Asha

ଆଶା

ମଣ୍ଟୁ ଆଜି ବହୁ ଦିନ ପରେ ଗାଁକୁ ଆସିଛି । ନଈ କୂଳ ମନ୍ଦିର ପାଖରେ ବସିଥିଲା ବେଳେ ହଟାତ ତା’ ନଜର ପଡ଼ିଲା ମନ୍ଦିର କାନ୍ଥ ଉପରେ ଅଙ୍କା ହେଇଥିବା ଗୋଟେ ଝାପ୍ସା ଚିତ୍ର ଉପରେ । ମଣ୍ଟୁ ଆଉ ମିଲି ଦୁହେଁ ମିଶି ସେହି ଚିତ୍ରଟି ଆଙ୍କିଥିଲେ ବହୁ ବର୍ଷ ତଳେ । ମିଲି ଗାଁ ଛାଡ଼ି ଗଲା ପରେ ଆଉ ମଣ୍ଟୁ ସହ କେବେ ତା’ର ଦେଖା ହେଇନି କି କେବେ ଦେଖା ହେବ ସେ କଥା…

ଅଧିକ ପଢ଼ନ୍ତୁ
ନକଲି ଚାଷୀ ଆତ୍ମହତ୍ୟା

ନକଲି ଚାଷୀ ଆତ୍ମହତ୍ୟା

ରାଜ୍ୟରେ ପଶ୍ଚିମାଞ୍ଚଳରେ ଜିଲ୍ଲାମାନଙ୍କରେ ଏ ବର୍ଷ ଭୟଙ୍କର ମରୁଡ଼ି ପଡ଼ିଛି । ଏକଦମ ସିରିଅସ ଅବସ୍ଥା । ଏପରି ଅଦେଖା ଅମୁଣା ପ୍ରକୃତିର ଦାଉ କେବେ ଦେଖା ନଥିଲା ହୋ ଭାଇମାନେ, ଆଜ୍ଞାମାନେ । ବିଚରା ଉଚ୍ଛବ ସାହୁ, ଭଗିଆ କାଣ୍ଡି ଓ ଅନ୍ୟ ଗାଁବାଲାମାନେ ହିଡ଼ ଉପରେ ବସି କାନ୍ଦିଲେ, ମୁଣ୍ଡ କୋଡ଼ିଲେ, ଗାମୁଛାରେ ଲୁହ ପୋଛିଲେ । ଉଚ୍ଛବ ଗାଁର ତିଆଡ଼ି ସାଆନ୍ତଙ୍କ ଦୁଇ ମାଣ ଜମି ଭାଗଚାଷ କରୁଚି; ତାଙ୍କର ତଳମୂଳ ଗହୀର ବିଲ, ବରଷାପାତି ଜମି ରହେ ।…

ଅଧିକ ପଢ଼ନ୍ତୁ
picnic-re-prabhu

ପିକନିକରେ ପ୍ରଭୁ

କୁହୁଡ଼ି ଭିତରୁ ଧାରେ ଆଲୁଅ ପରି ବାଟଟିଏ ଲମ୍ବି ଆସିଛି ସୁନାଯୋଡ଼ିକୁ ଗଉଡ଼ ଗୁଡ଼ାରୁ, ସେଇ ବାଟରେ ଆଜି ମାଣିକ ଆସିଲା… ସବୁଦିନେ ସେ ସେମିତି ଆସେ, ସକାଳେ ସକାଳେ, କ୍ଷୀର ନେଇକି । ସେଦିନ ସେତେବେଳେ କିନ୍ତୁ ସେ ଭାରି ଖୁସି ଲାଗୁଥିଲା । କାଲି ଆସିନଥିଲା । କିଛି କହିବ କହିବ ହେଉଛି… ମୁଁ ପଚାରିଲି “କ’ଣ ମାଣିକ କାଲି ପରବ ଥିଲା କି, ନା କୁଣିଆ ଆସିଥିଲେ? ରହିଗଲୁ?..” “ପରବ କହ… କାଲି ମୋ ଗାଆଁରେ ପରବ…

ଅଧିକ ପଢ଼ନ୍ତୁ
ସେଦିନ କିଛି ଅଲଗା ଥିଲା

ସେଦିନ କିଛି ଅଲଗା ଥିଲା

ସବୁଦିନ ପରି ଆଲାର୍ମ ବାଜିବା ଆଗରୁ ନିଦଟି ମୋର ଭାଙ୍ଗିଗଲା । ତଳ ଠାକୁର ଘରୁ ଘଣ୍ଟିଟି ସେମିତି ବାଜି ଚାଲିଥାଏ । ତକିଆଟିକୁ ମୁଣ୍ଡତଳୁ କାଢ଼ି ମୁହଁ ଉପରେ ଦେଇଦେଲି । କାନକୁ ଯେତେ ମୁଦିବାକୁ ଚେଷ୍ଟା କଲେ ବି ଆଉ ପାରିଲିନି । ସେ ଶବ୍ଦ ବେଶି ଜୋରରେ କାନ ମଧ୍ୟକୁ ପ୍ରବେଶ କରୁଥାଏ । ଆଖିକୁ ଆଉ ନିଦ ହେଲାନି । ଚିଡ଼୍‌ଚିଡ଼୍ ହୋଇ ମୁଁ ଉଠି ବସିଲି । ପାଟିରୁ ସେଇ ନିତି ଦିନିଆ କଥା ପଦକ ଆପେଆପେ ବାହାରି ପଡ଼ିଲା ।…

ଅଧିକ ପଢ଼ନ୍ତୁ
anubhuti

ଅନୁଭୂତି

ଅନୁଭୂତି ଆମ ସମସ୍ତଙ୍କ ଜୀବନର ଏକ ଅଭିନ୍ନ ଅଂଶ । ଆମ ଦୈନନ୍ଦିନ ଜୀବନର ଅଙ୍ଗେନିଭା କଥା ସବୁ କେତେବେଳେ ଅନୁଭୂତିରେ ପରିଣତ ହେଇଯାଏ । ସେ ଅନୁଭୂତିଟି ଭଲ ବି ହେଇଥାଇପରେ କିମ୍ବା କଷ୍ଟଦାୟକ ମଧ୍ୟ ହେଇଥାଇପାରେ । କିନ୍ତୁ ଅନୁଭୂତି ଆମକୁ ବହୁତ କିଛି ଶିକ୍ଷା ଦେଇଯାଏ । ଅନୁଭୂତି ଯେ କେବଳ ଆମେ ଭୁଲ କଲେ ପାଇଥାନ୍ତି ତାହା ନୁହେଁ, ଏହା ସୁଖରେ ମଧ୍ୟ ମିଳେ । କିଛି ଅନୁଭୂତି ଥାଏ ଯାହାକୁ ଆମେ ସଭିଙ୍କ ସହ ବାଣ୍ଟିପାରନ୍ତି ଆଉ…

ଅଧିକ ପଢ଼ନ୍ତୁ