ନାରୀ

Naari - Odia Poem by Rashmibala Satpathy

ନାରୀ ତମେ କେବେ ଜାୟା
କେବେ ଜନନୀ ଭଗିନୀ,
ସ୍ନେହମୟୀ ଦୟାମୟୀ
ତୁମେ ଅଟ ଶକ୍ତିମୟୀ ।

କନ୍ୟା ରୂପେ କେବେ ତୁମେ
ବଢ଼ାଇଥାଅ ଗୃହର ଶୋଭା,
ଶୈଶବ କାଳରେ ମାତୃ ରୂପେ
ମମତାମୟୀ ରୂପେ ହୁଅ ଉଭା ।

ଜଗତ କଲ୍ୟାଣେ ବ୍ରତୀ
ଦାନ କରିଥାଅ ପୀୟୂଷ,
ପତ୍ନୀ ରୂପେ ତୁମ ନିଷ୍ଠା ବଳେ
ବଢ଼ାଇ ସ୍ଵାମୀଙ୍କ ଆୟୁଷ ।

ଜୀବନ ଥିବାଯାଏ କରିଥାଅ
ଶାଶୁଶଶୁରଙ୍କ ସେବା,
ଦୁଇ କୁଳର ହିତ କରିଥାଏ
ସଦା ତୁମେ ଅଟ ସୁପ୍ରଭା ।

ତୁମ ତ୍ୟାଗପୂତ ଜୀବନେ ଆଦର୍ଶ
ବାଣ୍ଟିଥାଅ ନିତିଦିନ,
ଧୈର୍ଯ୍ୟ ଦୟା କ୍ଷମା ସହନଶୀଳତା
ଧରି ରଖିଥାଏ ଅପୂର୍ବ ମନେ ।

ସମାଜ ଗଠନ ତୁମରି ଭୂମିକା
ଅପ୍ରମିତ ରହିଥାଏ,
ପ୍ରକୃତି ସ୍ୱରୂପ ତୁମେ ମହିୟସୀ
ବିପଦ ନଶିନି ବୋଲଇଥାଏ ।

ଦେବୀ ରୂପେ ତୁମେ ଆସ ଅବତରି
ଜଗତ କଲ୍ୟାଣ ପାଇଁ,
ସୁନ୍ଦର ଧରଣୀ ଶୋଭା ପାଉଅଛିୁ
କାଳ କାଳରୁ ତୁମରି ପାଇଁ ।

ତୁମ ବିନା ସୃଷ୍ଟି ଧ୍ଵଂସ ପାଇଥାଏ
ଅନ୍ୟଥା କେବେ ନୋହିଛି
ଏ ସଂସାରେ ନାହିଁ ନାରୀ ସମ କେହି
କ୍ଷମାର ପ୍ରତିମୂର୍ତ୍ତି ରୂପେ ଯୁଗେ ଯୁଗେ ରହିଛି ।

ନିରୀହା ସରଳା ନାରୀ ଅଟେ
ନିଃସ୍ୱାର୍ଥର ଜୀବନ୍ତ ପ୍ରତିମା
ସର୍ବଂସହା ନାରୀ ତୁମେ
କେ ବର୍ଣିବ ତୁମ ମହିମା। ।

ରଶ୍ମୀବାଳା ଶତପଥୀ
ଯାଜପୁର ଟାଉନ୍, ଯାଜପୁର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...