କିଏ ସେ?

Odia Poem Kie Se (କିଏ ସେ) by Ganesh Prusty

କିଏ ଆଙ୍କି ଦେଲା
ନୀଳ ଆକାଶର କାନ୍‌ଭାସ୍‌ରେ
ଧଳା ବାଦଲର ଛବି?

କିଏ ଭରି ଦେଲା ମାନସ ପଟଳେ
ପ୍ରେମ ଭରା ମିଠା ଗୀତି?

କାହାଲାଗି ସଜା ସୁନ୍ଦର ଦୁନିଆ
ଆତ ଜାତ ଚନ୍ଦ୍ର ରବି?

ଖୋଜିଲି ଅନେକ…
ସେ ଅଦୃଶ୍ୟ ପ୍ରତିମାକୁ
ପାରିଲିନି କେବେ ଦେଖି ।

ହୃଦ୍‌ବୋଧ ହେଲା
ସବୁ ତ ତାଙ୍କର
ସେ ସ୍ରଷ୍ଟା ସେ ସୃଷ୍ଟି ।

ସର୍ବତ୍ର ବିଦିତ ଅସୀମ ଅନନ୍ତ
ନାହିଁ ତାଙ୍କ ପ୍ରତିଛବି ।

– ଗଣେଶ ପୃଷ୍ଟି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...