ପ୍ରେମର ମାନେ

Odia Poem Premara Mane (ପ୍ରେମର ମାନେ) by Madhumita Mishra

ପଚାରିଦେଲା ସେ ଫିସ୍ ଫିସ୍ କରି,
“ପ୍ରେମର ମାନେଟି କ’ଣ??”
କହିଦେଲି ମୁଁ ଯେ ଫୁସ୍ ଫୁସ୍ କରି,
“ଆପେ ଆପେ ତୁମେ ଜାଣ…”

ତା’ ପରେ ଚାଲିଲା ତମତମ ହୋଇ,
ଡାକିଲି ପକେଇ ରାଣ ।
ପଛକୁ ବୁଲି ମୁହଁକୁ ମୋଡ଼ିଲା; କହିଲି,
“ତୁମେ ତ ମୋର ଜୀବନ…

ତୁମେ ମୋର ମନ ତୁମେ ତ ମୋ ପ୍ରାଣ
ତୁମେ ମୋର ଗଣ୍ଠିଧନ
ତୁମକୁ କହୁଛି ବୁଝେଇ ଶୁଣ ଗୋ
ତୁମେ ମୋର ପ୍ରୀତି ପ୍ରେମ ।”

ମନକୁ ପାଇଲା କଥାଟି ମୋହର
ପାଖକୁ ଆସି କହିଲା,
“ପ୍ରେମମାନେ ମୁଁ… ଏୟା କହିବାକୁ…
ଏତେ ସମୟ ଲାଗିଲା??”

ଫିକ୍ କରି ହସି ଦାନ୍ତ ଦେଖେଇଲି
ମୁଣ୍ଡ ମୋ ସେ ଆଉଁସି ଦେଲା
ଫଟ୍ କରି କଥା ସମ୍ଭାଳି ନେବାରୁ
ଆଜି ମଣିଷ ସତେ ବଞ୍ଚିଲା !!

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...