Paribartana

ପରିବର୍ତ୍ତନ

ବଦଳିବାର ଏକ ନିଚ୍ଛକ ଅଭିବ୍ୟକ୍ତି ସମୟକୁ ଜୀବନ୍ତ ସାବ୍ୟସ୍ତ କରିବାର ଏକ ପ୍ରୟାସ ନିରବଛିନ୍ନ ଅବା ଆବର୍ତ୍ତନର ପରିଧିରେ ଶୀର୍ଷତ୍ୱର ଏକ ବୃଥା ପ୍ରହସନ । (୧) କେତେବେଳେ ଜୁଆରରେ ଏକ କୂଳରୁ ଆରକୂଳକୁ ବିସ୍ଥାପନ ଅବା ପ୍ରଳୟଙ୍କାରୀ ବନ୍ୟାରେ ଭିଟାମାଟିଠାରୁ ନିର୍ଯ୍ୟାସନ । (୨) ମୁଣ୍ଡ ଝାଳ ତୁଣ୍ଡେ ମାରି କଣ୍ଟକିତ ଦୁର୍ଗମ ପଥକୁ ସଫଳତାର ସୋପାନରେ ରୂପାନ୍ତରଣ ଅବା ଖୋଷାମତି କରି ପାରିତୋଷିକରୁ ରାତାରାତି ରାଜେନ୍ଦ୍ରାସୀନ । (୩) ଅବଚେତନରୁ ଚେତନାର ସୂକ୍ଷ୍ମ ବିକାଶ…

ଅଧିକ ପଢ଼ନ୍ତୁ
Tume

ତୁମେ

ଜାଣିନି କାହିଁକି ଏକ ଶୀତଳତାର ସ୍ପନ୍ଦନ ଖେଳିଯାଏ ମୋ ଦେହରେ ଦୂର ଦିଗ୍‌ବଳୟର ସେ ଲମ୍ବା ରାସ୍ତାରେ ତମ ବାଇକ ପଛରେ ତମ ପିଠିକି ଆଉଜି ହଜି ଯାଇଥଏ କେଉଁ ଏକ ଅଲଗା ଦୁନିଆରେ । ଅନ୍ଧାର ରାତି ବି ଭାରି ଆପଣାର ଲାଗେ ଯେବେ ଭିଡ଼ି ନେଇଥାଅ ମୋତେ ତମ ସେ ପ୍ରାଶତ ବକ୍ଷୁ ମଧ୍ୟରେ ଭୟ ଶୂନ୍ୟ ନିଦ୍ରାଟି ଆସିଯାଏ ମୋ ନେତ୍ରରେ ଯେବେ ତମକୁ ଅନୁଭବ କରି ପରୁଥାଏ ମୋ ବକ୍ଷରେ ।…

ଅଧିକ ପଢ଼ନ୍ତୁ
Mun Haribini

ଟିକିଏ ହସିଦେଇ କହିଦେ ମୁଁ ହାରିବିନି

ବ୍ୟସ୍ତ ବିବ୍ରତ ଦୁନିଆରେ ଜୀବନର ଛକାପଞ୍ଝା ଖେଳରେ କେବେ ପରାସ୍ତ ହେଇଗଲେ ଟିକିଏ ହସିଦେଇ କହିଦେ ମୁଁ ହାରିବିନି । ପ୍ରତିଯୋଗିତା ପୂର୍ଣ୍ଣ ସମାଜରେ ତୁ ପଛେଇ ଗଲେ ଭୟ କରନି ଟିକିଏ ରହିଯା ଟିକିଏ ହସିଦେଇ କହିଦେ ମୁଁ ହାରିବିନି । ସପନ ପଥେ ଚାଲୁ ଚାଲୁ ଗୋଡ଼ ଖସିଗଲେ ଭାଙ୍ଗି ପଡ଼ନି ଟିକିଏ ରହିଯା ଟିକିଏ ହସିଦେଇ କହିଦେ ମୁଁ ହାରିବିନି । ଅନ୍ଧାରରେ ତୋ’ ରଙ୍ଗ ଲୁଚିଗଲେ ବ୍ୟସ୍ତ ହୁଅନି ଟିକିଏ ଅପେକ୍ଷା…

ଅଧିକ ପଢ଼ନ୍ତୁ
Kar Shapath

କରେ ଶପଥ !

ଜଳୁ ନାହିଁ ଆଜି ମହମବତୀ ଶୋଭାଯାତ୍ରା ନାହିଁ, ନାହାଁନ୍ତି ଯାତ୍ରୀ ଲୋକଦେଖାଣିଆ ସେ ଦେଶପ୍ରୀତି କୁମ୍ଭୀର କାନ୍ଦଣା କେଇଟି ରାତି ॥ ଦେହେ ଶିହରଣ ଗୋଟିଏ କାରଣ ବିନା ଲଢ଼େଇରେ ହାରିଲେ ପ୍ରାଣ ବୀର ଖୋଜେ କିନ୍ତୁ କ୍ଷେତ୍ର ରଣ ରକ୍ତେ ଧୋଇବାକୁ ମାଆ ଚରଣ ॥ ବୁନ୍ଦା ବୁନ୍ଦା ତୁମ ଦେହ ରକତ ଆତ୍ମାକୁ ଥରାଏ ସଦା ଶତତ ମୂହୁର୍ତ୍ତ ମୂହୁର୍ତ୍ତ କରେ ଶପଥ ଦେଶ ସେବା କରି ହୁଅନ୍ତି ହତ ॥ ଯାଆନ୍ତି କି…

ଅଧିକ ପଢ଼ନ୍ତୁ
Mun Bhala Pae

କାରଣ ମୁଁ ଭଲପାଏ…

ସେ ମୋତେ ବାରମ୍ବାର ପଚାରେ, ଆପଣ ମୋ ଉପରେ ଏତେ ରାଗନ୍ତି କାହିଁକି??? ଭୁଲ ତ ସୃଷ୍ଟିର ନିୟମ ଭୁଲ ପରେ ଠିକ ହୁଏ ଇତ୍ୟାଦି ଇତ୍ୟାଦି ଅନେକ ବୁଝାନ୍ତି ତା’ପରେବି ଛୋଟ ଛଛୋଟ କଥାରେ ଅଭିମାନ କରନ୍ତି… ମୁଁ କିନ୍ତୁ ସେଇ ଗୋଟିଏ ଉତ୍ତର ଦିଏ, ମାଳୀ ସିଏ, ଯେ ଗଛର ଯତ୍ନ ନିଏ ମୂଳରେ ପାଣି ଦିଏ ଅନାବନା ଘାସ ବାଛେ ଆଉ ଆବଶ୍ୟକ ହେଲେ କିଟନାଶକ ବିଷ ଦିଏ କାରଣ, ସେ ଗଛକୁ…

ଅଧିକ ପଢ଼ନ୍ତୁ