Odia Poem Aeta Jibana Patha (ଏଇତ ଜୀବନ ପଥ) by Baibasuta Naik

ଏଇତ ଜୀବନ ପଥ

ଏ ଜୀବନ ବାଟରେ ମଣିଷ ବାଟୋଇଟିଏ କେବେ ଚାଲିବାକୁ ହୁଏ କଣ୍ଟକିତ ପଥରେ ତ ପୁଣି କେବେ କୁସୁମିତ କୋମଳ ପୁଷ୍ପରେ । କେବେ ବୈଶାଖର ପ୍ରଚଣ୍ଡ ଝାଞ୍ଜିରେ ନିଜକୁ ତାତିବାକୁ ହୁଏ ତ ପୁଣି କେବେ ବସନ୍ତର ମଳୟ ପବନରେ ମଜ୍ଜିବାକୁ ହୁଏ । କେବେ ଅମାବାସ୍ୟାର କିଟିକିଟି ଅନ୍ଧାରରେ ରହିବାକୁ ହୁଏ ତ ପୁଣି କେବେ ପୁନେଇଁ ଜହ୍ନର ଜୋଛନାରେ ଲୁଚିବାକୁ ହୁଏ । କେବେ ବାଟସାରା ଏକା ଏକା ତ ପୁଣି କେବେ…

ଅଧିକ ପଢ଼ନ୍ତୁ
Odia Poem Ichchha (ଇଚ୍ଛା) by Rashmibala Satapathy

ଇଚ୍ଛା

ଭାରି ଅବୁଝା ଭରି ଅଝଟିଆ ଏ ଇଚ୍ଛା, ସବୁରି ମନରେ ବସା ବାନ୍ଧିଥାଏ ଏ ଇଚ୍ଛା । ସ୍ୱପ୍ନର ତାଜମହଲ ଗଢ଼ିତୋଳିଥାଏ ଏ ଇଚ୍ଛା, କଳ୍ପିତ ଜୀବନ କାହାଣୀର ଆଧାର ଏ ଇଚ୍ଛା । ଉଦାସୀ ଓଠରେ ହସର ମୁକୁତା ଖେଳାଏ ଇଚ୍ଛା, ପୂର୍ଣ୍ଣମୀ କୋଳରେ ଜହ୍ନ ଆଲୁଅରେ ଦିପାଳୀ ଜାଳେ ଇଚ୍ଛା । ଅମା ଅନ୍ଧକାରେ ଭାବନାରେ ହଜାଏ ଏ ଇଚ୍ଛା, ପ୍ରେମ ପ୍ରତୀକ୍ଷାର କାରଣ ସାଜେ ଏ ଇଚ୍ଛା । ସ୍ୱପ୍ନର ଦୁନିଆରେ ହଜାଇ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 23rd Edition

✍ ତ୍ରୟୋବିଂଶ ସମ୍ପାଦକୀୟ

ଗୁରୁକୂଳରୁ ସଦ୍ୟ ଶିକ୍ଷା ସମାପ୍ତ କରି ସ୍ୱଗ୍ରାମକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ଜନୈକ ନବ ଯୁବକ । ମନରେ ଅଫୁରନ୍ତ ଆନନ୍ଦ ଓ ଉତ୍ସାହ । ନିଜର ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ ଗୁରୁଙ୍କଠାରୁ ସମସ୍ତ ଶିକ୍ଷା ଆୟତ୍ତନ କରି ନିଜକୁ ସ୍ୱୟଂସମ୍ପୂର୍ଣ୍ଣ ମନେ କରୁଥାନ୍ତି ସେ । କାହିଁକି ବା ନ କରନ୍ତେ ! ଆଖପାଖ ପନ୍ଦର ସରି ଗ୍ରାମରେ ଗୁରୁକୂଳ ପରି ପ୍ରତିଷ୍ଠିତ ଅନୁଷ୍ଠାନରୁ ଶିକ୍ଷାଗ୍ରହଣ କରିଥିବା ତାଙ୍କ ପରି ଉଚ୍ଚ ଶିକ୍ଷିତଟିଏ ଅନ୍ୟକେହି…

ଅଧିକ ପଢ଼ନ୍ତୁ