ଆମେ ଆଧୁନିକ ମଣିଷ,
ଏକ ବିଂଶ ଶତାବ୍ଦୀର,
ଆମେ ଗଢ଼ିବାକୁ ସକ୍ଷମ,
ଆମ ଭବିଷ୍ୟତ ନିଜର ।
ଆମେ ନହୁଁ କହା ଉପରେ ନିର୍ଭରଶୀଳ,
ବ୍ୟସ୍ତ ଆମେ ସଦା,
ନାହିଁ ଆମପାଶେ ବେଳ ।
ଆମେ ଦୁଇ ଆମର ଏକ,
ପରିବାର ଆମ ଭାରି ଛୋଟ,
ବାପାମାଆ ରହନ୍ତି ଗାଆଁରେ,
ହୁଏନା ତାଙ୍କ ସହ ଭେଟ ।
ଗାଆଁରେ ରହିବାକୁ ଭଲଲାଗେ ନା ଆମକୁ,
ଆମେ ଆପଣେଇ ନଉ ସହରି ସଭ୍ୟତାକୁ ।
ଆମେ ଭଲ ପାଉନା ଆମ ମାତୃଭାଷାକୁ,
ବିଦେଶୀ ଭାଷା ପସନ୍ଦକରୁ କହିବାକୁ ।
ଆମ ପୋଷାକ ପିନ୍ଧିବା ଶୈଳୀ
ଭାରି ବଢ଼ିଆ,
କରୁ ପଛେ ଆମେ ଋଣ
ଦେଖେଇ ହୋଇ ବାହାପିଆ ।
ଆଧୁନିକତାର ପରିଭାଷା,
ଆମ ପାସେ ଖାଲି ବାହାରକୁ ଚାକଚକ୍ୟ,
ଆମେ ଆଧୁନିକ ମଣିଷ
ସବୁଠୁ ଚାଲାକ, ଅଧିକ ଜାଣିବା ଲୋକ ।
କହାର ଦୁଃଖରେ ହଉନା କାତର,
ନିଜର ଉନ୍ନତି ପାଇଁ କରିବାକୁ
ପଛଉନାହୁଁ ଭ୍ରଷ୍ଟାଚାର ।
ଆଜିର ଭାରତରେ ଆମେ ଅଟୁ
ଜାଗ୍ରତ ନାଗରିକ,
ବିରୋଧ ନ କରି ସମର୍ଥନ କରୁ
ଦେଶ ବିରୋଧୀ କାର୍ଯ୍ୟକୁ
ନ ହୋଇ ଦୁଃଖିତ ।
ଆଧୁନିକ ମଣିଷ ଆମେ
ଆମର ରହିଛି ବହୁତ ପାରଦର୍ଶିତା,
ସମୂହ ସ୍ୱାର୍ଥରେ, ଦେଶର ହିତରେ,
କର୍ତ୍ତବ୍ୟରେ, ସବୁଠି ଚିନ୍ତୁ ଆମେ
ଆମ ସ୍ୱାର୍ଥ କଥା ।
ଆଗ ନିଜ କଥା ପରେ ଆଉ ଯହା ସବୁ,
ଆଧୁନିକ ମଣିଷ ଆମେ
ସ୍ୱଦେଶକୁ ଭୁଲି ବିଦେଶ ଯିବୁ,
ସେଠାରେ ରହି ଭାରତୀୟ କହି,
ଗର୍ବ କରିବୁ ।
ଆମକୁ ଲାଗେନା ଭଲ ଘର ରନ୍ଧା,
ଫାଷ୍ଟପୁଡ୍, ହୋଟେଲ ଖାଇବା,
ଭଲ ଆମ ପାଇଁ ସଦା ।
ଆମେ ଆଧୁନିକ ମଣିଷ,
ଏକବିଂଶ ଶତାବ୍ଦୀର,
ଦୋଷ ଦେଉ ଅନ୍ୟକୁ
ଉନ୍ନତି ପାଇଁ ଦେଶର ।
ନିଜେ କରୁ ତିଆରି
ନିଜ ପାଇଁ ଜହର ।
ଆମେ ଆଧୁନିକ ମଣିଷ,
ଏକବିଂଶ ଶତାବ୍ଦୀର ॥