Baki Thila Mahisa Baddha

ବାକି ଥିଲା ମହିଷା ବଦ୍ଧ

ନନ୍ଦିନୀ ଭାରି ଖୁସି, ତା’ ଖୁସିର କ’ଣ ଆଉ ସୀମା ଅଛି ! ପାଦ ତ ଆଉ ତା’ର ମାଟିରେ ଲାଗୁନି, କାରଣ ସେ ଜିଦ୍ କରି ବସିବାରୁ ମମି, ପାପା ଏଥର ଦଶହରା ଦଶଦିନ ଛୁଟିରେ ସବୁ କାମ ପଛରେ ପକାଇ ଗାଆଁକୁ ଯିବା ପାଇଁ ରାଜି ହୋଇଗଲେ । ରାଜି ବା ହେବେନି କେମିତି ତାଙ୍କର ଏଇ ନନ୍ଦିନୀଟା ଏକୋଇରବଳା ବିସିକେଶନ । ଦୁନିଆଯାକର ଗେଲବସର, ଭାରି ଜିଦ୍‌ଖୋର । ଏଇ ନନ୍ଦିନୀଟା ବି ତେଣେ ଅଜା ଆଈଙ୍କର ଅନ୍ଧର…

ଅଧିକ ପଢ଼ନ୍ତୁ
Jogyata

ଯୋଗ୍ୟତା

ଶିଳ୍ପପତି ଦୁର୍ଗମାଧବଙ୍କ ପତ୍ନୀ, ଚୌଧୁରୀ ଏଣ୍ଡ ସନ୍ସ ଇଷ୍ଟେଟର ମାଲିକାଣି ଋତୁପର୍ଣ୍ଣ। ଚୌଧୁରୀ । ହଠାତ ଦିନେ ମତେ ଫୋନ କଲେ । – “ହ୍ୟାଲୋ ସାର, ଗୁଡ଼ ଇଭିନିଂ । ମୁଁ ଋତୁପର୍ଣ୍ଣ। ଚୌଧୁରୀ କହୁଛି ।” – “ହଁ ମାଡମ କୁହନ୍ତୁ ।” – “ମୁଁ ସେ ଫାଇଲ ପାସ୍ କରିବା ପାଇଁ ଫୋନ କରିନି । ଫାଇଲ ପାସ୍ ହେଲା ହେଲା ନ ହେଲା ନାହିଁ । କାଲି ସଣ୍ଡେ ଅଛି । ଆପଣ ଆମ ରେସ୍ ଆଡେ ଟିକେ ଆସିପାରିବେ କି? କହିଲେ…

ଅଧିକ ପଢ଼ନ୍ତୁ
bhasa-badalara-chhai

ଭଷା ବାଦଲର ଛାଇ

ପ୍ରଦୋଷର ପ୍ରାଇଭେଟ କମ୍ପାନୀ ଚାକିରୀଟା ଚାଲିଯାଇଛି । ସଞ୍ଚିତ ଅର୍ଥରେ କେତେଦିନ ଚଳିବେ? ଏଇ କିଛିଦିନ ତଳେ ଝିଅ ଝିଲିର ଜନ୍ମଦିନ ଥିଲା । ପ୍ରଦୋଷର ସ୍ତ୍ରୀ ସବିତା ଝିଅ ଝିଲି ପାଇଁ ଡ୍ରେସ କିଣି ବାହାରିଥିଲା । ମାତ୍ର ଝିଲି ଅଭିଜ୍ଞ ଝିଅଟି ପରି କହି ଉଠିଥିଲା, “ଦେଖ ମାମା ! ମୋର ଏତେ ସବୁ ଡ୍ରେସ ଅଛି, ଆଉ ଆଣିବା ଦରକାର କ’ଣ? ବାବାଙ୍କ ଚାକିରୀ ହେଇଗଲେ ମତେ ବଳେ ନୂଆ ଡ୍ରେସ କିଣିକି ଦେବେନି ।” ରାଜା ପାଳି ଧରିଥିଲା…

ଅଧିକ ପଢ଼ନ୍ତୁ
Apeksha

ଅପେକ୍ଷା

ସେଦିନ ରବିବାର ଥିଲା । ମୁଁ ତାକୁ ଫୋନ୍ କଲି । ଠିକ୍ ଦୀର୍ଘ ୫ ବର୍ଷ ପରେ । ତା’ ଜନ୍ମ ଦିନରେ । ଆଜି ତା’ ଜନ୍ମ ଦିନ । ହୁଏତ ସେ ମନେ ରଖି ନଥିବ ମତେ, ଏଇଆ ହିଁ ଭାବିଥିଲି । ଆଜି ବି ତା’ ମୁହଁ ମୋର ମନେଅଛି । ସେଇ ହସ ହସ ମୁହଁ, ଢଳଢଳ ଆଖି ମୋ ଆଖି ସାମ୍ନାରେ ନାଚି ଯାଉଛି । ସେ ମୋ ସହ ଶେଷ ଦେଖରେ ଖାଲି ଏତିକି କହିଥିଲା କି ମୁଁ…

ଅଧିକ ପଢ଼ନ୍ତୁ
Dayitwa

ଦାୟିତ୍ୱ

ଆସିବି ବୋଲି କଥା ଦେଇଥିଲି ସେଥିପାଇଁ ତୁ କହିଥିବା ସବୁ ଜିନିଷ ଆଣିଛି, ଦେଖ ଶଙ୍ଖା, ନୂଆ ଶାଢ଼ୀ, ସିନ୍ଦୁର, ତୋ’ ମନ ପସନ୍ଦର ପାଉଁଜି ସବୁ ଆଣିଛି । ଏ ସବୁ ତୁ କେତେ ଭଲ ପାଉ, ସେକଥା ମୁଁ ଭଲ ଭାବରେ ଜାଣେ; ସେଥିପାଇଁ କେତେ ଯତ୍ନରେ ଏସବୁ କିଣି ଆଣିଛି । ବାପା ଗଲେ ଯେ ଗଲେ ତୋ’ ବାହାଘର ଦାୟିତ୍ୱ ଦେଇ ଗଲେ, “ତୁ ଆଜିଠୁ ତା’ ବାପା ଆଉ ଭାଇ ଦୁଇଟା ସମ୍ପର୍କ…

ଅଧିକ ପଢ଼ନ୍ତୁ