pranayara-sagara

ପ୍ରଣୟର ସାଗର

ଜାଣିନି ଅପେକ୍ଷାର ଅନ୍ତ କେବେ ଘଟିବ, ମରୁଭୂମିରେ ବାଲୁକା ଶେଜରେ ନଦୀ ଆସିବ । ଆଶା ମୋର ଅସୀମ, ବାଟ ନାହିଁ ଚାଲିବାକୁ… ସ୍ଵପ୍ନ ମୋର ଅମାପ, ନିଦ ନାହିଁ ଶୋଇବାକୁ… ଭଙ୍ଗା ସାଗର ଲହରି, ଜୁଆରର ଭଟ୍ଟା… କ୍ଷଣ ଅବକ୍ଷଣେ.. ପାଇବାର ନିଶା… ସନ୍ଦିଗ୍ଧ ଏ ସନ୍ତୁଳିତ ମନ, ଭାବ ଅବକାଶେ କରେ ନିଡ଼ ରଚନା । ଧୂସରିତ ମାୟାଜାଲେ କବଳିତ କରି ଦିଏ, ରଚିଦିଏ ଛଳନାର ବାସନା ।। ପରିପୂରକ ପରି ଆଙ୍କି ହୋଇଯାଏ…

ଅଧିକ ପଢ଼ନ୍ତୁ
Odia Poem Bhuli Parunahin (ଭୁଲି ପାରୁନାହିଁ) by Tapas Ranjan on Shubhapallaba Odia Magazine

ଭୁଲି ପାରୁନାହିଁ

ଭଲ ଭଲ କ‌ହି ଭଲ ପାଇଗଲି ଭୁଲି ପାରୁନାହିଁ ମୁଁହିଁ, ଆଖିଯାଏ ଥକି ମନ ଯାଏ ଶୁଖି ତୁମ ବାଟ ଚାହିଁ ଚାହିଁ ।।୧।। ତୁମ ସାଥେ ଥିବା ପ୍ରତିଟି ମୁହୂର୍ତ୍ତ ଭୁଲିପାରୁନାହିଁ ମୁହିଁ, ନିରୋଳାରେ ଥିଲେ ତୁମେ ମନେପଡ଼ ଭେଟିବାକୁ ଚାହେଁ ମୁଁହିଁ ।।୨।। ତୁମେ ଯିବାପରେ ଅଝଡ଼ା ସ୍ମୃତିକୁ ସାଉଁଟି ବସିଛି ମୁହିଁ, ଜୀବନର ମାନେ ତୁମଠୁ ଆରମ୍ଭ ତୁମେ ସାଥେ ଯାଏ ବ‌ହି ।।୩।। ଭୁଲିବାକୁ ଚାହିଁ ଭୁଲି ପାରୁନାହିଁ ଭାବନାରେ ଯାଅ…

ଅଧିକ ପଢ଼ନ୍ତୁ
sarbasrestha-prani

ସର୍ବଶ୍ରେଷ୍ଠ ପ୍ରାଣୀ

ମୁଁ ଛଳନା, ବିଶ୍ୱାସର ମୁଖା ପିନ୍ଧି ଦିଏ ମୁଁ ଯାତନା । ମୁଁ ଯୌବନ, ମୋତେ ନେଇ ଗର୍ବୀ ମନ ଭୁଲେ ଆତ୍ମଜ୍ଞାନ । ମୁଁ ଅହଙ୍କାର, ମୋ ପାଇଁ ସୁନା ସଂସାର ହୁଏ ଛାରକାର । ମୁଁ ଲୋଭ, ଯେତେ ଧନ ପାଇଲେ ବି ପୂରେ ନାହିଁ ଗର୍ଭ । ମୁଁ କ୍ରୋଧ, ନିମିଷକେ ଧ୍ୱଂସିବା ମୋହର ମାର୍ଗ । ମୁଁ ମାନବ, ଲୋଭ, କ୍ରୋଧ, ମୋହ‌ମାୟା ମୋଠୁଁ ଉଦ୍‌ଭବ । ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ…

ଅଧିକ ପଢ଼ନ୍ତୁ
dubaghasa

ଦୁବଘାସ

ଘାସଟିଏ ମୁଁ ଦୁବଘାସଟିଏ ଆକାର ମୋହର ଛୋଟିଆ ଛୋଟ ଶରୀରଟି ଧରିଛି ସିନା ମୁଁ କାମଟି ମୋହର ବଢ଼ିଆ ।। ଠାକୁର ଘରର କଳସ ସେବାରେ ଦରକାର ହୁଏ ମୁହିଁଟି ଆମ୍ବଡାଳ ବରକୋଳିର ପତରେ ସ୍ଥାନ ଯେ ମୋହର ଥାଏଟି ।। ଆସୁ ସତେ କେତେ ବାଆ ବତାସ ଯେ କେବେ ଯାଏ ନାହିଁ ଡରିକି ଡରିବାର ଯଦି ଥାଏ ମୋ ମନରେ ଡର ଥାଏ ମୋର ହରିକି ।। ଗୋରୁର ପାକୁଳି ମଧ୍ୟରେ ମୁହିଁ ଯେ…

ଅଧିକ ପଢ଼ନ୍ତୁ
banaspati

ବନଷ୍ପତି

ଧୂଳି ମାଟି କଙ୍କରିତ ଏଇ ଧୁସର ଧରିତ୍ରୀକୁ ତୁମେଇ ତ, ସବୁଜିମାରେ ଭରିଦେଲ । ଏ ଧୂସର ଧରିତ୍ରୀକୁ ତୁମରି ରଙ୍ଗରେ ରଙ୍ଗେଇ ଦେଲ, ତୁମରି ନବ କିଶଳୟ, ତୁମରି ପୁଷ୍ପ ସମ୍ଭାରରେ କେତେଯେ ରଙ୍ଗ ବିଛାଡିଗଲ, ପ୍ରାଣେ ପ୍ରେମ ତୁମେଇ ତ ଭରିଦେଲ । ପ୍ରାଣେ ପ୍ରାଣବାୟୁ ତୁମେଇ ତ ଦେଲ, ଅନ୍ନମୟ ପିଣ୍ଡେ ପ୍ରତି କୋଷୀକାରେ, ତୁମେତ ବୋହୁଛ ପ୍ରତିକ୍ଷଣ ପ୍ରତି ମୁହୁର୍ତ୍ତରେ, ପ୍ରତିଟି ପ୍ରାଣୀର ପ୍ରତିଟି ନିଶ୍ୱାସକୁ ତୁମେ ତ ରୁଣି କରିଦେଲ…

ଅଧିକ ପଢ଼ନ୍ତୁ