Odia Poem Janhara Abhisara (ଜହ୍ନର ଅଭିସାର) by Sanjeeb Kumar Dash

ଜହ୍ନର ଅଭିସାର

ତୁମେ ଜାଣନାଗୋ କୁମୁଦିନୀ ମୋର, ବାସନାରେ ବନି ମଦମସ୍ତ ବାୟା, ଜୋଛନା ବିଛାଇ ଖୋଜେ ରାତିସାରା, ପହୁଞ୍ଚଇ ପଛେ ଶୀତୁଆ ସକାଳ ପାଏନା ତୁମକୁ ମରେ ଅଭିସାର । ମୁଚୁକେଇ ହସି ଆଢ଼ୁଆଳେ ତାରା, ମିଟିମିଟି ଆଖି ଚୁଣ୍ଟାଚୁଣ୍ଟି କଥା, କରିଛିତ କଇଁ ଚାନ୍ଦ୍ରାୟଣ ବ୍ରତ, ଜାଣିନୁ କି ସତେ ଦୂରନ୍ତ ପଥିକ? ଭୁଲିଗଲି କହି ଫେରାଏ ଉତ୍ତର, ପ୍ରବଣତା ବଶେ ତଲ୍ଲୀନ ମଉନ, କେଉଁକାଳୁ କଳଙ୍କିତ ମୁଁ ନାୟକ, ହେଲେବି ସେ ମୋର ଚର୍ଚ୍ଚିତ ପ୍ରେୟସୀ ପ୍ରିୟତମା…

ଅଧିକ ପଢ଼ନ୍ତୁ
Odia Poem Ama Jhia Bujhuchi (ଆମ ଝିଅ ବୁଝୁଛି) by Sreema Satapathy

ଆମ ଝିଅ ବୁଝୁଛି

ସେ ଆଫଗାନ ଝିଅଟି ପାଇଁ ଆମ ଘରେ ବି ଝିଅଟେ କାନ୍ଦେ ଘର ଚଉଁରା ପାଖରେ ବୋଉ ଥୋଇଥିବା ସଞ୍ଜ ସଳିତାକୁ ଦେଖି ଆଫଗାନର ନିଆଁ କଥା ଭାବେ ସେ ଦେଖେ ଦୂର ପାହାଡ଼କୁ ହୁଏତ ଏଇ ପାହାଡ଼ ଭଳି ଅଫଗାନର ପାହାଡ଼ ତା ଚଉଡ଼ା ଛାତିରେ ଲୁଚେଇ ରଖିଥିବ ଆଫଗାନ ଝିଅଙ୍କ ଚିତ୍କାର ହେଲେ ସେ ଜାଣେନା ଅବିରତ ଝରୁଥିବା ଲୁହକୁ ସେ ବୁହାଇବ କେଉଁଠି? ଘର ଚୁଲିମୁଣ୍ଡରେ ପରା ବିଧା ଗୋଇଠାରେ ମସଲା ପୂରେଇ…

ଅଧିକ ପଢ଼ନ୍ତୁ
Odia Poem Mo Bharata Maa (ମୋ ଭାରତ ମାଁ) by Laxmipriya Dharua

ମୋ ଭାରତ ମାଁ

ମୋ ମାଟିରେ ଭାରତ ମାଁ ଦିଶେ ସୁନ୍ଦର ତା’ ବକ୍ଷରେ ଏହି ଜଗତକୁ ଧରି ରଖିଛି, କେତେ ଚାବୁକ ମାଡ଼ କେତେ ଗୁଳିଖାଇ କେତେ ସ୍ନେହରେ ଛିଡ଼ା ହୋଇଛି । ସୁରକ୍ଷା ପାଇଁ ଏଇ ମା’ର ସହିଦ ହେଲେ କେତେ ଯେ ବୀର, ତ୍ରିରଙ୍ଗା ଗାଉଛି ଗାଥା ଏ ଭାରତର । ଏଇ ଭାରତ ମାଁ ମାଟିରେ ଜାତିର ପିତା ଏକାଠି କରି ସଭିଙ୍କୁ ଦିନେ କରିଥିଲେ ସଂଗ୍ରାମ, ଇଂରେଜ ହାତରୁ ମୁକ୍ତ କରିବାକୁ କେତେ ଯେ ବୀର କରିଥିଲେ…

ଅଧିକ ପଢ଼ନ୍ତୁ
Odia Poem Yudh (ଯୁଦ୍ଧ) by Dr. Trupti Ranjan Das

ଯୁଦ୍ଧ

ଆସ ଯୁଦ୍ଧ ଦେଖିବ ସିପାହୀର ଘର ସମ୍ମୁଖରେ ଛିଡ଼ା ହେଇ ଫୁଟୁ ନଥିବ ବନ୍ଧୁକ ତୁଟୁ ଥିବ କାହା ହାତର ଚୁଡ଼ି ନଥିବ ବାରୁଦ, କରୁଣ ବିଳାପ ଆକାଶରେ ଯାଉଥିବ ଉଡ଼ି ପୋଡ଼ା ଶବର ଗନ୍ଧ, ମଶାଣୀରେ ଗହଳି ଅଗଣା ଶାନ୍ତ ଆଉ ନିସ୍ତବ୍ଧ ଯୁଦ୍ଧଅନ୍ତେ ଯୁଦ୍ଧ ଭୂମି ପରି ସ୍ୱପ୍ନମାନେ ଯୁଦ୍ଧ କରୁଥିବେ ରାତି ସହ ନିଦମାନେ ଲୁହ ସହ ଦୁଇ ମୁଠା ଚାଉଳ ଧରିଥିବ ହାଣ୍ଡିର ଘଣ୍ଟିକା ସିନ୍ଦୁର ଫିକା ପଡ଼ିବାକୁ ସିନ୍ଥି ସହ…

ଅଧିକ ପଢ଼ନ୍ତୁ
Odia Poem Sunajhia (ସୁନାଝିଅ) by Sanghamitra Rayguru

ସୁନାଝିଅ

ସୁନାଝିଅର ରାଗ ନଥାଏ ରୁଷା ନଥାଏ ଭାବ ନଥାଏ କି ଅଭାବ ବି ନଥାଏ ଛାତିରେ ଛାତିଏ ଯନ୍ତ୍ରଣାର ବରଫ ମୁଣ୍ଡେଇ ଓଠରେ ମାଖିଥାଏ ହସରୁ ଖିଏ ଚିହ୍ନିଲା ମାଟି-ଅଚିହ୍ନା ଆକାଶ ଅଣ୍ଟାଭଙ୍ଗା ୠତୁ – ପବନର ଧାସ ସବୁରି ଦାୟରେ ନିଜ ହଁ ଆଉ ନାହିଁକୁ ଦବେଇ ବାରବାର କାହା ଲାଗି ବିକ୍ରି ହେଉଥାଏ ରାସ୍ତା ଥାଏ ପାଦ ଥାଏ କାରଣ ଥାଏ ଠିକଣା ବି ଥାଏ ଦୁଷ୍ଟ ନହେବାକୁ ତାକୁ କିଏ ରାଣ ଦେଇଥାଏ?…

ଅଧିକ ପଢ଼ନ୍ତୁ