ସେଇ ମାନଙ୍କୁ ପଦେ

seimananku-pade

ଏଇଠି ଜନମୀ, ଏଠି ଖାଇ ପିଇ
ଏ ପାଣି ପବନେ ବଢ଼ି
ଏଇଠାରେ ପଢ଼ି, ଏ ମାଟିକୁ ଛାଡ଼ି
ବିଦେଶକୁ ଗଲେ ଉଡି ।

ପୁଳା ପୁଳା ଟଙ୍କା, ରୋଜଗାର କରି
କିଣିଲେ ଫ୍ଲାଟ୍ ଗାଡ଼ି
ଇଙ୍ଗିରାଜି କହି, ଛାତିକୁ ଫୁଲାଇ
ଚାଲୁଥିଲେ ନିଶ ମୋଡ଼ି ।

ଗାଁ କଥା କେବେ, ମନରେ ପଡ଼ିଲେ
ଅସନା ରାଇଜ କହି
ନାକ ଟେକୁଥିଲେ ସତେକି ଯେମନ୍ତେ
ଏ ରାଇଜ ପଚା ଦହି ।

ଠିଇକି ବେଳକୁ ନିଦ ଭାଙ୍ଗିଗଲା
ଗଣ୍ଠିଲି, ପେଡ଼ି ମୁଣ୍ଡାଇ
ଗାଁ ମୁହାଁ ହଡ଼ା ପରାୟେ ଧକେଇ
ଆସନ୍ତି ମୁଣ୍ଡ କୁଣ୍ଡେଇ ।

ଏଠି ତ ଗରୀବ, ମୂଲିଆ, ମୂରୁଖ
ଚାରିଆଡ଼େ ମାଳ ମାଳ
ବିଦେଶରୁ ଆସି ଖାଇବକି ବସି
ଲୋକେ ମୁହଁରେ ବାନ୍ଧିବେ ହଳ ।

ଖାଲି ହାତେ ଯେବେ ବିଦେଶୁ
ଫେରନ୍ତ
ଖୁସି ହେଇଥାନ୍ତା ଦେଶ
ଅଣ୍ଟିରେ କୋରନା ଭୂତାଣୁ ଆଣିକି
ଦେଶକୁ କରୁଛ ନାଶ
କାହା ମୁଣ୍ଡେ ଦେବା ଦୋଷ
ଭଲ ଦଶା ଥିଲେ ତାଲା ବନ୍ଦ ଘରେ
ଏକୋଇଶି ଦିନ ବସ ।

ନବ କିଶୋର ପଲାଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...