳ ପରିସ୍ଥିତି ଅନେକ ଥର ଆସିଛି କିନ୍ତୁ ସବୁଥିରୁ ମୁଁ କିଛି ଶିଖିଛି ।
Q5: ଆପଣଙ୍କ ହିସାବରେ ସେଫ୍ମାନଙ୍କ (chef) ବିଦ୍ୟା କେଉଁଥିରେ ଯିବ? କଳା, ବିଜ୍ଞାନ ନା ବାଣିଜ୍ୟ?
Ans:- ତିନିଟି ଯାକ ପ୍ରଯୁଜ୍ୟ । ଦୁନିଆରେ ଅନ୍ୟସବୁ କଥା ଭଳିଆ ରୋଷେଇ ମଧ୍ୟ ବିଜ୍ଞାନଦ୍ୱାରା ପରିଚାଳିତ । ଆଜିକାଲି ସୋସିଆଲ ମିଡ଼ିଆ ଯୁଗରେ ଖାଦ୍ୟ ଭଲ ଦେଖା ଯିବା ବି ଅତ୍ୟନ୍ତ ଆବଶ୍ୟକ; ତେଣୁ କଳା । ବାକି ଯେହେତୁ ଏହା ପେଶା, ତେଣୁ ବାଣିଜ୍ୟ ତ ଅଭିନ୍ନ ।
Q6: ବାସ୍ତବରେ ଜଣେ ସେଫ୍ଙ୍କର ପ୍ରକୃତ ଭୂମିକା କ’ଣ?
Ans:- ଅନ୍ୟ କୌଣସି ଚାକିରୀ ଭଳିଆ ସାଙ୍ଗଠନିକ ଭାବରେ ଯେତେ ଉପରକୁ ଉଠିବେ ଆପଣଙ୍କର ଭୂମିକାରେ ମଧ୍ୟ ପରିବର୍ତ୍ତନ ଘଟେ । ଭଲ ରୋଷେଇ କରିବା ଛଡ଼ା ସାଙ୍ଗଠନିକ ଦକ୍ଷତା, ସାମାନ୍ୟ ଗଣିତ, ସାମାନ୍ୟ ଇଂରାଜୀ, ତର୍କସଂଗତ ହେବା ଆଉ ନିଜ ଅପେକ୍ଷା ଟିମ୍କୁ ପ୍ରେରଣା ଆଉ ମହତ୍ତ୍ୱ ଦେବା ଜରୁରୀ । ଆବଶ୍ୟକତା ଅନୁସାରେ ବ୍ୟବସାୟୀ ଓ ଖଟିଖିଆ, ୨ଟିଯାକ ଭୂମିକା ପାଇଁ ମାନସିକ ପ୍ରସ୍ତୁତି ଆବଶ୍ୟକ ।
Q7: ବୃତ୍ତିଗତ ଜୀବନରେ ସମସ୍ତଙ୍କର ଜଣେ ଜଣେ ‘ଗଡ୍ ଫାଦର’ ଥାଆନ୍ତି । ଆପଣ କାହାକୁ ନିଜର ‘ଗଡ୍ ଫାଦର’ ମାନନ୍ତି?
Ans:- ପ୍ରକୃତରେ କହିବାକୁ ଗଲେ ମୋର ‘ଗଡ୍ ଫାଦର’ କେହି ବି ନାହାନ୍ତି । କିନ୍ତୁ କିଛି ଲୋକ ମତେ ଉତ୍ସାହ ଆଉ ପ୍ରେରଣା ଦେଇଛନ୍ତି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ । ଯେମିତି ସେଫ୍ ସେବାଷ୍ଟିଆନ ମ୍ୟାଥ୍ୟୁ, ଶ୍ରୀ ସଞ୍ଜୟ ମେହଟା ଆଉ ଶ୍ରୀ ଶାନ୍ତାରାମ ଶେଟ୍ଟି ।
Q8: ଆପଣ ଖାଦ୍ୟ ପ୍ରସ୍ତୁତିକୁ ନେଇ ବହୁତ ପରୀକ୍ଷା ନିରୀକ୍ଷା ମାନେ ଏକ୍ସପେରିମେଣ୍ଟ କରନ୍ତି । ଗ୍ରାହକ ଏହାକୁ କିପରି ଗ୍ରହଣ କରନ୍ତି?
