Odia Poem Swapna Raijara Pathe (ସ୍ୱପ୍ନ ରାଇଜର ପଥେ) by Rashmibala Satapathy

ସ୍ୱପ୍ନ ରାଇଜର ପଥେ

ସ୍ୱପ୍ନ ରାଇଜର ମୁଁ ଯେ ରାଜକୁମାରୀ, ମୋ ପାଇଁ ସ୍ୱପ୍ନ ଯେ ଚନ୍ଦ୍ରମାପରି । ନିଶି ଅନ୍ଧକାରେ ଆସେ ପାଦ ଚାପିକରି, ଧୋକା ଦେଇ ଚାଲିଯାଏ ପ୍ରଭାତକୁ ଫେରି ॥ ହଜି ଯାଏ ମୁଁ ସେଇ ସ୍ୱପ୍ନ ନଗରୀରେ, ଅସରନ୍ତି ସ୍ୱପ୍ନ ଭରି ମୋ ଦୁଇ ନୟନରେ, ପିଲାଲିଆମୀ କି ପାଗଳାମି ବୁଝି ତ ହୁଏନା, ବାସ୍ତବତାକୁ ଭୁଲିଯାଏ କାଇଁ ମୁଁ ଜାଣେନା ॥ ମୃଗତୃଷ୍ଣା ସମ ଧାଇଁ ଚାଲେ ସ୍ୱପ୍ନ ଆଡ଼କୁ, ଧାଇଁ ଧାଇଁ ଥକି ପଡ଼େ…

ଅଧିକ ପଢ଼ନ୍ତୁ
Odia Poem Srikrishna (ଶ୍ରୀକୃଷ୍ଣ) by Sachidananda Mohanty

ଶ୍ରୀକୃଷ୍ଣ

ଧରଣୀ କ୍ରନ୍ଦନ ଶୁଣି ଜନାର୍ଦ୍ଦନ ପାପୀଙ୍କର ବିନାଶନ, ପାଇଁ ଅବତୀର୍ଣ୍ଣ, ପୃଥିବୀ ପୃଷ୍ଠରେ କଲେ ଧର୍ମ ସଂସ୍ଥାପନ । ଗବେଷକ ଗଣ କରନ୍ତି ବର୍ଣ୍ଣନ ଖ୍ରୀଷ୍ଟ ପୂର୍ବ ୩୨୨୭ ବର୍ଷ, ଭାଦ୍ରବ ଅଷ୍ଟମୀ ବୃଷରେ ରୋହିଣୀ କୃଷ୍ଣ ପକ୍ଷ ରାତ୍ର ଅର୍ଦ୍ଧ । ଗଗନେ ପ୍ରକାଶି ଅଷ୍ଟମୀର ବାରୀ ଗୋବିନ୍ଦ ହେଲେ ଭୂମିଷ୍ଠ, ନୀଳ କଳେବର ଜିମୂତ ସୁନ୍ଦର କାରା ଗୃହ ଉଦ୍ଭାସିତ । ଶଙ୍ଖ, ଚକ୍ର, ଗଦା, ପଦ୍ମ ଶ୍ରୀ ଭୂଜରେ ମାତା ପିତାଙ୍କୁ ଦର୍ଶନ, ଦେଲେ ଦୟାମୟ, ତାଙ୍କରି…

ଅଧିକ ପଢ଼ନ୍ତୁ
Odia Poem Mousumi Go Pheri Asa (ମୌସୁମୀ ଗୋ ! ଫେରି ଆସ !) by Sushama Parija

ମୌସୁମୀ ଗୋ ! ଫେରି ଆସ !

ଫେରି ଆସ ଅଭିମାନିନୀ ମୌସୁମୀ ଗୋ ! କାହିଁ ଗଲ ତୁମେ ମନେ ଭରି ଆଡ଼ ରୁଷା ଫେରି ଆସ, ଦେଖ ! ଏଇ ବର୍ଷା ଋତୁରେ ବି ନିଦାରୁଣ ଗ୍ରୀଷ୍ମର ପୀଡ଼ନେ ଏ ପୃଥିବୀର ଦଶା ॥ ଅସହ୍ୟ ଏ ଆଷାଢ଼େ ଅରୁଣ କିରଣର ଜାଳ ତୁମ ପଥ ଚାହିଁ ଚାହିଁ ଚକୋରୀ ବି ତୃଷାର୍ତ୍ତ, ଆକୁଳ, ଚାଷୀ କାନ୍ଦେ ଜଳ ବିନେ ବିଲମାଳ ଶତଧା ବିଦୀର୍ଣ୍ଣ କେମିତି ଶୁଝିବ ଋଣ, ପିଲାଙ୍କୁ ଦେବ ମୁଠେଅନ୍ନ ॥ ପାଞ୍ଚ…

ଅଧିକ ପଢ଼ନ୍ତୁ
Odia Poem Priyatama (ପ୍ରିୟତମା) by Nitesh Behera

ପ୍ରିୟତମା

ସପନେ ଆସି ଦେ ତୁ ହସି ତୋ’ର ସେ ମିଛ ହସ, ସତରେ ପଛେ ନ ହେଲା ନାହିଁ ହୋଇଯିବ ମୋ ବିଶ୍ୱାସ । ଥିଲା ମୋ ପ୍ରେମ ବାସ୍ତବରେ ତୋ ପାଇଁ ଯାହା ଭ୍ରମ, ମିଛ ମିଛରେ ଖେଳିଲୁ ଖେଳ ଡାକି ତୁ ପ୍ରିୟତମ । ନ ଥିଲା କିଛି ଉପାୟ ମୋର ଥିଲି ମୁଁ ନିରୁପାୟ, ବାଟ ଅଧରେ ହାତ ମୋ’ ଛାଡ଼ି କରିଲୁ ଅସହାୟ । କାହାଣୀରେ ତୁ ଥିଲୁ ଲୋ ରାଣୀ ମୁଁ ଥିଲି କଣ୍ଢେଇ…

ଅଧିକ ପଢ଼ନ୍ତୁ
Odia Poem Nirbana (ନିର୍ବାଣ) by Bikash Ojha

ନିର୍ବାଣ

ତୁମେ କହିଲ ବଞ୍ଚିବା ପାଇଁ, ଗଡ଼ି ଯାଉଥିବା ସମୟକୁ ଆଦୌ ପ୍ରଶ୍ନ ନକରି, କେବଳ ବଞ୍ଚି ରହିବା ପାଇଁ ଆଉ ମୁଁ ସେଇପରି ବଞ୍ଚିବାକୁ ହିଁ, ଜୀବନ ଭାବିନେଲି । ଯେମିତି, କେତେ କିଆ ଫୁଲ ଗୋହିରୀରେ ଝରେ, ନିସ୍ତବ୍ଧ ଓ ନୀରବରେ, ସଜ ଫୁଲ ସବୁ ବାସି ହୋଇଚାଲେ, ବର୍ଷା ଭିଜା ସକାଳର ସାରୁ ପତ୍ର ସବୁ, ଜଣା ନାହିଁ କାହା ପ୍ରତୀକ୍ଷାରେ, ନିଜକୁ ଉତ୍ସର୍ଗ କରୁଥାଏ । ଉପରେ ନୀରବ ଝଡ଼ ବୋହିଗଲା ପରେ, କେବେ କେବେ…

ଅଧିକ ପଢ଼ନ୍ତୁ