Odia Poem Kebala Saswata (କେବଳ ଶାଶ୍ୱତ) by Sabita Satapathy

କେବଳ ଶାଶ୍ୱତ

ଜୀବନ ଜିଜୀବିଷା ଖୋଜୁଥାଏ ଅହର୍ନିଶ ଭଲ ପାଇବାର ଦରୋଟି ଭାଷା ପ୍ରେମରେ ପୂର୍ଣ୍ଣତା ହିଁ ଜାଗ୍ରତ କରେ ବିଶ୍ୱାସ ଓ ଆସ୍ଥା ନୂତନ ସମ୍ଭାବନାର ଆଶା । ବାସନା ଭରା ପ୍ରେମ ଅବା ଲୋଲୁପତାର ଆୟୁଷ ବା କେତେ? ଅପଲକେ ଧରାଶାୟୀ ହୁଏ ଧୂମକେତୁ ପରି, ଅକ୍ଷମ ଆବେଗମାନେ ଛଟପଟ ହୁଅନ୍ତି ବାସି ବିଛଣାରେ… ପ୍ରତାରଣାର ଆଘାତରେ ବ୍ୟାପ୍ତ ହୁଏ ଆକାଶ ଉନ୍ମୁଖି ପ୍ରଲମ୍ବିତ ତିମିରତା । ଫଗୁଣର ସ୍ୱପ୍ନ ସବୁ ଉର୍ବଶୀର ଗାଁରେ ପାଲଟି ଯାଆନ୍ତି ଲୁହର ଚିରସ୍ରୋତା…

ଅଧିକ ପଢ଼ନ୍ତୁ
Download Now 38th Edition of Shubhapallaba

୩୮ଶ ସଂସ୍କରଣ

୨୦୨୨ ମସିହାର ମଇ ମାସରେ ଶୁଭପଲ୍ଲବର ୩୮ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୯ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୧ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