Odia Poem Dashabhujanku Nibedana (ଦଶଭୂଜାଙ୍କୁ ନିବେଦନ) by Krishna Biswanath

ଦଶଭୂଜାଙ୍କୁ ନିବେଦନ

ଅହଂକାରର ଅବଧି ସରି ସରି ଆସୁ, ପ୍ରତି କୋଣେ ଅନୁକୋଣେ ଶାନ୍ତି ପୁଷ୍ପ ବର୍ଷୁ ।୧ ହିଂସା, ଦ୍ୱେଷ, ଈର୍ଷା ମନୁ ହେଉ ଦୂର, ସବୁ ହୃଦେ ବିରାଜିତ ପ୍ରେମ ଭରପୂର ।୨ ଧରା ଧାମେ ସବୁଜିମା ଢେଉ ଖେଳି ଯାଉ, ସବୁରି ଓଠରେ ଚିର ଶ୍ୟାମ ହସ ଥାଉ ।୩ କେହି ବି ନ ଶୋଇ ଦେଇ ପେଟେ ଓଦା କନା, ସବୁ ଜୀବେ ପ୍ରାପ୍ତ ହେଉ ଦୁଇ ଓଳି ଦାନା ।୪ ପରାଜିତ ହେଇଯାନ୍ତୁ…

ଅଧିକ ପଢ଼ନ୍ତୁ
Odia Story Ja Devi Sarbabhuteshu (ୟା ଦେବୀ ସର୍ବଭୂତେଷୁ) by Manas Ranjan Nayak

ୟା ଦେବୀ ସର୍ବଭୂତେଷୁ

ଆଖିରେ ପାଣି, ଧମନୀରେ ରକ୍ତ । ଜୀବନ ଏହି ପାଣିରୁ ରକ୍ତ ପୁଣି ରକ୍ତରୁ ପାଣି ମଧ୍ୟରେ ଆବର୍ତ୍ତି ହେଉଥାଏ କାଳ ଅକାଳ । ସମୟର ସ୍ୱାକ୍ଷରରେ ସ୍ୱପ୍ନରୁ ବାସ୍ତବତାର ବାଟ ଖୋଜୁଥାଏ ନିରୁଦ୍ଦିଷ୍ଟ ପାହାନ୍ତାରୁ ଗୋଧୂଳି ଯାଏଁ… ଅଭୀପ୍ସାର ଉଡ଼ାଣ ଭରୁଥାଏ ଭୂମିରୁ ଭୂମା ଯାଏଁ । ଜୀବନ ଜଞ୍ଜାଳରେ ନିଜ ଅସ୍ମିତାକୁ ଜଳାଞ୍ଜଳି ଦେଇ ଗଢ଼ି ଚାଲିଥାଏ ସ୍ମୃତି କୋଣାର୍କ । ମୋହର ପରଳ ତଳେ ଚେତନାର ଦିଗନ୍ତ ଦିଶେ ଧୂମ୍ରାଭ । ଜୀବନର…

ଅଧିକ ପଢ଼ନ୍ତୁ
Odia Poem Tume Asile (ତୁମେ ଆସିଲେ) by Pushpanjali Panda

ତୁମେ ଆସିଲେ

ମା’ ତୁମେ ଦୁର୍ଗତିନାଶିନୀ ତୁମେ ଆସିଲେ, ଅନ୍ଧାକାର ସରିବ ଆଲୋକ ଫିଟିବ ଦୁର୍ଗମ ଦୁର୍ଗତି ଦୂରେଇଯିବ । ନିର୍ଯାତିତର ପ୍ରତିଟି ନିର୍ଯାତନାର ତୁମେ ହିସାବ କରିବ । ତୁମକୁ କେମିତି ଆବାହନ କରିବୁ ମା’ କି ଉପହାର ଦେବୁ ! ତୁମେ ତ କାଶଫୁଲର, ସଫେଦ ଆକାଶର କମନୀୟ ଉପଲବ୍ଧି, ଶିଶିରଭିଜା ସକାଳର ଶ୍ରେଷ୍ଠ ପୂଣ୍ୟର, ସତ୍ୟର ଶକ୍ତି । ଏ ସୃଷ୍ଟିରେ, ଜଡ଼ ଜୀବରେ ତୁମେତ ଅଫୁରନ୍ତ ପ୍ରାଣବନ୍ତ ଚେତନାର ଛଳଛଳ ଭାବ । ଉର୍ଦ୍ଧ୍ୱଗାମୀ…

ଅଧିକ ପଢ଼ନ୍ତୁ
Odia Story Asahaya Kalakara (ଅସହାୟ କଳାକାର) by Deepak Sarangi

ଅସହାୟ କଳାକାର

ଦିବାକର ବସି ଭାବୁ ଥିଲା ତା’ ପୁଅ ପାଇଁ ଏଠି ଅର୍ଥ ଓ ଚିକିତ୍ସାର ବ୍ୟବସ୍ଥା ହୋଇ ପାରିବ କି ନାହିଁ । ମେଳା, ମହୋତ୍ସବ, ଗାଁ ଯାତ୍ରା, ଟିଭି, ରେଡ଼ିଓ, ସରକାରୀ କାର୍ଯ୍ୟକ୍ରମ ଆଦିରେ ମର୍ଦ୍ଦଳ ଭଳି ପାରମ୍ପରିକ ବାଦ୍ୟକୁ ବଜେଇ ସେ ଖୁବ୍ ନାଁ କମେଇ ଥିଲା । ଅନେକ ମଞ୍ଚ, ସଂସ୍ଥା, ସରକାରୀ କାର୍ଯ୍ୟକ୍ରମ ଆଦିରୁ ପୁରସ୍କାର ପ୍ରାପ୍ତ ହୋଇଥିବା ଜଣେ କଳାକାରକୁ ବି ଏମିତି ଦୁର୍ଦ୍ଦିନର ସାମ୍ନା କରିବାକୁ ପଡ଼ିବ ବୋଲି…

ଅଧିକ ପଢ଼ନ୍ତୁ
Odia Poem Ashwina Asichhi (ଆଶ୍ଵିନ ଆସିଛି) by Mamata Sahu

ଆଶ୍ଵିନ ଆସିଛି

କାଶତଣ୍ଡୀ ଫୁଲେ ସଜ୍ଜିତ ପୃଥିବୀ ଧବଳ ଦିଶଇ ଧରା ଆଶ୍ଵିନ ଉତ୍ସବ ଲାଗଇ ଗହଳ ମେଲାଇ ଖୁସି ପସରା । ପାର୍ବଣର ଋତୁ ଅବତରି ଆସେ ଶାରଦୀୟ ଶୋଭା ନେଇ ଆବିର୍ଭାବ ଧରା ଧାମେ ମହାମାୟୀ ଦୁଃଖ ନିବାରିବା ପାଇଁ । ପୂଜା ମଣ୍ଡପଟି ଝଲସି ଉଠଇ ରୋଷଣୀରେ ହୋଇ ସଜା ଦେବୀ ନାରାୟଣୀ ମହିଷାମର୍ଦ୍ଦିନୀ ଅଦିଶକ୍ତି ଦଶଭୂଜା । ଆକାଶ ନିର୍ମଳ ସ୍ୱଚ୍ଛ ନଦୀଜଳ ପବିତ୍ର ଏ ଧରା ଧାମ ପିତୃ ପୁରୁଷଙ୍କୁ ବାଢ଼ି ଶ୍ରାଦ୍ଧ…

ଅଧିକ ପଢ଼ନ୍ତୁ