Sishu - Odia Poem

ଶିଶୁ

ପାହାନ୍ତି ଆକାଶେ ଶୋଭା ପାଉଥିବା କୁଆଁ ତାରାଟିଏ ଶିଶୁ ଫଗୁଣ କାନିରେ ଦୋଳି ଖେଳୁଥିବା ଆମ୍ବ ବଉଳଟେ ଶିଶୁ । ପହିଲି ଆଷାଢ଼ ସ୍ପର୍ଶେ ଫୁଟିଥିବା ପାଳ ଛତୁଟିଏ ଶିଶୁ ବିଶାଳ ବୟସ୍କ ବରଗଛ ଡାଳେ କଅଁଳ କଷିଟେ ଶିଶୁ । କୁମ୍ଭାର ଶାଳରେ ଗଢ଼ି ହେଉଥିବା କଞ୍ଚା ମାଠିଆଟେ ଶିଶୁ ନିହାଣ ମୁନକୁ ତୀକ୍ଷ୍ଣ କରୁଥିବା ତତଲା ନିଆଁଟେ ଶିଶୁ । ପଙ୍କ ପୋଖରୀରେ ଫୁଟି ଉଠିଥିବା କଇଁ ଫୁଲଟିଏ ଶିଶୁ ଦାଣ୍ଡ ଅଗଣାରେ ବୃନ୍ଦାବତୀ…

ଅଧିକ ପଢ଼ନ୍ତୁ
Mati Sharira

ମାଟି ଶରୀର

ଚିତ୍ର ପ୍ରତିମା ପ୍ରାୟ ଦିଶେ ସିନା ତୋ’ର ଶରୀର, ଚିରି ଭିତରେ ଦେଖେ ଥରେ ମହାକାଳ ଫଳ ଆକାର । ସଜବାଜ କରୁ କେତେ ଚର୍ମର ଦେହକୁ, ପିଣ୍ଡରୁ ପ୍ରାଣ ଛାଡ଼ିଗଲେ ମୁଠାଏ ପାଉଁଶ ତୁ ହେବୁ । ଦେହରେ ତୋ’ର ଭରି ରହିଛି ଅଶେଷ ରୋଗ, ଦିନ ଚାରିଟାକୁ ଏ ସୁଖ ଭୋଗ । ଛାର ଦେହକୁ ନେଇ କରୁଛୁ କେତେ ଗରବ, ଛ’ ଖଣ୍ଡ କାଠ ତୋତେ ଲୋଡ଼ା ହୋଇବ । ଘର ବୋଲି…

ଅଧିକ ପଢ଼ନ୍ତୁ
Matrutwara Abhilasha

ମାତୃତ୍ୱର ଅଭିଳାଷା

ମୁଁ ଦିନେ ସନ୍ଧ୍ୟା ବେଳେ ଭ୍ରମଣରେ ମୋ ସାଥେ ଚାଲୁ ଥାଆନ୍ତି ଦୁଃଖ ଓ ଯନ୍ତ୍ରଣା ଖାଲି କୋଳର ପୂର୍ଣ୍ଣତାରେ କେତେ ଯେ ଗୁହାରୀ, ମିନତୀ, ପ୍ରାର୍ଥନା ! ଅଚାନକ ବାଦଲ ଗର୍ଜିଲା, ବିଜୁଳି ଚମକିଲା ବର୍ଷାର ଆଗମନ ହବ ବୋଧେ ଥିରି ଥିରି ଥଣ୍ଡା ପବନରେ ଦେହ ମୋର ଥରିଲା…! ଅଳିଆ ଗଦାରୁ କୁଆଁ କୁଆଁ ଶବ୍ଦ ମୋ ଜଡ଼ କାନରେ ଜୀବନ ଭରିଦେଲା ମାତୃତ୍ଵର ଅଭିଳାଷା ଧାଡ଼ିରେ ପୂର୍ଣ୍ଣଛେଦର ମୁହୂର୍ତ୍ତ ! ଢଳ ଢଳ…

ଅଧିକ ପଢ଼ନ୍ତୁ
Takshaka Corona

ତକ୍ଷକ କରୋନା

ଅଜବ ମଣିଷ ଇଏ ବାସ୍ ଜୀଇଁବାର ଇଚ୍ଛାରେ ବିଭୋର କେତେବେଳଯାଏ ଦୌଡ଼ିପାରିବ ପତ୍ତା ନାହିଁ ପୁଣି କିନ୍ତୁ ଦୌଡ଼ିବାରେ ବ୍ୟସ୍ତ । ସବୁଠୁ ଶ୍ରେଷ୍ଠ ଚରିତ୍ରଟି ଆଜି କିନ୍ତୁ ପରାହତ ପ୍ରକୃତିର ହାତରେ ତମାମ ଦିନର କାମପରେ ଯାହାମିଳେ ସେଥିରେ ଚୁଲୀ ଜଳେ, ଘର ଚଳେ ଓ ପେଟ ପୂରେ ଭୋକ ମାରି ଛୁଆର ବିସ୍କୁଟ ଆସେ ବାପାର ଔଷଧ ସବୁ । କରୋନା ଲକ ଡାଉନ୍ ଚାରିଆଡ଼େ ଏବେ କେଉଁଠୁ ଯୋଗାଡ଼ କରିବ ମାସକର ରାସନ୍…

ଅଧିକ ପଢ଼ନ୍ତୁ
Tume Thila Boli

ତୁମେ ଥିଲ ବୋଲି

ତୁମେ ଥିଲ ବୋଲି ଅଜଣା ମୁହଁ ସବୁ ଚିହ୍ନା ହୋଇଗଲେ, ସତ୍ତା ହରାଉଥିବା ଶିଳା ଖଣ୍ଡ ସବୁ ପର୍ବତର ରୂପ ନେଲେ, ଅସ୍ପୃଶ୍ୟ ମଣିଷ ଗୁଡ଼ାକ ଗାଁ ଦାଣ୍ଡେ ଚାଲିବାର ସାହସ ପାଇଲେ ! ତୁମେ ଥିଲବୋଲି ଚୁପଚାପ ରହୁଥିବା ଦ୍ରୌପଦୀ, କୁନ୍ତୀ ଆଦି ମୌନ ଭଙ୍ଗ କଲେ, ଚାରି କାନ୍ଥେ ସୀମିତ ଥିବା ଶବ୍ଦ ସବୁ ସମାଜରେ ବିପ୍ଳବ ଆଣିଲେ ! ଏବେ ସବୁ ଓଲଟ ପାଲଟ ଭାଗ ଭାଗ ହେବା ପାଇଁ ଚାଲେ ସର୍ବତ୍ର…

ଅଧିକ ପଢ଼ନ୍ତୁ