ମୁଁ ଜନନୀ
ମୁଁ ଭଗିନୀ
ମୁଁ ତନୟା
ମୁଁ ସହଧର୍ମିଣୀ
ଏଇତ ମୋ ଚରିତ୍ରର ବିବରଣୀ
ମୁଁ ଲଜ୍ଜା
ମୁଁ ପୂଜ୍ୟ
ମୁଁ ଧୈର୍ଯ୍ୟ
ମୁଁ ସଭ୍ୟ
ଏସବୁ ମୁଁ ହେବା ନିତାନ୍ତ ଆବଶ୍ୟକ
ମୁଁ ଧରଣୀ
ମୁଁ କାମିନୀ
ମୁଁ ରମ୍ୟ
ମୁଁ କାମ୍ୟ
କାବ୍ୟରେ ବର୍ଣ୍ଣିତ ହୁଏ ମୋର ଏ ଗୁଣ ।
– ସୁନିତା ପଟେଲ
Comments
ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।