bhagaban-tame-bi-bhul

ଭଗବାନ ତମେ ବି ଭୁଲ

ଏ କାହାଣୀର ନାଁ ଶୁଣି ଆପଣମାନଙ୍କୁ ଲାଗୁଥିବ ଏମିତି କେବେ କ’ଣ ହେଇପାରେ, ଯୋଉଠି ଭଗବାନ ବି ଭୁଲ ହେଇପାରନ୍ତି ! ଆଉ ତା’ଠୁ ଆଶ୍ଚର୍ଯ୍ୟର କଥା, କିଏ ସେ ମଣିଷ ଯେ ଭଗବାନଙ୍କୁ ଭୁଲ କହୁଛି? ନିହାତି ତା’ ମନରେ ବହୁତ ପାପ ଭରିକି ରହିଥିବ । ଏ କାହାଣୀ କାହା କଳ୍ପନାର ନୁହଁ, ଏ କାହାଣୀ ହେଉଛି ଗୋଟେ ଫୁଲ ପରି ନିଷ୍ପାପ ହୃଦୟ ଥିବା ଛୋଟ ଝିଅର ଜୀବନ କାହାଣୀ । ଯେଉଁଟି ସେ ଭଗବାନଙ୍କୁ ଭୁଲ…

ଅଧିକ ପଢ଼ନ୍ତୁ
Pizza

ପିଜ୍ଜା

ପକେଟରୁ କାଗଜ ବାହାର କରି ଆଉ ଥରେ ପଢ଼ି ନେଲା ବିପୁଲ । ଭିତରେ ପଶିବା ପୂର୍ୱରୁ ଠିକଣାଟା ସୁନିଶ୍ଚିତ କରିବା ଦରକାର । ତ୍ରିତଲ କୋଠାଟି ଘେରି ବିଶାଳ ପ୍ରାଚୀର- ମାର୍ୱଲ ଫଳକ ଉପରେ ଲେଖା ଅଛି- “ସନ୍ଧ୍ୟାନୀଡ଼ ଭିଲ୍ଲା” । ବିପୁଲ “କଳିଙ୍ଗ ପିଜ୍ଜା” ନାଁ’ରେ ପ୍ରସିଦ୍ଧ ଗୋଟେ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନର ଦରମାପ୍ରାପ୍ତ ପିଜ୍ଜା ଡେଲିଭରି ବୟ । ତିନି ବର୍ଷ ତଳେ ଏଇ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନଟି ଆରମ୍ଭ ହୋଇ ଥିଲା । ନୂଆ ନୂଆ ପିଜ୍ଜା ଆଇଟମ…

ଅଧିକ ପଢ଼ନ୍ତୁ
pakhala

ପଖାଳ

ପୁଅ ଆଉ କ’ଣ ଦେବି? ଶାଶୂଙ୍କର ଏଇ ପ୍ରଶ୍ନ ଶୁଣି ଡାଇନିଂ ଟେବୁଲ ଉପରେ ସୁନ୍ଦର ସଜ୍ଜା ହୋଇଥିବା ପଖାଳ ପ୍ରସ୍ତୁତି ଉପରେ ଥରେ ନଜର ବୁଲାଇ ଥିଲି ମୁଁ । କେତେ ରକମର ଖାଦ୍ୟ ସଜା ହେଇଥିଲା ଭଳିକି ଭଳି । ଦହି ପଖାଳରେ ଫୁଟା ଯାଇଥିବା ଜିରା ଆଉ ଭୃସଙ୍ଗ ପତ୍ର ପରସ୍ପରକୁ ଏକରକମ ପାତ୍ର ଉପରେ ଭାସିବାକୁ ଯେମିତି ଏକ ପ୍ରତିଯୋଗିତା କରିଚାଲିଥିଲେ । ଆଳୁ ଭର୍ତ୍ତାରେ ପିଆଜ ଆଉ ରସୁଣର ଯୁଗଳ ବନ୍ଦୀ ସମ୍ପୂର୍ଣ୍ଣ ଭାବେ…

ଅଧିକ ପଢ଼ନ୍ତୁ
jagannath-hi-radhakrushna

ଶ୍ରୀଜଗନ୍ନାଥ ହିଁ ଶ୍ରୀରାଧାକୃଷ୍ଣ

(ଦିବ୍ୟ ଶ୍ରୀବିଗ୍ରହଙ୍କର ଏହି ତତ୍ତ୍ୱର ଏକ ବିହଙ୍ଗାବଲୋକନ) ପଶ୍ଚିମ ଦିଗ ଭାଗରେ ଅବସ୍ଥିତ ଠାକୁର, ପୂଣ୍ୟତୋୟା ଯମୁନା ସେପାରିରେ ପାତାଳି ହେବାକୁ ବସିଲେଣି । ଏପାରିରେ ତରୁ ଲତା କୁଞ୍ଜବନ ସବୁ ରଙ୍ଗଗମୟ । ସବୁକିଛି ଯେପରି ସ୍ତବ୍ଧ । ସମସ୍ତ ନିସ୍ତବ୍ଧତାକୁ ଭଙ୍ଗ କରି ରମଣୀ ଜଣେ ଘୁରିବୁଲୁଛନ୍ତି କୁଞ୍ଜକାନନ ମଧ୍ୟରେ । ଅତ୍ର, ତତ୍ର, ସର୍ବତ୍ର ଖୋଜିଚାଲିଛନ୍ତି ହଜାଇ ଦେଇଥିବା କେଉଁ ଏକ ଦୁର୍ମୂଲ୍ୟ ବସ୍ତୁକୁ । ମୁକୁଳିତ କେଶ, ଅସଜଡ଼ା ଅଙ୍ଗବାସ, ନୟନ ଯୁଗଳରୁ ବହିଯାଉଛି ଅବାରିତ ଅଶ୍ରୁଧାର । ଆହାଃ,…

ଅଧିକ ପଢ଼ନ୍ତୁ
nistabdha-ratira-paunji

ନିସ୍ତବ୍ଧ ରାତିର ପାଉଁଜି

ରାତି ପାହିବାକୁ ଆଉ ବେଶ୍ କେଇ ଘଣ୍ଟା ବାକି ଥାଏ, ମିତାଲିର ଭୟ ଭରା ଡାକ ଶୁଭିଲା ଶୋଭନକୁ । “ଶୋଭନ !! ମୋତେ ବହୁତ ଡର ଲାଗୁଛି, ଗୋଟେ ପାଉଁଜିର ସ୍ଵର ମୋତେ ବାରମ୍ବାର ଉଠେଇଦେଉଛି ।” ମିତାଲି କୋହ ଆଉ ଭୟରେ କଣ୍ଠ ଥରେଇକି ଶୋଭନକୁ କହୁଥାଏ । ମିତାଲି କଥା ସରିଛି କି ନାହିଁ, ରୋଷେଇ ଘରୁ ପଟେ ଥାଳି ତଳକୁ ଖସି ପଡ଼ିଲା ପରି ଜୋରରେ ଶବ୍ଦଟେ ଭାସି ଆସିଲା । ଛାତ ଉପରେ ଦୁଲ୍ ଦୁଲ୍ ହେଇ…

ଅଧିକ ପଢ଼ନ୍ତୁ