ପ୍ରେମ ପକ୍ଷୀର ଯେ ଦୁଇଟି ଡେଣା
ଏ ପାଖେ ପ୍ରେମିକ ଅନ୍ୟପାଖେ ଠିକଣା ।।
ଦୁହେଁ ଯେ ନିଜର ମନର ରୂପରେ
କେଲି କହୁଥାନ୍ତି ହୃଦୟ ମନ୍ଦିରେ ।।
ପ୍ରେମିକା ମନର କଥା ପ୍ରେମିକକୁ ଜଣା
ଆତ୍ମା ମିଳନରେ ନ ହୁଅନ୍ତି ବାଟବଣା ।।
ପ୍ରେମର ଦେବ ଯେ କାମଦେବ ରାଜା
ଶର ବିଦ୍ଧ କରି ମନରେ, ବଜାନ୍ତି ବାଜା ।।
ପ୍ରେମିକ ପାଇଁ ପ୍ରେମିକା ଅଟେ ସବୁକିଛି
ସ୍ୱର୍ଗର ଉର୍ବସି ତା’ ପାଇଁ ନୁହନ୍ତି କିଛି ।।
ବିଭବର ରାଇଜରେ ମନ ହୁଏ ଆନ୍ଦୋଳିତ
କୁଣ୍ଡଳର ଗୁଞ୍ଜନରେ ପ୍ରାଣ ହୁଏ ଆଲୋକିତ ।।
ରୂପର ଭୂୟସି ପ୍ରଶଂସା ଯେ ପ୍ରେମିକାର
ଜଗତେ ଯୁଗ ଜନ୍ମା ହୁଅନ୍ତି ଦୁହେଁ ପ୍ରେମର ।।
ଲୋତକର ଧାରା କହେ ପ୍ରେମଗାଥା
କ୍ଷଣୀକରେ ବୁଝି ହୁଏ ବିରହର ବ୍ୟଥା ।।
ପ୍ରିୟେ ଗୋ ତୁମେ ମୋର ଯୁଗ ଯୁଗକୁ
ମୋର ହେବ ଆଶା, ପାଇବି ତୁମକୁ ।।
ପ୍ରେମ ବଗିଚାରେ ଦୁହେଁ ଫୁଲ ଭଅଁର
ପିରତିର ରଙ୍ଗେ ଦୁହେଁ ହୁଅନ୍ତି ଅମର ।।
– ଡୋଳାମଣି ପଧାନ
ବାରଙ୍ଗପାଲି,ବରପାଲି
Comments
ଡୋଳାମଣି ପଧାନ ଓଡ଼ିଆ ତଥା ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।