ମହୋଦଧିରୁ ଏକ ଫଳରୂପକ ନାଲିରଙ୍ଗର ତୀର୍ଯକ୍ ହଠାତ୍ ପଡ଼ିଲା ମୋ ଉପରେ । ସତେ ଅବା ଶରୀରରେ ଗୁଞ୍ଜରିତ କଲା । ଉଠିଆସ ଉଠିଆସ… ପ୍ରାତଃ ଠିକ୍ ୯ଘ. ୩୦ ମିନିଟ୍ ସମୟରେ । ସବୁଜିମାମୟ ରାଜରାସ୍ତାରେ ଦୁଇଚକିଆ ଯାନରେ ଗୁଣୁଗୁଣୁ ଶବ୍ଦ କରି ସୌନ୍ଦର୍ଯ୍ୟମୟୀ ଚିଲିକାରାଣୀକୁ ଅନେଇ ଯାଉଥାଏ । ମନ ଭିତରେ ସୃଷ୍ଟିହୁଏ ଆଶାର ଆହ୍ଲାଦ । ସତେ ଅବା କିଏ ଡାକୁଥାଏ । ମୁଁ ଅଛି ଏଠାକୁ ଆସ । ଯୁଗଯୁଗର ସେ ମିଳନ ଆଉ ସେ ସାତ ଜନ୍ମର ସମ୍ପର୍କ । ସେ ରାଜରାସ୍ତାରେ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥରେ ପହିଞ୍ଚି ଯାଇଥାଏ । ମୁଁ ବସିଥାଏ ଏକ ଭଙ୍ଗା ପାଚେରୀ ଉପରେ । ଦୂରରୁ ଦେଖେ ସୁନ୍ଦରୀ ରମଣୀ ଯୁବାକୁ । ସେ ଆସି ମୋ ପାଖରେ ଛିଡ଼ା ହୁଏ । ଆଖିଠାର କରି ମୁଁହେଁ ସ୍ମିତ ହସ ଓ ଇସାରା ଇଙ୍ଗିତ କରୁଥାଏ । ମୁଁ ଅବାକ୍ ହୋଇ ତା’ର ମୁଖ ମଣ୍ଡଳକୁ ଚାହିଁ ରହିଥାଏ । କିଛି କ୍ଷଣପରେ ଚାଲିଯାଏ ସେ ମୋ ପାଖରୁ । ମୋ ମନ ହୃଦୟ ସ୍ପନ୍ଦନ ଖୋଜିଲା ତାକୁ । ମନ ବିଚଳିତ ଚଳ ଚଞ୍ଚଳ ହୋଇ ଉଠିଲା ଏବଂ ବ୍ୟବହାରରେ ମୋର ପରିବର୍ତ୍ତନ ଘଟିଲା । ପ୍ରତିଟି ମୁହୂର୍ତ୍ତରେ ତା’ର ମୁହଁ ମୋ ଆଖି ଆଗେ ଝଲସି ଉଠିଲା । ସେହିଠାରୁ ମୁଁ ଜାଣି ପାରିଲି ମୋ ହୃଦୟର ନାୟିକା ମନର ମାନସୀ ସ୍ଵର୍ଗର ଅପସରୀ ମୋତେ ମିଳିଛି ଆଉ ମୁଁ ତା ପ୍ରେମରେ ପଡ଼ିଛି…
– ଆଶିଷ କୁମାର ସ୍ୱାଇଁ
Comments
ଆଶିଷ କୁମାର ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।