ghoda-dimba-odia-story

ଘୋଡ଼ା ଡିମ୍ବ

ପ୍ରାୟ ୨୮ କି ୨୯ ବର୍ଷ ତଳର କଥା । ମହାପାତ୍ର ବାବୁ, ତାଙ୍କ ଧର୍ମ ପତ୍ନୀ ଟୁନା ମାଉସୀ ଆଉ ତିନି ଜଣ ଛୁଆଙ୍କ ସ‌ହ ରହୁଥିଲେ ଏଇ ଆମ କଟକର ଡଗରପଡ଼ାର ବଣିଆ ସାହିରେ, ଆମ ଘରର ପଡିଶା ଘର ସେ । ଛୁଆ ତିନିଟା ଦୁଇ ଦୁଇ ବର୍ଷ ସାନ ବଡ଼ । ମହାପାତ୍ର ବାବୁଙ୍କୁ ଏଇ ୩୬ ବର୍ଷ ଆଉ ଟୁନାଦେବୀଙ୍କୁ ୨୭ କି ୨୮ ହେବ ଅତି ବେଶୀରେ, ସେ ସମୟରେ ଝିଅ ଗୁଡ଼ାକ…

ଅଧିକ ପଢ଼ନ୍ତୁ
He Bhagaban

ହେ ଭଗବାନ !

ହେ ଭଗବାନ ! କେଉଁଠି ତୁମେ? ସମାଜ ସଙ୍କଟରେ, ସଂସାର ବିନାଶ ପଥେ, ବିଶ୍ୱ ବିପଦର ଅର୍ଗଳିରେ । ମଣିଷ ଖୋଳିଚାଲିଛି ମଣିଷ ପାଇଁ ଗଡ଼ତା । କାହିଁକି ଏମିତି? କେତେଦିନ ଆଉ ଏମିତି ଚାଲିଥିବ ମଣିଷର ନାରକୀୟ ଖେଳ? କୁତ୍ସିତ କଦର୍ଯ୍ୟ ଅବ୍ୟାହତ କର୍ମ? ସାଧୁବେଶରେ ଅସାଧୁତା, ଆଚାର ଛଳରେ ବ୍ୟଭିଚାର, କାର୍ଯ୍ୟ ନାଆଁରେ ଅକାର୍ଯ୍ୟ, ମଣିଷ ପାଇଁ ଏକ ନିତିଦିନିଆ ଖେଳେ ହେଇଗଲାଣି । ପ୍ରକୃତ ସାଧୁ ମୃତ୍ୟୁ ଅପମୃତ୍ୟୁର ଶୀକାର ହେଉଥିବା ବେଳେ ଅସାଧୁ ସୁଖସ୍ୱପ୍ନରେ ବିଭୋର ।…

ଅଧିକ ପଢ଼ନ୍ତୁ
khechudi-odia-training-centre

ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା

ଅନେକ ବର୍ଷ ତଳର କଥା । ଭାରତର ପୂର୍ବ ଉପକୂଳରେ ଓଡ଼ିଶା ବୋଲି ଗୋଟେ ରାଜ୍ୟ । ସେଠି ପ୍ରାୟ ୩.୫ କୋଟି ଲୋକ ଓଡ଼ିଆ ଭାଷା କୁହନ୍ତି ଓ ପ୍ରାୟ ୧ କୋଟି ଲୋକ ୨୯+ ଭାଷା କୁହନ୍ତି । ରାଜ୍ୟର ରାଜଭାଷା ଓଡ଼ିଆ । ଓଡ଼ିଶା ଲୋକେ ଭାରତର ଅନେକ ଭାଷାକୁ ସମାନଭାବେ ଭଲ ପାଆନ୍ତି, ତେଣିକି ଓଡ଼ିଆ ହଉ କି ହିନ୍ଦୀ କି ବେଙ୍ଗଲୀ କି ତେଲୁଗୁ । ତା’ପରେ କ’ଣ ହେଲା ନା କିଛି ଲୋକଙ୍କୁ କେବଳ ଉର୍ଦ୍ଦୁ…

ଅଧିକ ପଢ଼ନ୍ତୁ
nistabdhatara-swara

ନିସ୍ତବ୍ଧତାର ସ୍ୱର

ଏକ ଭାଇ ଡାକିଥିଲେ – ଆ ପ୍ରଭା, ଯିବା ଦେଖିବୁ, କାହାର ଯାତ୍ରା ବାହାରିଛି ! ସେ ଜାଣି ନ ଥିଲେ, କାହାର ଯାତ୍ରା ବାହାରିଛି । କେମିତି ଜାଣିଥାନ୍ତେ? ଆଠ–ନଅ ବର୍ଷର ଝିଅ ଥିଲେ ସେ, ସ୍କୁଲରେ ନୂଆନୂଆ ଇଂରାଜୀ ଶିଖୁଥିଲେ । ଭାଇ ସିନା ଜି.କେ. ପଢୁଥିଲେ ଯେ କାହାର ଯାତ୍ରା ବାହାରିଛି ସେ ଜାଣିଛନ୍ତି ! ଭାଇଙ୍କ ହାତ ଧରି  ଗହଳି ଭିତରେ ପଶିଥିଲେ ସେ । ଗୋଟିଏ ଖୋଲା ଶଗଡ ଗାଡ଼ିକୁ ତୋରଣ ଦେଇ ସଜା ଯାଇ ତା…

ଅଧିକ ପଢ଼ନ୍ତୁ
banamalli

ବଣମଲ୍ଲୀ

ସକାଳ ସାତଟା । ହାୱଡ଼ା–ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱରର ଚାରି ନମ୍ବର ପ୍ଲାଟଫର୍ମରେ ଲାଗିଲା । ଟ୍ରେନ ପହଞ୍ଚିବା ସମୟରୁ ଦୁଇ ଘଣ୍ଟା ଡେରି ଥିଲା । ଟ୍ରେନରେ ଆଜି ନାହିଁ ନଥିବା ଭିଡ଼ । ଆଗକୁ ଚାରି ପାଞ୍ଚ ଦିନ ଛୁଟି ଥିବାରୁ ବଙ୍ଗାଳି ଯାତ୍ରୀ ପୂରା ଟ୍ରେନ ଉପରେ  କବ୍ଜା କରିନେଇଛନ୍ତି । ଅଧିକାଂଶ ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥାନ ପୁରୀ । ନିଜର ବ୍ୟାଗକୁ ସିଟ ତଳୁ ବାହାରକରି ଟ୍ରେନ ବାହାରକୁ ଆସିଲା ସିଦ୍ଧାର୍ଥ । ଷ୍ଟେସନ ବାହାରେ ଦେଖିଲା ଝିପି ଝିପି…

ଅଧିକ ପଢ଼ନ୍ତୁ