Odia Poem Surjyasta (ସୂର୍ଯ୍ୟାସ୍ତ) by Subhalaxmi Sahoo

ସୂର୍ଯ୍ୟାସ୍ତ

ବୟସର ଅପରାହ୍ନରେ ଦଣ୍ଡାୟମାନ ମୁଁ ଆଜି ଚତୁର୍ଦ୍ଦିଗ ଅନ୍ଧକାର ପାଏ ନାହିଁ ନିଜକୁ ଖୋଜି । କ୍ଷଣିକରେ ସାୟଂ କାଳ ଅସ୍ତ ଯିବେ ରବି କର୍ମମୟ ଜୀବନରୁ ଆଜି ମୁହିଁ ବାହୁଡ଼ିବି । ଆସିବନି କାଲି ଆଉ ସେପରି ସକାଳ ଶୁଣିବାକୁ ନ ମିଳିବ ପତ୍ନୀଙ୍କ ଗହଳ । ବାଜିବନି ୯:୦୦ରେ ଟେବୁଲର ଘଡ଼ି କର୍ମକ୍ଷେତ୍ର ଯିବି ନାହିଁ ଚଢ଼ି ମୁଁ ଯେ ଗାଡ଼ି । ସକାଳର ସୁରୁଜ ଯେ ଲାଗଇ ସୁନ୍ଦର ସ୍ମରଣେ ମୁଁ ଶୈଶବର…

ଅଧିକ ପଢ଼ନ୍ତୁ
Odia Poem Shitare Mun Gita Lekhe (ଶୀତରେ ମୁଁ ଗୀତ ଲେଖେ) by Ananda Sahu

ଶୀତରେ ମୁଁ ଗୀତ ଲେଖେ

ଶୀତରେ ମୁଁ ଗୀତଲେଖେ ଫୁଲ ପାଖୁଡ଼ାରେ ଚିକିମିକି ଚିକିମିକି କାକର ଟୋପାରେ । ତୁମେ ମୋର ପାଖେ ଥିଲେ କିଛି ଲୋଡ଼ା ନାହିଁ ସବୁକିଛି ପାଇଯିବି ତୁମକୁ ମୁଁ ଚାହିଁ । ତୁମେ ମୋର ହୃଦୟର ଅଭୂଲା କାହାଣୀ ମୁଁ ତୁମ ମନର ରାଜା ତୁମେ ମୋର ରାଣୀ । ସବୁବେଳେ ପାଖେ ମୋର ରଖିବି ସାଇତି ଏହି ଜୀବନର ତୁମେ ଅଭୂଲା ସ୍ମୃତି । ଏକ ଜନ୍ମ ପାଇଁ ନୁହେଁ ଆମ୍ଭରି ଉତ୍ପତ୍ତି ଚିର ଜନ୍ମ…

ଅଧିକ ପଢ଼ନ୍ତୁ
Odia Poem Sampratika Ganatantra (ସାମ୍ପ୍ରତିକ 'ଗଣତନ୍ତ୍ର') by Prabhat Mishra

ସାମ୍ପ୍ରତିକ ‘ଗଣତନ୍ତ୍ର’

ପରୋକ୍ଷ ପରୋକ୍ଷ କରି ସତେକିରେ ହୋଇଗଲୁ ଏତେ ପର, ଜାଣିପାରୁ ନାହୁଁ ଏହି ଶାସନରେ କିଏ ଅଟଇ ନିଜର । ସ୍ଵାଧୀନତା ପରେ ଦେଶ ସୁମରିଲା ନୂଆ ଶାସନର ମନ୍ତ୍ର, ଅଛପା ନୁହଇ ସାରା ଜଗତରୁ ଅଟଇ ସେ ‘ଗଣତନ୍ତ୍ର’ । ସେହି ଶାସନର ପରୋକ୍ଷ ପନ୍ଥାକୁ ଗ୍ରହଣ କଲାଯେ ଦେଶ, ପ୍ରତିନିଧି ରୂପେ ଆମେ ଦେଖୁଅଛୁ କେତେଯେ ବିଚିତ୍ର ବେଶ । କିଏ କହେ ଦାଦା, କିଏ କହେ ଭାଇ କିଏ କହେ ଆପା ନାନୀ,…

ଅଧିକ ପଢ଼ନ୍ତୁ
Samayaku Ki aba Bharasa (ସମୟକୁ କି ଅବା ଭରସା) by Gyana Ranjan Panda

ସମୟକୁ କି ଅବା ଭରସା

ଛାତ ଉପରେ ବସି ରାତିର ଅନ୍ଧାରରେ ଆକାଶର ବିଶାଳତାକୁ ପରଖୁଥିଲି । ଆକାଶରେ ଝଲସୁଥିବା ଟିକି ଟିକି ତାରାମାନେ ଅତି ଛୋଟ ଛୋଟ ଦିଶୁଥିଲେ ବି ସେମାନେ ବାସ୍ତବରେ ବହୁତ ବିଶାଳ । ଏହି ସୀମାହୀନ ଆକାଶରେ କେତେ ଯେ ବଡ଼ ବଡ଼ ଗ୍ରହ ଏବଂ ତାରା ପୁଞ୍ଜ ଅଛନ୍ତି ତାହା କେବଳ ସେହି ବିଶ୍ୱ ନିୟନ୍ତାଙ୍କୁ ଜଣା । ଏତେ ବଡ଼ ବିଶାଳ ବିଶ୍ୱ ତୁଳନାରେ ମୋର ଅବସ୍ଥିତି କେତେ ଯେ ନଗନ୍ୟ ତାହା ସହଜରେ…

ଅଧିକ ପଢ଼ନ୍ତୁ
Odia Poem Shakuni (ଶକୁନି) by Smrutiranjan Barik

ଶକୁନି

ପଶାପାଲି ଚକ୍ଷୁଅଗ୍ରେ ପ୍ରବେଶଇ ମନେ, ନାମ ଶୁଣି ଥରିଯାଏ କୁରୁକ୍ଷେତ୍ର ଗାନେ । ନୁହେଁ ସେ ଆତତାୟୀ ହୃଦୟ ବିଦାରୀ, ଅତିସ୍ନେହୀ ଭ୍ରାତା ଜାଣେ ସେ ଗାନ୍ଧାରୀ । ଗାନ୍ଧାର ସୁକନ୍ୟା ଅଲିଅଳୀ ରାଜକନ୍ୟା, ଦୁଃଖର ପ୍ରବେଶ ଆସେ ଅଶ୍ରୁରୂପେ ବନ୍ୟା । ପ୍ରସ୍ତାବ ଭୀଷ୍ମର ଶୁଣି ସେହି ଭ୍ରାତା, ହୃଦୟ ସମ୍ଭାଳି ଦିଏ ଅରାଜିର ବାର୍ତ୍ତା । ସୁନ୍ଦରୀ ଭଗିନୀ ଅଲିଅଳି ରାଜଜେମା, ଅନ୍ଧର ବିବାହଦୁଃଖ ଟାଣେ ଆଜି ସୀମା । ଚଞ୍ଚଳ ଶକୁନି ନେଇ…

ଅଧିକ ପଢ଼ନ୍ତୁ