You are currently viewing ମୃତ୍ୟୁର ସ୍ୱର
ମୃତ୍ୟୁର ସ୍ୱର

ମୃତ୍ୟୁର ସ୍ୱର

ସୁଖ ଦୁଃଖ ମଣିଷ ଜୀବନର ଦୁଇଟି ମୁଖ୍ୟ ଅତିଥି । ଜୀବନର ଆରମ୍ଭ ଜନ୍ମ ଏବଂ ଶେଷ ହେଉଛି ମୃତ୍ୟୁ । କଥାଟି ଶୁଣିବା ପାଇଁ ଭୟଙ୍କର ଲାଗିପାରେ ସତ କିନ୍ତୁ ଏହା ହିଁ ହେଉଛି ଜୀବନର ଏକ ନିରାଟ ସତ୍ୟ ଯାହା ସଭିଙ୍କୁ ଭଲଭାବେ ଜଣା ।

ଦୂର ଅନ୍ଧକାର ରାତି, ଜହ୍ନର କେଉଁଠି ଝଲକ ଟିକେବି ନାହିଁ, ଭୟଙ୍କର ପ୍ରାକୃତିକ ଦୃଶ୍ୟ ଏମିତି ମୃତ୍ୟୁ ଆସେନା ଏହାକୁ କେବଳ କଳ୍ପନା କରାଯାଏ । ସତକଥା ହେଉଛି ଏହାର ନା ସଠିକ ସମୟ ଅଛି ନା ଅଛି ଏହାର କୌଣସି ପ୍ରକାର, ଏହା ସତ୍ୟ ସୁନ୍ଦର ଏବଂ ସୃଷ୍ଟିର ଏକ ନିୟମ । କେତେବେଳେ ଆସି ଉପସ୍ଥିତ ହୋଇଯାଏ ଏବଂ ମନୁଷ୍ୟକୁ ନେଇଯାଏ ଏକ ଭିନ୍ନ ରାଇଜକୁ ଯାହାର ଆକାର, ପ୍ରକାର ସଭିଙ୍କୁ ଅଜଣା ।

କଥାରେ ଅଛି

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି,
ଦେବତା ହେଲେବି ମରଇ ।

ତେଣୁ ସେ ମୃତ୍ୟୁର ସ୍ୱର ସହ ପରିଚିତ ହେବାକୁ ପଡ଼ିବ । ଏହା ସୃଷ୍ଟିର ନିୟମ ବୁଝିବାକୁ ପଡ଼ିବ, ସବୁ ଭୁଲି ସମର୍ପିତ ହେବାକୁ ପଡ଼ିବ । ଗର୍ବର ପାହାଡ଼କୁ, ଲୋଭ, ମୋହମାୟାକୁ ଉତ୍ସର୍ଗ କରି ଜୀବନର ମୂଲ୍ୟ ବୁଝିବାକୁ ପଡ଼ିବ ଓ ଦିନେନା ଦିନେ ମୃତ୍ୟୁର ସ୍ୱରୁକୁ ଶୁଣିବାକୁ ପଡ଼ିବ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମି ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।