ସମ୍ପର୍କର ସନ୍ଧ୍ୟା ପବନ
ମନେପଡ଼ୁଛି ! ବୋହୂ ବୋହୂକା ଖେଳୁଥିଲେ ପିଲାବେଲେ, ନଦୀ ବାଲିର ଶଯ୍ୟା ଉପରେ ଜହ୍ନ ଆଲୁଅ ତଳେ, ଖେଳ ଶେଷରେ, କଥା ମଝିରେ, ସରିଲା ଯଦି କାହାଣୀ, ସଞ୍ଜବନର ଥଣ୍ଡାପବନ ଢାଳୁଥିଲା ସଞ୍ଜିବନୀ, ସାନ୍ଧ୍ୟ ପବନ ଓ ଆମ ସମ୍ପର୍କ କେତେ ସରସ ଥିଲା, ସମାପିତ ଏକ ଅଧ୍ୟାୟ ପରି କୁଆଡ଼େ ଉଭେଇଗଲା । (୧) ମନେପଡ଼ୁଛି ! କରିଥିଲେ ପବନର ନାମକରଣ, ଡାକିବା କ୍ଷଣି ଆସିଯାଉଥିଲା ନେଇ ନିଜ ମନଯାନ । ତା’ର ଶୀତଳ ସ୍ପର୍ଶରେ…