Ans:- କୌଣସି ଏକ୍ସପେରିମେଣ୍ଟ କେବେ ଥରକରେ ହୁଏନି । ମୁଁ ଥରେ କରି ସାରିଲେ ଆଉ ଜଣେ ସହଯୋଗୀଙ୍କ ଦ୍ୱାରା ବି କରାଏ । ତା’ ଛଡ଼ା ଏକ୍ସପେରିମେଣ୍ଟ ପଛରେ କିଛିଟା ଲଜିକ୍ ଥିବା ଦରକାର । ଯଦିଓ ସ୍ୱାଦ ଉପରେ ପ୍ରାୟ କେବେ ଅସୁବିଧା ହୁଏନି, ବେଳେବେଳେ ଗେଷ୍ଟମାନଙ୍କ ପାଇଁ ଗ୍ରହଣ କରିବା କଷ୍ଟ ହେଇଥାଏ । କୌଣସି ଏକ୍ସପେରିମେଣ୍ଟ କଲେ ଗେଷ୍ଟଙ୍କୁ ତା’ ପଛର କାରଣ ଓ ତା’ର ପ୍ରଭାବ ବୁଝେଇବାକୁ ପଡ଼ିଥାଏ । ଏମିତି ବି ସମୟ ଆସିଛି କି ଗେଷ୍ଟ ନିଜେ ମତେ ସଫଳ ଏକ୍ସପେରିମେଣ୍ଟ କରିବା ପାଇଁ ଆଇଡିଆ ଦେଇଛନ୍ତି ।
Q9: ଆପଣ ପ୍ରସ୍ତୁତ କରିଥିବା ବ୍ୟଞ୍ଜନମାନଙ୍କ ଭିତରୁ କେଉଁଟି ସବୁଠାରୁ ସ୍ମରଣୀୟ ଥିଲା ଓ କେଉଁଟି ସବୁଠାରୁ ଖରାପ ଥିଲା?
Ans:- କୌଣସି ଗୋଟିଏ ଡିସ୍କୁ ବାଛିବା କଷ୍ଟକର ନିହାତି । ତେବେ “ରସଗୋଲା ଚାଟ”କୁ ମୁଁ ବାଛିବି । କାରଣ ସେଇଟା ଏକ୍ସପେରିମେଣ୍ଟର ଚରମ ସୀମା ଥିଲା । ରସଗୋଲା, ଇଟାଲିଆନ ବାଲସାମିକ ଭିନେଗାର ଆଉ ଜାପାନିଜ ତୋଗାରାସି ।
ମୁଁ ଚେଷ୍ଟା କରି ବିଫଳ ବି ବହୁତ ଥର ହେଇଚି । ବିଫଳତାର ସବୁଠୁ ଉପରେ ନାଁ ରହିବ ଛେନାପୋଡ଼ର । ଆଜି ପର୍ଯ୍ୟନ୍ତ କେବେ ବି ସନ୍ତୁଷ୍ଟ ହେଇ ପାରିନି । ହୁଏତ ବହୁତ ଲୋକ ଜାଣିନଥିବେ ଛେନାପୋଡ଼ ତିଆରି ବହୁତ ବଡ଼ କଳା ।
Q10: ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କର ସବୁଠାରୁ ଖୁସିର ମୁହୂର୍ତ୍ତ କ’ଣ ଥିଲା?
Ans:- ଥରେ ଜଣେ ବୃଦ୍ଧା ମୋ କପାଳରେ ଚୁମାଟିଏ ଦେଇ କହିଥିଲେ ଯେ ତାଙ୍କର ସେ ଦିନର ଖାଇବା ତାଙ୍କ ଜୀବନର ଶ୍ରେଷ୍ଠ ଖାଇବା ଥିଲା । ଜଣେ ସେଫ୍ର ଉତ୍ପାଦ ମଣିଷକୁ ବହୁ କାରଣରୁ ପ୍ରଭାବିତ କରିଥାଏ । ତାଙ୍କର ସେ ଦିନର କାରଣ କ’ଣ ଥିଲା ମୁଁ ଜାଣିନି, କିନ୍ତୁ ମୋ ହିସାବରେ ତା’ଠୁ ବଡ଼ ଖୁସି ହୁଏତ ମୁଁ ଆଉ ମୋ ସହଯୋଗୀମାନେ ଆଉ କିଛି ଦେଇ ପାରିବୁନି ।
Q11: ନୂଆ ପିଢ଼ି ଯେଉଁମାନେ ହୋଟେଲ ମ୍ୟାନେଜମେଣ୍ଟରେ ନିଜର କ୍ୟାରିଅର କରିବାକୁ ଚାହୁଁଛନ୍ତି ବା ନୂଆ ନୂଆ କ୍ୟାରିଅର କରୁଛନ୍ତି ସେମାନଙ୍କ ପାଇଁ କ’ଣ ଉପଦେଶ ଦେବେ?
