Dura Pahada

ଦୂର ପାହାଡ଼

ଡାଇନିଂ ଟେବୁଲ୍ ପାଖରେ ବିରାଜୁଥିବା ଅସ୍ୱସ୍ତିକର ନିରବତାକୁ ଭଙ୍ଗ କରି ରମେଶବାବୁ ପଚାରିଲେ ଝିଅକୁ, “ମାରେ ସ୍ୱିଟି, କହିଲୁ ଆଜିର ଭାତଟା କୋଉ ଚାଉଳର?” “ହ୍ୱାଟ୍…? କୋଉ ଚାଉଳ??” ବିସ୍ମୟ ଭରା ଦୃଷ୍ଟିରେ ଚାହିଁଲା ଡାଡି ଓ ପାଖରେ ବସି ଖାଉଥିବା ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ । ଡାଡ଼ିଙ୍କ ପ୍ରଶ୍ନଟିକୁ ସେ ଠିକ୍‌ରେ ବୋଧହୁଏ ବୁଝିପାରିଲନି । “ଚାଉଳ ତ ଚାଉଳ, ତା’ର ପୁଣି କ୍ୟାଟେଗୋରି କ’ଣ? ଅଲଗା ଅଲଗା ନାଁ ଅଛି କି? ହଁ… ହଁ… ବିଗ୍…

ଅଧିକ ପଢ଼ନ୍ତୁ
Eka Sukshma Bislesana

ଏକ ସୂକ୍ଷ୍ମ ବିଶ୍ଳେଷଣ

୧୯୭୦ ଦଶକର କଥା । ଦିନେ ଅପରାହ୍ନରେ ତିରୁଅନନ୍ତପୁରମର ବେଳାଭୂମିରେ ଧୋତି ପିନ୍ଧି ଜଣେ ବୟସ୍କ ଭଦ୍ରଲୋକ ଏକାନ୍ତରେ ଭାଗବତ ଗୀତା ପଢ଼ୁଥିଲେ । ସେହି ସମୟରେ ସେହି ବାଟ ଦେଇ ଜଣେ ଯୁବକ ଯାଉଥାନ୍ତି । ଭଦ୍ରବ୍ୟକ୍ତିଙ୍କୁ ଗୀତା ପଢ଼ିବା ଦେଖି ସେ ଅଟକିଯାଇ କହିଲେ, “ଆପଣ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ପରି ଜଣାପଡ଼ୁଛନ୍ତି । ଆଜିର ଏ ଆଧୁନିକ ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଲାଣି କିନ୍ତୁ ଆପଣଙ୍କ ପରି ଶିକ୍ଷିତ ବ୍ୟକ୍ତି ରାମାୟଣ ଗୀତାରେ ଅଟକିଛନ୍ତି ।…

ଅଧିକ ପଢ଼ନ୍ତୁ
Janha Dakuchi Aa

ଜହ୍ନ ଡାକୁଛି ଆ

ଗୋଟିଏ ଗ୍ରାମରେ ଏକ ଗରିବ ପରିବାର ବସବାସ କରୁଥିଲେ । ସେହି ଗରିବ ପରିବାର ମଧ୍ୟରେ ଗୋଟେ ଝିଅ ଆଉ ତା’ର ବିଧବା ମାଆ । ଝିଅଟିର ନାମ ପୂର୍ଣ୍ଣିମା ଏବଂ ତା’ର ବିଧବା ମାଆଙ୍କ ନାମ କୁନ୍ତଳା ଦେବୀ । ସେମାନେ ଦୁଇଜଣ ବାସ କରୁଥିଲେ । ଏବଂ ମା’ କୁନ୍ତଳା ଦେବୀ ଜଣେ ଧନୀ ଲୋକ ଘରେ ରହି ପାଇଟି କରିକି ଜୀବନ ନିର୍ବାହ କରନ୍ତି । ପୂର୍ଣ୍ଣିମାର ବୟସ ୪ ବର୍ଷ ହୋଇଥାଏ । ଦିନକର ଘଟଣା ସେଦିନ କାର୍ତ୍ତିକ ପୂର୍ଣ୍ଣିମା…

ଅଧିକ ପଢ଼ନ୍ତୁ
Danda

ଦଣ୍ଡ

ଶୀତ ରାତିର ଘାସ ଉପରେ ପହଡ଼ିଥିବା ଶିଶିର ବିନ୍ଦୁ ସମକ୍ଷ କିଛି କ୍ଷଣ ମଧ୍ୟରେ ନିଜର ସତ୍ତା ହରେଇବାର ଭୟ ଲିପୁନକୁ ଆହୁରି ବିଚଳିତ କରି ପକାଉଥାଏ । କେତେବେଳେ ହସ୍ପିଟାଲ ବେଡ୍ ତ କେତେବେଳେ ଝରକା ଆଡ଼େ ନିରନ୍ତର ଭାବେ ଚାହିଁ ଆଖିରୁ ଲୋତକ ଧାର ବୁହେଇ ଚାଲିଥାଏ । କେତେ କ’ଣ ସେ ଭାବି ନଥିଲା ମାନସୀକୁ ନେଇ ସଂସାର ଗଢ଼ିବାକୁ ହେଲେ ଦଇବ ବଇରୀ ସାଜି ଛଡ଼େଇ ନେଇଗଲା ତା’ ଓଠର ହସ ଓ ଜୀବନରୁ…

ଅଧିକ ପଢ଼ନ୍ତୁ
Debasnana

ଦେବସ୍ନାନ

ଏଇ ବରଷ ଦେବସ୍ନାନ ପୂର୍ଣ୍ଣିମା ଦିନ ଆମ ଗାଁ ଗୋସେଇଁ ବହାରିଥାନ୍ତି ତିନି-ଚାରି କୋଷରେ ହେଉଥିବା ଦେବସ୍ନାନ ପର୍ବ ଦେଖିବାକୁ । କୋରନା କଟକଣା ଯୋଗୁଁ ପୁରୀ ଯାଇପାରିଲେ ନାହିଁ । ଯୋଗକୁ ବର୍ଷାଟା ବି ହେଉନାହିଁ । ଦୁଇଦିନ ତଳେ ଭୁବନେଶ୍ୱର ଭାସୁଥିଲା, ଆଜି ଖରା ଟାଣ ! ଗୋସେଇଁଙ୍କ ଉପବାସକୁ ଛତା ଜୋତା ଓ ସୂକ୍ଷ୍ମ ପୋଷାକ ପରିଧାନ ଶରୀରଟି ଟିକେ ମଳିନ ପଡ଼ିଯାଇଥାଏ । ଗାଁ’ର କିଛି ଲୋକ ଗୋସେଇଁଙ୍କୁ ଥଟ୍ଟା ତାମସା କରୁଥିଲେ, କିନ୍ତୁ ସେ ଥିଲେ ପ୍ରଭୁଙ୍କ…

ଅଧିକ ପଢ଼ନ୍ତୁ