ପ୍ରେମଗାଥା

Prema Gatha

ପ୍ରେମ ପକ୍ଷୀର ଯେ ଦୁଇଟି ଡେଣା
ଏ ପାଖେ ପ୍ରେମିକ ଅନ୍ୟପାଖେ ଠିକଣା ॥

ଦୁହେଁ ଯେ ନିଜର ମନର ରୂପରେ
କେଲି କହୁଥାନ୍ତି ହୃଦୟ ମନ୍ଦିରେ ॥

ପ୍ରେମିକା ମନର କଥା ପ୍ରେମିକକୁ ଜଣା
ଆତ୍ମା ମିଳନରେ ନ ହୁଅନ୍ତି ବାଟବଣା ॥

ପ୍ରେମର ଦେବ ଯେ କାମଦେବ ରାଜା
ଶର ବିଦ୍ଧ କରି ମନରେ, ବଜାନ୍ତି ବାଜା ॥

ପ୍ରେମିକ ପାଇଁ ପ୍ରେମିକା ଅଟେ ସବୁକିଛି
ସ୍ୱର୍ଗର ଉର୍ବସି ତା’ ପାଇଁ ନୁହନ୍ତି କିଛି ॥

ବିଭବର ରାଇଜରେ ମନ ହୁଏ ଆନ୍ଦୋଳିତ
କୁଣ୍ଡଳର ଗୁଞ୍ଜନରେ ପ୍ରାଣ ହୁଏ ଆଲୋକିତ ॥

ରୂପର ଭୂୟସି ପ୍ରଶଂସା ଯେ ପ୍ରେମିକାର
ଜଗତେ ଯୁଗ ଜନ୍ମା ହୁଅନ୍ତି ଦୁହେଁ ପ୍ରେମର ॥

ଲୋତକର ଧାରା କହେ ପ୍ରେମଗାଥା
କ୍ଷଣୀକରେ ବୁଝି ହୁଏ ବିରହର ବ୍ୟଥା ॥

ପ୍ରିୟେ ଗୋ ତୁମେ ମୋର ଯୁଗ ଯୁଗକୁ
ମୋର ହେବ ଆଶା, ପାଇବି ତୁମକୁ ॥

ପ୍ରେମ ବଗିଚାରେ ଦୁହେଁ ଫୁଲ ଭଅଁର
ପିରତିର ରଙ୍ଗେ ଦୁହେଁ ହୁଅନ୍ତି ଅମର ॥

ଡୋଳାମଣି ପଧାନ
ବାରଙ୍ଗପାଲି,ବରପାଲି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...