ଆମ ବିଷୟରେ

ସମ୍ପୂର୍ଣ ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ଦ୍ୱାରା ରଚିତ କିଛି ଗଳ୍ପ, ପ୍ରବନ୍ଧ, କବିତା, ଭ୍ରମଣ କାହାଣୀ, ଆତ୍ମକଥା, ବ୍ୟଙ୍ଗ ରଚନା ଆଦିକୁ ନେଇ ପ୍ରକାଶ କରିବାର ପ୍ରଚେଷ୍ଟା କରିଯାଇଛି । ନୂଆ କରି ଆସିଥିଲା ସେ ”ନବପଲ୍ଲବ” ରୂପରେ ଏବଂ ପରେ ସାଜିଛି “ଶୁଭପଲ୍ଲବ” । ବସନ୍ତ ଋତୁର ଆଗମନରେ ଯେମିତି ପତ୍ରଝଡ଼ା ଦେଇଥିବା ବୃକ୍ଷରେ ନୂଆ ପତ୍ର ଗଜରୁଥାଏ, ଠିକ୍ ସେମିତି କିଛି ନୂଆ ନୂଆ ଲେଖାକୁ ନେଇ ପ୍ରସ୍ତୁତ ହୋଇଥିଲା ଏହାର ପ୍ରଥମ ସଂସ୍କରଣ ଏବଂ ଧୀରେ ଧୀରେ ଆଗକୁ ବଢ଼ିଚାଲିଛି ।

Shubhapallaba Logo

ଆମର ଲକ୍ଷ୍ୟ

ଏହି ପତ୍ରିକାଟି ଇ-ପତ୍ରିକା ହୋଇଥିବାରୁ ଏହାକୁ ପଢ଼ିବାକୁ କୌଣସି ମୂଲ୍ୟ ଲାଗିବ ନାହିଁ ଏବଂ ଲେଖକମାନଙ୍କୁ କୌଣସି ମୂଲ୍ୟ ପ୍ରଦାନ କରାଯାଇନାହିଁ ।

“ବିନା ମୂଲ୍ୟରେ ଲୋକମାନଙ୍କର ରଚନାକୁ ପାଠକମାନଙ୍କ ପାଖରେ ପହଞ୍ଚାଇବା ହେଉଛି ଆମର ପ୍ରଥମ ଲଷ୍ୟ”

କାର୍ଯ୍ୟକାରୀ ସଦସ୍ୟ

ସମ୍ବିତ ଦାସ

(ଡିଜାଇନର)

ତାଙ୍କ ବିଷୟରେ

ଚିତ୍ର ଅଙ୍କିବା ତାଙ୍କର ରୁଚି, ରଙ୍ଗ ତୂଳି ନୁହେଁ ଇଲେକ୍ଟ୍ରି କଲମ ତାଙ୍କର ପ୍ରିୟ...
ଅଧିକ ପଢ଼ନ୍ତୁ

ସଂଗ୍ରାମ କେଶରୀ ସେନାପତି

(ସମ୍ପାଦକ)

ତାଙ୍କ ବିଷୟରେ

ପେଷାଠାରୁ ନିଶା ଅଲଗା...
ଅଧିକ ପଢ଼ନ୍ତୁ
Tapas Ranjan

ତାପସ ରଞ୍ଜନ

(ସମ୍ପାଦକ)

