ପ୍ରେମ ଓ ବିରହ
ବିରହରେ ଯଦି ଭିଜି ନାହିଁ ଆଖି ତାକୁ କିବା ପ୍ରେମ କୁହ ଶୁଖି ନାହିଁ ଯଦି ତଣ୍ଟି ତା’ ଆଗରେ ସେହି ଗଭୀରତା ପାଇ ନାହଁ । ମୁହେଁ ନ ଫୁଟିଛି ହସ ଯଦି ତୁମ ତା’ ନାଁକୁ ଭିଡ଼ରେ ଶୁଣି ହଜାରେ ସ୍ୱରରୁ ଯଦି କଣ୍ଠସ୍ୱର ନପାରିବ ତୁମେ ଜାଣି । କୁହ ନାହିଁ ବନ୍ଧୁ ପ୍ରେମ ତାହାକୁ ଖାଲି ଶାରୀରିକ ନିବିଡ଼ତା ଭାବୁଥିଲେ ଖାଲି ପ୍ରେମ ଶରୀରରେ ଶୁଣ ରାଧାକୃଷ୍ଣ ପ୍ରେମ କଥା । ଭିଜିଥିଲା ଆଖି ରାଧାକୃଷ୍ଣଙ୍କର…

