✍ ପ୍ରଥମ ସମ୍ପାଦକୀୟ
ପହିଲି ଫଗୁଣରେ ସ୍ନିଗ୍ଧ ମଳୟର କୋମଳ ସ୍ପର୍ଶରେ ଡାଳେ ଡାଳେ ଅଙ୍କୁରି ଉଠେ ନୂତନ ଭବିଷ୍ୟତ, ନୂତନ ସମ୍ଭାବନା ଆଉ ଅସୁମାରୀ ସ୍ୱପ୍ନକୁ ନେଇ ନବପଲ୍ଲବ…. ଏଇ ତ‘ ଅୟମାରମ୍ଭ ଗୋଟେ ନୂତନ ସୃଷ୍ଟିର ! ପତ୍ରଝଡ଼ା ଡାଳରେ କୁନି କୁନି ନବପଲ୍ଲବ ଆଶା ସଞ୍ଚାରେ ଆଗାମୀ ଭାବିତବ୍ୟର । ସବୁଜ ପତ୍ରର ଉହାଡ଼ରୁ ଉଙ୍କିମାରିବେ ପୁଷ୍ପ କଢ଼ିମାନ ଆଉ ପ୍ରସ୍ପୁଟିତ ପାଖୁଡ଼ା ମଧ୍ୟରୁ ବିଛୁରିତ ମହଣ ମହଣ ବାସ୍ନା ଭିତରେ ଜନ୍ମନେଉଥିବ ନୂତନ ବୀଜଟିଏ, ଭବିଷ୍ୟତର…