ଦୁଖ୍ ଜଞୀଲ୍ କେ ଯାଏସି ସହି
ପାଏନ୍ ଢୁକେ ପିଇ ଯାଏସି ରହି
ପେଟର୍ ଭୁଖ୍କେ ମାରି,
କାମ୍ କଲେ ଖାଏସି ନାହେଲେ ଚାହେଁସି
ହଲିଆ ଗୁତି କରି ॥୧॥
ଫୁର୍ ଫୁର୍ ଉଡ଼େ ମୁଡର୍ ବାଲ
ମାଖ୍ ବାର୍ ଲାଗି ନାଇଁନ ତେଲ
ଘେନ୍ ବାର୍ ଲାଗି ପଇସା,
କେନ୍ନୁ ପାଇବା ଭଲ୍ ମନ୍ଦ୍ ଯେ
ଖାଇ ପିଇ ହେବା ସର୍ସା ॥୨॥
କିଟ୍ କିଟ୍ ମଇଲା ଚିର୍ହା ସାର୍ଟ
ଆରୁ ନାଇଁଥିସି ଅଲ୍ ଗା ବାଟ୍
କରିଆ କେ ଭରସା କରି,
ଗୁଟେ ପେଁଟ୍ ତ ଶୁଖିଲେ ବାହାର୍ବା
ଗାଁ ଖୁଲି ପିନ୍ଧିକରି ॥୩॥
କାହିଁର୍ ଫୁଷ୍ ପୁନି ଯାତ୍ରା ତିହାର୍
ଖୁସୀ ନାଇଁଆସେ ଜୀବନେଁ ତାହାର୍
ଦିନ୍ ଯାଏ ଲୁହ ପିଇ,
ଦୁନିଆଁ କହେସି ଛୋଟ୍ ଲୋକ୍ ତାକେ
ଗରିବର୍ ଚିହ୍ନା ଦେଇ ॥୪॥
ଗରିବ୍ ଯାଏସି ଦାଦନ୍ ଖଟି
କାମ୍ କରୁଥିସି କାର୍ ଈଟାଭାଟି
ଛୁଆପିଲା ଧରି କରି,
କେନ୍ତା ପଢ଼ାବା ଛୁଆକେ ତା’ର୍ ପାଠ୍
ଗରିବ୍ କରେ ମୁରୁଖ୍ କରି ॥୫॥
– ସତ୍ୟନାରାୟଣ ପଧାନ
Comments
ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।