ମୋ ଗାଁ ପୋଖରୀ
ଗଙ୍ଗା ଠାରୁ ପବିତ୍ରତମା ,
ବିନ୍ଦୁଏରେ ଭରା ସିନ୍ଧୁଏ ମମତା
ତା’ ସମ ନାହିଁ କିଛି ଉପମା ।
ସ୍ଥିତ ପ୍ରଜ୍ଞ କଠୋର ତପସ୍ୟାରତ
ବାଣ୍ଟୁଥାଏ ଅମୃତ ଧାରା ,
ଆବାହମାନ କାଳରୁ ଆକୁଣ୍ଠ ଦାନ
ହେଉ ଶୀତ, ବର୍ଷା ଅବା ଖରା ।
ତା’ ତୁଠ ସ୍ଵର୍ଗଠୁ ଶ୍ରେଷ୍ଠ
ଏନ୍ତୁଡ଼ିଶାଳରୁ ଅନ୍ତିମ ଯାତ୍ରାରେ ଲୋଡ଼ା,
ଧନୀ ଗରିବର ମିଳନ ସ୍ଥଳ ସେ
ଦଶଦିଗ ସହ ସର୍ବଦା ଯୋଡ଼ା ।
ଅସ୍ତିମ ସୂର୍ଯ୍ୟ ଉଦିତ ଜହ୍ନ
ମାଛରଙ୍କାର ଲୁଚକାଳି ଖେଳ,
ଆବାଳ ବୃଦ୍ଧ ବନିତା
ସଭିଏଁ ତା’ ସଖା ସହୋଦର ,
ଅତିବ ମନୋରମ
ହୃଦୟେ ଭରା ସ୍ନେହର ଅପାର ଭଣ୍ଡାର ।