ଜଙ୍ଗଲି ଜହ୍ନଟି ଶୀତଳ ଶୀତଳ
ଗାଁ ଜହ୍ନ ତାତି ମିଠା
ସହର ଜହ୍ନର ତାତି ତ ପ୍ରଖର
ନାହିଁ ସେଠି ମଧୁରତା ।
ଜଙ୍ଗଲର ସେହି ଶୀତଳ ଜହ୍ନଟି
ଲାଗୁଛି ଭାରି ସରଳ,
ଗାଆଁ ଜହ୍ନ ଆଜି ଦେହ ଜଳଉଛି
ସତେ ତା’ ତାତି ପ୍ରବଳ ।
ସହରି ଜହ୍ନର ତାତି ତ ପ୍ରବଳ
ସତେ ସୁରୁଜ ସମାନ
ସେହି ତାତି ଆଜି ଲଗାଉଛି ନିଆଁ
ଫିକା ଲାଗେ ତା’ ମନ ।
ନିଜ କିରଣରେ ଜଙ୍ଗଲି ଜହ୍ନଟି
କରେ ସତେ ଆଲୋକିତ
ଗାଆଁ ଜହ୍ନଟିର ନାହିଁ ତ ଠିକଣା
ସଦା ସର୍ବଦା ଜ୍ୱଳିତ ।
ସହରି ଜହ୍ନଟି ଲୋଡ଼େ ସବୁବେଳେ
ସୁରୁଜ ପ୍ରଖର ତାତି
ଅନ୍ୟ କିରଣରେ ଆଲୋକିତ ସଦା
ମନେ ତା’ର ମନ୍ଦ ମତି ।
ସବୁ ଜହ୍ନ କେବେ ସମାନ ନୁହନ୍ତି
ତାତି ସଭିଙ୍କର ଭିନ୍ନ,
ସଭିଙ୍କର ମନ ଅଲଗା ଅଲଗା
ଭିନ୍ନ ତାଙ୍କ ପାଦ ଚିହ୍ନ ।।
Comments
ପୂର୍ଣ୍ଣଚନ୍ଦ୍ର ରଣା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।