ଫେରିଗଲା ମହାମାରୀ
ମୃତ୍ୟୁର ତାଣ୍ଡବ କରି
ଫେରିଲେ ନାହିଁ
ଆମ ଡାକ୍ତର ବନ୍ଧୁ
ଆଉ ପୋଲିସ ଭାଇ
ଶିକ୍ଷକ କେତେ ଆଉ ଆସିଲେ ନାହିଁ
ପରିବାର ଏବେ ବି ରହିଛି ଚାହିଁ
ରୋଗକୁ ମଣିଷ ଜିତିଲା
ମାନବିକତା ହଜିଗଲା
ନା ଦୟା ରହିଲା
ଅସଲ ରୂପ ସବୁ ଦିଶିଲା
ଦୁର୍ବଳତାର ଲାଭ ଉଠିଲା
ଠକାମୀ ବ୍ୟବସାୟ ଚାଲିଲା
ଆଉ ଏମିତି ନ ହେଉ
ମଣିଷପଣିଆ ରହିଥାଉ
– ଲିପ୍ସା ଦାସ
Comments
ଲିପ୍ସା ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ପ୍ରସଂଶା ସାଉଁଟିଛି ।