ଦାନ

Dana

କୌଣସି ଜରୁରୀ କାମରେ ଦାସ ବାବଙ୍କୁ ସହରରୁ ଦଶ କିଲୋମିଟର ଦୂରକୁ ଯିବାକୁ ପଡ଼ିଲା । ସେ ଅଟୋରିକ୍ସାବାଲାକୁ ପଚାରିଲେ କେତେ ଭଡ଼ା ନେବୁ କହିଲୁ । ଅଟୋବାଲା କହିଲା, “ସାର୍… ଦୁଇ ଶହ ଟଙ୍କା ଭଡ଼ା ପଡ଼ିବ ।” ଦାସ ବାବୁ ଏହା ଶୁଣି ପୂରା ରାଗିଗଲେ, କହିଲେ, “ତୁମେମାନେ ଆଉ କେତେ ଲୁଟିବ ଆମଠୁ କହିଲ । ଗୋଟିଏ ଲୋକର ଅସହାୟତାର ସୁଯୋଗ ନେବ । ମୁଁ ଶହେ ଟଙ୍କା ଦେବି !”

“ନା ସାର୍, ଶହେ ଟଙ୍କାରେ ତ ପେଟ୍ରୋଲ ପଳେଇବ । ଠିକ୍ ଅଛି ଆପଣ ଦେଢ଼ଶହ ଟଙ୍କା ଦେବେ ।”

ମନ ମାରିକି ଦାସ ବାବୁ ଅଟୋରେ ବସି ପଡିଲେ । ପାଖା ପାଖି ଛଅ କିଲୋମିଟର ଆସିଲା ପରେ ଅଟୋବାଲା ଗୋଟିଏ ଘର ସାମ୍ନାରେ ଅଟୋକୁ ରଖି ଠିଆ କଲା ଆଉ କହିଲେ, “ସାର୍, ଗୋଟିଏ ଜରୁରୀ କାମ ଅଛି ମୁଁ ପାଞ୍ଚ ମିନିଟ୍‌ରେ ପଳେଇ ଆସିବି ଆପଣ ଗାଡ଼ି ଭିତରେ ବସି ଥାଆନ୍ତୁ । କ’ଣ ଆପଣ ମୋତେ ମୋର ଭଡ଼ା ପଇସା ଟିକିଏ ଆଗୁଆ ଦେଇ ପାରିବେ ସାର୍?” ସେ ଘରର ଗେଟ୍ ଖୋଲି ଭିତରକୁ ଗଲା । ଦାସ ବାବୁ ଉତ୍ସୁକତାର ସହିତ ରିକ୍ସାରୁ ବାହାରକୁ ଦେଖିବାକୁ ଲାଗିଲେ । ସେ ଘର ଉପରେ ଗୋଟିଏ ବୋର୍ଡ଼ ଲଗା ହେଇଥିଲା । ଆଉ ଲେଖାଥିଲା ‘ଅନାଥ ଆଶ୍ରମ ମାନସିକ ଅନଗ୍ରସ ଛୁଆଙ୍କ ପାଇଁ’ । ଆଉ ଅଟୋବାଲା ତା’ କାମ ସାରି ଠିକ୍ ସମୟ ଭିତରେ ପଳେଇ ଆସିଲା । ଆଉ ଗାଡ଼ିକୁ ଆଗକୁ ଚଳେଇବା ଆରମ୍ଭ କଲା ।

ଦାସ ବାବୁ ଆଉ ନିଜକୁ ଅଟକେଇ ପାରିଲେନି । କୌତୁହଳ ବଶତଃ ସେ ପଚାରିଲେ, “ଏଠି ତୁମର କିଏ ବନ୍ଧୁ ବାନ୍ଧବ ଅଛନ୍ତି କି?” “ନା ସାର୍, ମୁଁ ଏଠାରେ ପ୍ରତି ମାସରେ ପାଞ୍ଚ ଶହ ଟଙ୍କା ଦାନ ଦିଏ ଏହି ଅନାଥ ଛୁଆଙ୍କ ପାଇଁ । ଆଜି ଟଙ୍କା ଟିକେ କମ୍ ପଡିଲା ତ ସେଥିପାଇଁ ଆପଣଙ୍କଠୁ ମାଗିକରି ନେଇଥିଲି ।”

ଦାସ ବାବୁ ପୂରା ଆଶ୍ଚର୍ଯ୍ୟ ହେଇ ଯାଇଥିଲେ । ପଚାରିଲେ, “କ’ଣ ତୁମର ଏତେ ସଞ୍ଚୟ ହୋଇଥାଏ ଯେ ତୁମେ ସବୁ ମାସରେ ଦାନ ଦିଅ? ତୁମର ନିଜର ପରିବାର ଆଉ ପିଲା ଛୁଆ?” ସେ କହିଲା, “ସାର୍, ଅଛନ୍ତି ନା… ଏହା ମୋର ମାନିବାର କଥା ଯେ ସଞ୍ଚୟ ଅର୍ଥରୁ ସମସ୍ତେ ଦାନ କରନ୍ତି କିନ୍ତୁ ସୀମିତ ଆୟରୁ ଯିଏ ଦାନ କରେ ସେ ହେଲା ପ୍ରକୃତ ‘ଦାନ’ । ଏଥିରୁ ଯେଉଁ ଖୁସି ମିଳେ ତାହା ଗୋଟିଏ ଅଲଗା ପ୍ରକାରର ସନ୍ତୋଷ ।”

କିଛି ସମୟ ପୂର୍ବରୁ ଅଟୋବାଲା ସହିତ ଭଡ଼ା ଛିଣ୍ଡେଇବାରେ ଯେଉଁ ଯୁକ୍ତି ଆଉ ତାକୁ ଏଆଡ଼ୁ ସେଆଡ଼ୁ କଥା କହୁଥିଲେ… ଦାସ ବାବୁଙ୍କୁ ଲଜ୍ୟା ଆଉ ଗ୍ଲାନିର ଅନୁଭବ ହେବାକୁ ଲାଗିଲା ।

– ମନୋଜ କୁମାର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...