Ans:- ହୋଟେଲ ମ୍ୟାନେଜମେଣ୍ଟ ଅଲଗା କୌଣସି ମ୍ୟାନେଜମେଣ୍ଟ ପାଠ ନୁହେଁ ଯାହା ଦ୍ୱାରା ଜଣେ ସିଧା ମ୍ୟାନେଜର ହେଇ ପାରିବ । ପୁରା ତଳ ସ୍ତରରୁ କାମ କରିବା ପାଇଁ ଜଣେ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର । ପ୍ରଥମେ ପ୍ରଥମେ ହୋଟେଲ ଇଣ୍ଡଷ୍ଟ୍ରି କଷ୍ଟ । କିନ୍ତୁ ପ୍ରାରମ୍ଭିକ କଷ୍ଟ ପରେ ବି ଯଦି ଜଣଙ୍କର କାମ ପ୍ରତି ଭଲ ପାଇବା ରହିବ, ତେବେ ଭବିଷ୍ୟତ ଉଜ୍ଜ୍ୱଳ । ଜଣେ ଏ କ୍ଷେତ୍ରରେ କେତେ ଉପରକୁ ଯାଇ ପାରିବ ତା’ର କିଛି ସୀମା ନାହିଁ ।
Q12: ଦେଶକୁ ଫେରି ଆସିବାର ସୁଯୋଗ ମିଳିଲେ କେଉଁଠି ରହିବାକୁ ପସନ୍ଦ କରିବେ? ଓଡ଼ିଶାରେ ନା ଅନ୍ୟକେଉଁ ରାଜ୍ୟରେ?
Ans:- ଓଡିଶା, ଭୁବନେଶ୍ୱର
Q13: ଯଦି ସୁଯୋଗ ମିଳେ ତା’ହେଲେ ଓଡ଼ିଶାରେ ପେସାଦାର ଭାବେ କିଛି କରିବାକୁ ଚାହିଁବେ କି?
Ans:- ଇଛା ତ ଅଛି ଆଉ ଭବିଷ୍ୟତ ବି ଭୁବନେଶ୍ୱରରେ ନିଶ୍ଚିତ । କିନ୍ତୁ ଦେଖାଯାଉ କେବେ ହଉଚି ।
Q14: କୁହାଯାଏ ପ୍ରବାସୀ ହେଲାପରେ ବ୍ୟାଙ୍କ ବାଲାନ୍ସ ଆଉ ଫୁଟାଣି ଦୁଇଟାଯାକ ବଢ଼ିଯାଏ ଆଉ ନିଜ ରାଜ୍ୟ ବା ମାତୃଭାଷା ପ୍ରେମ କମିଯାଏ । ଆପଣଙ୍କ ମତ କ’ଣ?
Ans:- ସାର୍ବଜନୀନ ସତ୍ୟତା ନାହିଁ ଏଥିରେ । ମୋ କ୍ଷେତ୍ରରେ ତ ନିଶ୍ଚିତ ଭାବେ ମିଛ । ଓଡ଼ିଆ ଏବେ ବି ମୋର ଆଉ ପରିବାରର ପ୍ରଥମ ଭାଷା । ମାତୃଭୂମି ଆଉ ମାତୃଭାଷା ପ୍ରତି ପ୍ରେମ କମିବାଟା ଏତେ ସହଜ ନୁହେଁ । ବିଦେଶରେ ଜନ୍ମ ହେଇଥିବା ନୂଆ ପିଢ଼ିଙ୍କର ସେ ଅତ୍ମୀୟତା ନ ଆସିବାଟା ସ୍ୱାଭାବିକ କିନ୍ତୁ ଓଡ଼ିଶାର ପାଣି ପବନରେ ବଢ଼ିଥିବା ଲୋକର ମୋହ କେବେ କମିବନି ବୋଲି ମୁଁ ଭାବୁଛି ।
Q15: ସେଫ୍ ପେସାରେ ନଥିଲେ ଆଉ କେଉଁ ପେସାରେ ଥା’ନ୍ତେ ବୋଲି ଭାବୁଛନ୍ତି?
