Ae Ta Jibana Odia Short Story by Tarun Kumar Mishra

ଏଇତ ଜୀବନ

ସେଦିନ ସକାଳୁ ଉଠି ପ୍ରାତଃ ଭ୍ରମଣରେ ବାହାରିଗଲା ସୁଜିତ୍ । କି ଖରା କି ବର୍ଷା ସବୁଦିନ ସକାଳୁ ତା’ର ବୁଲିଯିବାଟା ଥୟ । ଜଗନ୍ନାଥ ମନ୍ଦିର ହେଇ ପାର୍କ ପର୍ଯ୍ୟନ୍ତ ଯାଇ ସେଠାରୁ କିଛି ଫୁଲ ଧରି ସେ ଫେରେ ପ୍ରତିଦିନ । ଆଜି କିନ୍ତୁ ଫେରିଲାବେଳକୁ ତା’ ଘର ପାଖରେ ଲୋକ ଗହଳି ଲାଗିଥିଲା । ତା’ର ପଡ଼ୋଶୀ ଦାସବାବୁ ଯାହାଙ୍କ ଘରଆଡ଼େ ଦୀର୍ଘ ବାର ବର୍ଷ ଧରି ମନାନ୍ତର ମତାନ୍ତର ପାଇଁ ଚାହୁଁ ନ ଥିଲା, ସେଇଠି ଠିଆ…

ଅଧିକ ପଢ଼ନ୍ତୁ
prasada

ପ୍ରସାଦ

ନିକଟ ଅତୀତରେ ମୋ ଘର ପାଖ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ପାଳନ ହେଉଥାଏ । କଲୋନିର ପ୍ରାୟ ଲୋକ ସନ୍ଧ୍ୟାରେ ପ୍ରସାଦ ପାଇବାକୁ ଆସିଥାନ୍ତି । ମୁଁ ଓ ମୋ ଭାଇ ମଧ୍ୟ ସେଠାକୁ ଯାଇଥାଉ । ବଫେ ସ୍ଟାଇଲ୍, ଅର୍ଥାତ୍ ସମସ୍ତେ ପ୍ରସାଦ ନେଇ ମନ୍ଦିର ସାମ୍ନାରେ ଛିଡ଼ା ହୋଇ ଖାଇବା ବ୍ୟବସ୍ଥା ହୋଇଥାଏ । ମୁଁ ଓ ମୋ ଭାଇ ମଧ୍ୟ ପ୍ରସାଦ ନେଇ ଗୋଟାଏ ପାଖରେ ଛିଡ଼ାହୋଇ ଖାଉଥାଉ । କିଛି ସମୟ ପରେ ଦେଖିଲି ବୁଢ଼ୀଟିଏ ଖଲିଟେ…

ଅଧିକ ପଢ଼ନ୍ତୁ
Pherichhi Phaguna Odia Short Story by Prabir Kumar Sahoo

ଫେରିଛି ଫଗୁଣ

ମାସରେ ପାଖାପାଖି କୋଡ଼ିଏ ବାଇଶି ଦିନ ତାଲା ଲାଗି ରହୁଥିବା, ସହର ଶେଷ ମୁଣ୍ଡରେ ଥିବା ଏଇ ଘରଟି କାହିଁକି କେଜାଣି କାହାରି ଆଖିକୁ ଭଲ ଦେଖା ଯାଏନି । କିଏ ଏ ଧୂଳି ଧୂସରିତ ରଙ୍ଗହୀନ ଘରଟିକୁ ପସନ୍ଦ କରେନି ତ’ ଆଉ କେହି ସେ ଘରେ ସାମାଜିକ ଚଳଣିଠାରୁ ଦୂରେଇ ରହୁଥିବା ଲୋକଟିକୁ । ଅନେକ ତ’ ସେ ପରିତ୍ୟକ୍ତ ପ୍ରାୟ ଘରେ ରହୁଥିବା ଲୋକଟିକୁ ଚିହ୍ନିନାହାନ୍ତି । ଏଇ ଘରଟି ଯେମିତି ସମୀର ଅପେକ୍ଷାରେ ହିଁ ସମୟ…

ଅଧିକ ପଢ଼ନ୍ତୁ
selfie

ସେଲଫି

ହଠାତ୍ କି ନିଦ ଭାଙ୍ଗିଗଲା ଅନନ୍ଦିତାର । ମୋବାଇଲଟାକୁ ଅନ୍ଧାରରେ ଅନ୍ କରିକି ଦେଖେ ତ’ ଭୋର ୪ଟା ୩୦ ମିନିଟ ହେଇଛି । ଲାଇଟ ଲଗେଇ ଚେୟାରରେ ବସିଲା ଯାଇ ତା’ ନିୟମିତ ଢଙ୍ଗରେ । ଶୁଷ୍କ ଓଠ ସାଙ୍ଗକୁ ଆଖି ଦୁଇଟି ଫୁଲି ଯାଇଥାଏ, ମୁଣ୍ଡର ବାଳ ପୁରା ଅସ୍ତବ୍ୟସ୍ତ । ଘରଟା ପୁରା ଶୂନଶାନ, ତାକୁ ଛାଡ଼ି ଏଇ ଘରେ ଏବେ କେହି ବି ରୁହନ୍ତିନି । ଖଟଟା ଉପରକୁ ଟିକେ ନଜର ବୁଲେଇ ଆଣିଲା । ଏକା କଉଠି ସେ…

ଅଧିକ ପଢ଼ନ୍ତୁ
Gaon Tutha

ଗାଁ ତୁଠ

କେଉଁକାଳରୁ ଏ ତୁଠଟା ଏମିତି ମୂକସାକ୍ଷୀ ହେଇ ଛିଡ଼ା ହେଇଛି ଗାଁ ମୁଣ୍ଡରେ । ଖାଲି ଅପବାଦ ଯେ ମୁଣ୍ଡେଇଛି ତା’ ନୁହେଁ, କିଛି ପ୍ରଶଂସା ବି ସାଉଁଟିଛି ସମୟର ସୁଅରେ । କେବେ ବିଚଳିତ କିମ୍ବା ବିବ୍ରତ ହେଇନି ଏ ଘାଟ । ଅନେଶତ ମସିହା ମହାବାତ୍ୟା ହେଉ କି ଅଶୀ ମସିହା ମରୁଡ଼ି, ଗାଁ ଯାକର ଦୁଃଖ ସୁଖକୁ ମୁଣ୍ଡେଇ କେବେ ବି ଭାରାକ୍ରାନ୍ତ ହେଇନି । କେଇଖଣ୍ଡ ବାଉଁଶକୁ ଯୋଡ଼ି ଆରମ୍ଭ ହେଉଥିବା ପୋଖରୀ ତୁଠରେ ଯେଉଁଦିନ ପଡ଼ିଥିଲା…

ଅଧିକ ପଢ଼ନ୍ତୁ