ସମୟ

Odia Poem Samaya (ସମୟ) by Rudranarayan Panigrahi

ଦୁନିଆରେ ଏକା ଏଇ ସମୟ ଅଟେ ସବୁଠୁ ନିର୍ଦ୍ଦୟ
ପଲକେ ପଲକେ ବର୍ତ୍ତମାନଟା ଯେ ନେଇ ନେଇଯାଏ ବିଦାୟ ।
ଭାବନା କଳ୍ପନା ଭବିଷ୍ୟତ ସବୁ କେବେ ହୋଇଯାଏ ଅତୀତ
ସମୟ ରୂପକ ତରଣୀରେ କେହି ମାରି ପାରନ୍ତିନି କାତ ।
ହସିବା ଖେଳିବା ବୁଲିବା ଭିତରେ ଶେଷ ହୋଇଯାଏ ଶୈଶବ
ଆଜି ଏକାନ୍ତରେ ଭାବୁଥାଏ ବସି କାଳେ ମୋ ଅତୀତ ଫେରିବ ।
ଗଢ଼ି ତୋଳନ୍ତି ମୁଁ ନିଜକୁ ପୁଣି ମଣିଷରେ ଗୋଟେ ମଣିଷ
ହେଲେ ଏହା ଅଟେ କଳ୍ପନା କେବଳ ଅଟେ ପୁଣି ଦିବା ସ୍ୱପ୍ନ ।
ନିର୍ଦ୍ଦୟ ସମୟ କେବେବି ଫେରେନି ଚାଲୁଥାଏ ଚାଲୁଥାଏ
କେତେ ଆଶା ଆଉ କେତେ ସପନକୁ ସାଥେ ଧୋଇ ନେଇଯାଏ ।
ସମୟକୁ ତମେ ଆଜି କଲେ ନଷ୍ଟ କାଲି ତମେ ହବ ନଷ୍ଟ
ବିଶାଳ ଏଇ ପୃଥିବୀ ମଧ୍ୟରେ ଖୋଜିପାରିବନି ବାଟ ।
ସମୟ ସହିତ ତାଳ ଦେଇ ଯିଏ ନିଜକୁ ଆଗେଇ ନେବ
ଅଜଣା ଏଇ ଦୁନିଆରେ ପରିଚୟ ସେ ପାଇବ ।

– ରୁଦ୍ର ନାରାୟଣ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...