ତାଙ୍କ ବିଷୟରେ

କବିତା ଲେଖିବା ତାଙ୍କର କାମ...
ଅଧିକ ପଢ଼ନ୍ତୁ

ସହଯୋଗୀ ସଦସ୍ୟ

ନିଧି ଅଜା

ତାଙ୍କ ବିଷୟରେ

ତଥ୍ୟ ଶୀଘ୍ର ଯୋଡ଼ାଯିବ...
ଅଧିକ ପଢ଼ନ୍ତୁ

ବିଜୟ ବିଶ୍ୱାଳ

ତାଙ୍କ ବିଷୟରେ

ତଥ୍ୟ ଶୀଘ୍ର ଯୋଡ଼ାଯିବ...
ଅଧିକ ପଢ଼ନ୍ତୁ
Akala Kusmanda

ଅକାଳ କୁଷ୍ମାଣ୍ଡ

ତାଙ୍କ ବିଷୟରେ

ତଥ୍ୟ ଶୀଘ୍ର ଯୋଡ଼ାଯିବ...
ଅଧିକ ପଢ଼ନ୍ତୁ
Pallavi Pujapanda

ପଲ୍ଲବୀ ପୂଜାପଣ୍ଡା

ତାଙ୍କ ବିଷୟରେ

ତଥ୍ୟ ଶୀଘ୍ର ଯୋଡ଼ାଯିବ...
ଅଧିକ ପଢ଼ନ୍ତୁ

ଇତିଶ୍ରୀ ନାୟକ

ତାଙ୍କ ବିଷୟରେ

ତଥ୍ୟ ଶୀଘ୍ର ଯୋଡ଼ାଯିବ...
ଅଧିକ ପଢ଼ନ୍ତୁ
Sangita Nayak

ସଂଗୀତା ନାୟକ

ତାଙ୍କ ବିଷୟରେ

ତଥ୍ୟ ଶୀଘ୍ର ଯୋଡ଼ାଯିବ...
ଅଧିକ ପଢ଼ନ୍ତୁ

ପ୍ରଶ୍ନୋତ୍ତର

ଅତି ସାଧାରଣ ପ୍ରଶ୍ନ ଆଉ ତା'ର ଉତ୍ତର

ଏହି ପତ୍ରିକାଟି ଆମର ଓଡ଼ିଆରେ ପ୍ରକାଶ ପାଉଥିବାରୁ ଆପଣମାନଙ୍କୁ ଲେଖା ଓଡ଼ିଆରେ ପଠାଇବାକୁ ହେବ । ଓଡ଼ିଆରେ ଯେ କୌଣସି ଲେଖା ଚଳିବ, କିନ୍ତୁ ଲେଖା ସମ୍ପୂର୍ଣ୍ଣ ନିଜର ହୋଇଥିବା ଆବଶ୍ୟକ ଏବଂ ଭବିଷ୍ୟତରେ ଅସୁବିଧା ସୃଷ୍ଟି କଲାଭଳି ଯଥା ରାଜନୈତିକ ଆକ୍ଷେପ ଆଦି ଲେଖାକୁ ପ୍ରକାଶ କରାଯିବ ନାହିଁ ।

ଆମ ଯେହେତୁ ଇ-ପତ୍ରିକାରେ ପ୍ରକାଶ କରୁଛୁ, ଅଧିକାଂଶ ଲୋକଙ୍କର ଠିକଣା ମଧ୍ୟ ତଳେ ଦିଆଯାଉନାହିଁ । ଭବିଷ୍ୟତରେ କେହି ଅସୁବିଧାରେ ନ ପଡ଼ନ୍ତୁ ବୋଲି ଇ-ମେଲ୍ ଠିକଣା ମଧ୍ୟ ଆମେ ଦେଉନାହୁଁ । କିନ୍ତୁ ଫଟୋଟିଏ ଦେବା ଅନିବାର୍ଯ୍ୟ । ବିନା ଫଟୋରେ ଲେଖା ଆଉ ପ୍ରକାଶ ପାଇବ ନାହିଁ । ଯଦି ଆପଣ କୌଣସି ନିର୍ଦ୍ଦିଷ୍ଟ ଚରିତ୍ରକୁ (ଯଥା: ନିଧି ଅଜା, ଅକାଳ କୁଷ୍ମାଣ୍ଡ) ନେଇ ରଚନା କରୁଛନ୍ତି, ତେବେ ସେଇ ଚରିତ୍ରର ଫଟୋ ପଠାଇବାକୁ ହେବ ।

ଆମ ପତ୍ରିକାଟି ତିନି ମାସରେ ଥରେ ପ୍ରକାଶ ପାଉଛି, ତେଣୁ ଏକାଧିକ ଲେଖା ପ୍ରକାଶ କରିବା ଅସୁବିଧା । ଯଦି ଆପଣ ଅଧିକ ଲେଖା ପଠାଉଛନ୍ତି, ତେବେ ବଳିପଡ଼ିଥିବା ଲେଖାଟି ଆମ ପତ୍ରିକାରେ ପ୍ରକାଶ ନ ପାଇ ହୁଏତ ଆମର ୱେବ ପୋର୍ଟାଲ୍‌ରେ ପ୍ରକାଶ ପାଇବ ।

