ଜହ୍ନର ଅଭିସାର
ତୁମେ ଜାଣନାଗୋ କୁମୁଦିନୀ ମୋର, ବାସନାରେ ବନି ମଦମସ୍ତ ବାୟା, ଜୋଛନା ବିଛାଇ ଖୋଜେ ରାତିସାରା, ପହୁଞ୍ଚଇ ପଛେ ଶୀତୁଆ ସକାଳ ପାଏନା ତୁମକୁ ମରେ ଅଭିସାର । ମୁଚୁକେଇ ହସି ଆଢ଼ୁଆଳେ ତାରା, ମିଟିମିଟି ଆଖି ଚୁଣ୍ଟାଚୁଣ୍ଟି କଥା, କରିଛିତ କଇଁ ଚାନ୍ଦ୍ରାୟଣ ବ୍ରତ, ଜାଣିନୁ କି ସତେ ଦୂରନ୍ତ ପଥିକ? ଭୁଲିଗଲି କହି ଫେରାଏ ଉତ୍ତର, ପ୍ରବଣତା ବଶେ ତଲ୍ଲୀନ ମଉନ, କେଉଁକାଳୁ କଳଙ୍କିତ ମୁଁ ନାୟକ, ହେଲେବି ସେ ମୋର ଚର୍ଚ୍ଚିତ ପ୍ରେୟସୀ ପ୍ରିୟତମା…

