ପ୍ରତୀକ୍ଷା

Odia Poem Pratiksha (ପ୍ରତୀକ୍ଷା) by Krishna Mishra

ପ୍ରତୀକ୍ଷା !
ଏକ ବିସ୍ତାରିତ ନିଃସଙ୍ଗ ପଥ,
ଆଉ…
ଏକ ଗଭୀର ଗହ୍ଵରରେ ଶୁଖିଲା ନଈ, ସଙ୍କୁଚିତ !

ସ୍ମୃତିର ବହଳ ପରତକୁ ଆଞ୍ଚୁଡ଼ିଲେ,
ବାରିହୁଏ କଣ୍ଠ ସ୍ୱରର ଆର୍ଦ୍ରତା…
ମନ୍ଦିରରେ ଜ୍ୱଳନ୍ତ ପ୍ରଦୀପ,
କମ୍ପୁଛି ଜୀବନ ସଳିତା !

ତକିଆରେ ଚାପି ହୋଇ
ନିସ୍ତବ୍ଧ ପଡ଼ିଛି ହିକ୍କା,
ଦୁଆରେ ଶବ୍ଦ !
ଥରୁଛି କଲିଜା…
ପ୍ରତୀକ୍ଷା !
ସେ ଯେ ରୋଦନ,
ଝାଉଁଳି ଯାଇଥିବା ଚେହେରାରେ,
ଖାରୁଆ ଲୁହର କ୍ଳାନ୍ତ ସମୁଦ୍ର…
ବିଶ୍ୱାସରେ ଶୀତଳ ପଡ଼ିଥିବା, ହୃଦୟର
ଅସଂଖ୍ୟ ଅଗ୍ନି କଣା…
ପ୍ରତୀକ୍ଷା…

– କୃଷ୍ଣା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...