ପିତାମାତାଙ୍କ କରକମଳରେ
ସମ୍ପନ୍ନ ହୁଏ ଯେବେ ମହାଦାନ
ଏଇତ ସେଇ କ୍ଷଣ କନ୍ୟାଦାନ ।
ଅଶ୍ରୁ ବହେ ବନ୍ଧ ଭାଙ୍ଗି
ପିତାଙ୍କ ନୟନୁ ଯେଉଁ ଦିନ
ଏଇତ ସେଇ କ୍ଷଣ କନ୍ୟାଦାନ ।
ଗୋଟିଏ ମୂହୁର୍ତ୍ତରେ
ହଜାରେ ସ୍ମୃତି କରେ ଆଲିଙ୍ଗନ
ଏଇତ ସେଇ କ୍ଷଣ କନ୍ୟାଦାନ ।
ହେଇଯିବ ଝିଅ କରୁଥିବା ଅଳି,
ଭାଇ ସହ କଳିର ସମାପନ
ଏଇତ ସେଇ କ୍ଷଣ କନ୍ୟାଦାନ ।
ସୁତା ତାଙ୍କ ଦୁହିତା ବୋଲି
କରନ୍ତି ଦୁହେଁ ଅଭିମାନ
ଏଇତ ସେଇ କ୍ଷଣ କନ୍ୟାଦାନ ।
ତାରକା ସଜ୍ଜିତ ଗଗନୁ
ହୁଏ ବରଷା ଯେଉଁ ଦିନ
ଏଇତ ସେଇ କ୍ଷଣ କନ୍ୟାଦାନ ।
ପରିବର୍ତ୍ତନ ହେଇଯାଏ ଯେବେ
କନ୍ୟାର ବଂଶ, ଗୋତ୍ର, ନାମ
ଏଇତ ସେଇ କ୍ଷଣ କନ୍ୟାଦାନ ।
– ସୁନିତା ପଟେଲ
Comments
ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।