Editorial Page of Shubhapallaba 9th Edition (ଶୁଭପଲ୍ଲବ ୯ମ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ନବମ ସମ୍ପାଦକୀୟ

ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଆଉ ସଂସ୍କୃତି ବି ଓଡ଼ିଆ । ସେହି ସଂସ୍କୃତିର ପୂରାତନ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଅନ୍ୟତମ । ପୂର୍ବକାଳରେ ଓଡ଼ିଆ ସାଧବମାନେ ବେପାର ବଣିଜ ପାଇଁ ସେମାନଙ୍କର ବୋଇତରେ ଜିନିଷପତ୍ର ନେଇ ବାଲି, ଜାଭା, ସୁମାତ୍ରା ଆଦି ସ୍ଥାନମାନଙ୍କୁ ଯାତ୍ରା କରୁଥିଲେ । ଏହି ଯାତ୍ରା ମୁଖ୍ୟତଃ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ କରିନ୍ତି ବୋଲି ଇତିହାସରୁ ଜଣାପଡ଼େ ଏବଂ ଓଡ଼ିଶାରୁ ସମୁଦ୍ର ପଥଦେଇ ଯିବାପାଇଁ ମହାନଦୀ ପଠା ସର୍ବୋତ୍କୃଷ୍ଟ…

ଅଧିକ ପଢ଼ନ୍ତୁ
Swapna (ସ୍ୱପ୍ନ) Odia Poem by Sanatan Das

ସ୍ୱପ୍ନ

ଏଇ ଯେ କାଲି ରାତିରେ ତୁମେ ଆସିଥିଲ, କେଉଁ ଏକ ନିର୍ଜନ ପ୍ରହରେ । ଭାଙ୍ଗି ଦେଇ ନିଦ ମୋର ଚାଲିଗଲ ନିଦ ସବୁ ନେଇ ମୋ ଆଖିରୁ, ତୁମ ପଣତ କାନିରେ ସରାଗେ ସାଇତି କରି । ସେଇଦିନ ଠାରୁ ନିଦ ଆସୁନି ସାଥୀ ହୋଇ ମୋର । ବିନିଦ୍ର ରଜନୀରେ ଛଟପଟ ହେଉଛି, ତୁମର ଟିକେ ଝଲକ ଦେଖିବାକୁ । ଫେରିଆସନା !! ମୋ ନିଦକୁ ଦିଅ ଫେରାଇ, ପୁଣି ଥରେ ମୁଁ ଦେଖିବି…

ଅଧିକ ପଢ଼ନ୍ତୁ
Samparka Odia Poem by Ashrit Mohapatra

ସମ୍ପର୍କ

ସମ୍ପର୍କଟା ଏକ ନିଆରା ଦୁନିଆ ସର୍ବବ୍ୟାପୀ ତା’ର ଭୂମିକା । ଭଲ ପାଇବାର ଚଲାସାଥି ସିଏ କେବେ ଆସେ ଦିଏ ଧୋକା ॥ ବିଶ୍ୱାସକୁ ଡାକେ ନୂଆ ପରିଚୟେ ବନ୍ଧନକୁ ନିଏ କିଣି । ଏସାରା ଜଗତେ ବନ୍ଧୁତ୍ୱରେ ଆସି କରିଥାଏ ସର୍ବ ଋଣି ॥ ମାନ ଅଭିମାନ, ରାଗରୁଷା ରଖେ ହସ-କାନ୍ଦ ମିଶ୍ରଣରେ । କେବେ କେବେ ଆଣେ ପ୍ରତିଶୋଧ ଛିଟା ଅଚିହ୍ନା ଓ ଅଜଣାରେ ॥ ସମ୍ପର୍କଟା ଏକ ରଙ୍ଗୀନ ପ୍ରଜାପତି ସହସ୍ର ତାହାରି…

ଅଧିକ ପଢ଼ନ୍ତୁ
Samudra Odia Poem by Eli Mohanty

ସମୁଦ୍ର

ସବୁ ସମ୍ଭାବ୍ୟ ଆସନ୍ନତାରୁ ବାରମ୍ବାର ଉତ୍ତାରି ଆଣିଲି ନିଜକୁ ବାରମ୍ବାର ରଦ୍ଧ କଲି ନିଜ ସହ ନିଜ ସନ୍ଧିର ଚୁକ୍ତିପତ୍ର କଣିକାଏ ଆଲୁଅର ଅର୍ଦ୍ଦଳୀରେ ଆଣ୍ଠୁମାଡ଼ି ହାତଯୋଡ଼ି ମୁଣ୍ଡ ନୁଆଇଁ ପଥର ପାଲଟିଥିବା ପ୍ରର୍ଥନା ସବୁ ଭାଷିଯିବା ପରେ ଫୁଟିପଡ଼ିଲା ଲୁଣ ରକ୍ତ, ହାଡ଼ ଓ ଆତ୍ମାରୁ, ମୋ ଆସ୍ପର୍ଦ୍ଧା ତ ଦେଖ ତଥାପି ମୁଁ ଅସ୍ୱୀକାର କଲି ଆଲିଙ୍ଗନ ଘୁଞ୍ଚିଗଲି ଘୁଞ୍ଚେଇନେଲି ମୋ ଅଥୟ ପାଦ ଆଖି ଖୋଲାରଖି ଶୁଖେଇ ନେଲି ଆଖିପତା ସେଇ ଦି…

ଅଧିକ ପଢ଼ନ୍ତୁ
Sehi Eka Sumanisha

ସେହି ଏକା ସୁମଣିଷ

ବିନ୍ଦୁ ବିନ୍ଦୁ ଜଳ ମିଶି ହୁଏ ସିନ୍ଧୁ ସଭିଙ୍କୁ ଏ କଥା ଜଣା, ସେହିଭଳି ଛୋଟ ଛୋଟ ଭଲ କାମ ମହତେ କରିବ ଗଣା । ନିତିଦିନ ଆମ ଜାଣ-ଅଜାଣତେ ଆଖ ପାଖେ ଘଟେ ଯାହା, ସଚେତନ ଟିକେ ହୋଇଲେ ପାରିବା ଅପରକୁ ହୋଇ ସାହା । ମଣିଷ ଜନମ ଦେଇକି ବିଧାତା କରିଛନ୍ତି ଯେଉଁ ଦୟା, ପ୍ରତିଦାନେ କିଛି ସୁକାର୍ଯ୍ୟ କରିଲେ ପବିତ୍ର ହୋଇବ କାୟା । ନିଜ ସୁଖ ଲାଗି ଅପରକୁ ଦୁଃଖ ଦେବାନାହିଁ…

ଅଧିକ ପଢ଼ନ୍ତୁ