Ans:- ମୁଁ ଏବେ ନିଜକୁ ସେଫ୍ ଛଡ଼ା ଅନ୍ୟ କୌଣସି ପ୍ରଫେସନରେ ଭାବି ପାରୁନି । I am born to be a chef. ତେବେ ସୈନିକ କି ବ୍ୟାଡ୍ମିଣ୍ଟନ ଖେଳାଳି ହେଇଥିଲେ ବି ଏତିକି ଖୁସି ଥାଆନ୍ତି ବୋଲି ଭାବୁଛି ।
Q16: ସୋସିଆଲ୍ ମିଡିଆ, ବିଶେଷକରି ଟ୍ୱିଟରରେ ଏବେ ମାଳ ମାଳ ଖାଦ୍ୟ ବିଶେଷଜ୍ଞ ଆଉ ୟୁଟ୍ୟୁବ ଶିଖାଳି ସେଫ୍ । ଏ ସବୁ ଦେଖି କେବେ ଡର ମାଡ଼େନି?
Ans:- ନା ! କେବେବି ମାଡ଼େନି । କାରଣ ମୋର ପ୍ରତିଦ୍ୱନ୍ଦିତା ମୋ ନିଜ ସାଙ୍ଗେ । ତେଣୁ ନିଜର ବିକାଶ ପାଇଁ ଶିକ୍ଷା ଜାରି ଅଛି ଆଉ ରହିବ । ବରଂ କିଛି ଭଲ ଜିନିଷ ଦେଖିଲେ ଖୁସି ଲାଗେ । ସବୁଥିରୁ କିଛି ନା କିଛି ଭଲ ଜିନିଷ ଶିଖି ହବ । ମୁଁ ବି ଶିଖିଛି ।
Q17: ବଞ୍ଚିବା ପାଇଁ ଖାଇବା ଉଚିତ ନା ଖାଇବା ପାଇଁ ବଞ୍ଚିବା ଉଚିତ?
Ans:- ଯଦିଓ ମୋ ପେଶା ପ୍ରତି ଏହା ସଙ୍କଟପୂର୍ଣ୍ଣ, ତଥାପି କହିବି ବଞ୍ଚିବା ପାଇଁ ଖାଇବା ଉଚିତ ।
Q18: ଫାଙ୍କା ସମୟ ମିଳିଲେ କ’ଣ କରନ୍ତି?
Ans:- ଗୀତ ଶୁଣେ, ସିନେମା ଦେଖେ, ପୁଅ ସାଙ୍ଗେ ଖେଳେ ।
Q19: ଆପଣ ସିନେମା ଓ ବ୍ୟାଡ୍ମିଣ୍ଟନରେ ବି ରୁଚି ରଖନ୍ତି । ସମୟ ଓ ସୁଯୋଗ ମିଳିଲେ ଆପଣ କାହାକୁ ବାଛିବେ?
Ans:- ବ୍ୟାଡମିଣ୍ଟନ
Q20: ଆପଣଙ୍କର କିଛି ଆଶା ଯାହା ଏବେ ବି ଅପୂରଣୀୟ ହୋଇ ରହିଛି?
Ans:- ରୋଷେଇ ପଛରେ ଥିବା ବିଜ୍ଞାନ ଉପରେ ଗୋଟେ ବହି ଲେଖିବାର ଇଚ୍ଛା ଅଛି ।
ଧନ୍ୟବାଦ ଆଜ୍ଞା ! ସବୁତକ କୁଷ୍ମାଣ୍ଡିଆ କୁଶ୍ଚେନର ଧୈର୍ଯ୍ୟର ସହ ଉତ୍ତର ଦେଇ ଥିବାରୁ !
Comments
ଅକାଳ କୁଷ୍ମାଣ୍ଡ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ମୁଖ୍ୟତଃ ସର୍ବସାଧାରଣରେ ଘଟୁଥିବା ଘଟଣା ସହତ ଜଡ଼ିତ ଥାଏ । ତାଙ୍କ ସମସ୍ତ ରଚନାଗୁଡ଼ିକ ଅନେକ ପାଠକୀୟ ଆଦୃତି ଲାଭ କରିଛି ।