ପଦୁ ପଧାନ: ଏକ ଶ୍ରଦ୍ଧାଞ୍ଜଳି
ସକାଳୁ କାକର ଛାଡ଼ି ନଥିବା କ୍ଷେତରେ, ଲୁଙ୍ଗି ଖଣ୍ଡେ ପିନ୍ଧି ଫୁଙ୍ଗୁଳା ଦେହରେ, କାଟି ଚାଲିଥିଲା ତା’ ସୁନେଲୀ ସ୍ୱପ୍ନର କନକ ବର୍ଣ୍ଣା ଧାନ ଗଛକୁ । ×××× କ୍ଷେତରେ ସୂରୁଜ ଉଇଁ କ୍ଷେତରେ ହିଁ ବୁଡ଼ିଗଲା, ସଞ୍ଜ ପରେ ଅନ୍ଧାର ମୁହଁରେ ଘରକୁ ଫେରି ଆଉଁସିଲା ଲୁଣିଆ ଝାଳରେ ଭିଜା ମୁହଁକୁ । ×××× କତରାରେ ପଡ଼ି ଦଦରା ଚାଳର ଫାଙ୍କରେ ଦେଖୁଥିଲା ମଉଳା ଖଣ୍ଡିଆ ଜହ୍ନକୁ, ନିଦ ହଜା ଆଖିରେ ଅସମ୍ପୂର୍ଣ୍ଣ ସ୍ୱପ୍ନ ଉଙ୍କି…