ସମୟ ଅନୁସାରେ ଆଜ୍ଞା ଯୋଜନା ବଦଳି ଆସିଛି । ତେଣୁ ଭବିଷ୍ୟତ କଥା ତ ସେମିତି ଜଣା ନାହିଁ, ହେଲେ ଏବେ ଆମେ ଅଧିକରୁ ଅଧିକ ଓଡ଼ିଆ ପାଠକ ଆବଶ୍ୟକ କରୁଛୁ । ସେଇଥିପାଇଁ ତ ବିନା ମୂଲ୍ୟରେ (ଇଣ୍ଟରନେଟ ଚାର୍ଜ ଏବେ ଆଉ ସେତେ ଅଧିକ ନାହିଁ) ଲୋକଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛୁ ।

ଏହା ଏକ ଇ-ପତ୍ରିକା ହୋଇଥିବାରୁ ଆମେ ଲେଖା କେବଳ ଇ-ମେଲ ମାଧ୍ୟମରେ ଗ୍ରହଣ କରୁ । ତା’ସହିତ ଏବେ ଆମ ସମସ୍ତଙ୍କ ପାଖରେ ପ୍ରାୟତଃ ଓଡ଼ିଆରେ ଟାଇପ୍ ପାଇଁ ସହଜ ଜିନିଷ ମୋବାଇଲ ଆଦି ମିଳିଗଲାଣି । ତେଣୁ ଲେଖା ଇ-ମେଲ୍ [email protected] ମାଧ୍ୟମରେ ଟାଇପ୍ କରାଯାଇ ଡକୁମେଣ୍ଟ (.doc, .docx, .txt) ଆକାରରେ ପଠାଇବାକୁ ହେବ ।

ଆମ ପାଖକୁ ଲେଖା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆସିଥିଲେ ବି ଆମେ ଅଧିକ ସଂଖ୍ୟକ ଲେଖା ପ୍ରକାଶ କରିବାରେ ଅସୁବିଧା ଭୋଗୁଥାଉ । ତେଣୁ ଜଣଙ୍କର କେବଳ ଗୋଟିଏ ଲେଖା ପ୍ରକାଶ ପାଇପାରିବ । ଯଦି ଆପଣଙ୍କର ଲେଖାଟି ଆମର ପତ୍ରିକାରେ ପ୍ରକାଶ ପାଇପାରିନାହିଁ, ତେବେ ଆମ ସହ ଇ-ମେଲ୍ କିମ୍ବା ହ୍ୱାଟସ୍ଆପ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ ।

ୱେବ ପୋର୍ଟାଲ୍‌ରେ ଲେଖା ପ୍ରକାଶ କରିବା ପାଇଁ ଆପଣଙ୍କୁ ଆପଣଙ୍କର ନିଜ ଲେଖାକୁ ଓଡ଼ିଆରେ ଟାଇପ୍ କରି ଆମ ପାଖକୁ ଇ-ମେଲ୍ ମାଧ୍ୟମରେ ପଠାଇବାକୁ ହେବ । ଆଉ ସାଙ୍ଗରେ ଫଟୋ ଏବଂ ଆପଣଙ୍କର ପ୍ରୋଫାଇଲ୍ ପାଇଁ ଆବଶ୍ୟକୀୟ ତଥ୍ୟ ପଠାଇବାକୁ ହେବ ।

ଓଡ଼ିଆ ଲିପି ଭଲରେ ପଢ଼ିପାରୁନଥିବା ତଥା ଗପ ଶୁଣିବାରେ ଇଚ୍ଛା ରଖୁଥିବା ଆମର ପାଠକମାନଙ୍କ ପାଇଁ ଆରମ୍ଭ ହୋଇଥିଲା ଅଡ଼ିଓ ପତ୍ରିକା । ଆପଣମାନେ ନିଜେ ମୋବାଇଲ ଜରିଆରେ କୌଣସି ବି ଲେଖା ରେକର୍ଡ଼ିଂ କରି ଆମର ଇ-ମେଲ୍ କିମ୍ବା ହ୍ୱାଟସ୍ଆପ୍‌କୁ ପଠାଇପାରିବେ । ଆମ ତା’ସହ କିଛି ସଙ୍ଗୀତ ଯୋଡ଼ି ଅପ୍‌ଲୋଡ୍ କରିପାରିବୁ ।