Coronare Raja

କୋରୋନାରେ ରଜ

ବନସ୍ତେ ଡାକିଲା ଗଜ ଏଇ ବରଷ ବି ହେଉନି ରଜ ହେଉନି ରଜ ଲୋ ଘରେ ହୁଅ ସଜବାଜ ॥ ଦୁଇଟା ବରଷ ଗଲା ଘରେ ବସି ବସି ଦିନ କଟିଲା ଦିନ କଟିଲା ଲୋ କୋରୋନା କିଅଣ କଲା ॥ ରଜଦୋଳି ସାଇଁ ସାଇଁ କେବେ ଯେ ସରିବ ଜାଣୁ ତ ନାଇଁ ଜାଣୁ ତ ନାଇଁ ଲୋ ମୁଣ୍ଡ କରେ ଘାଇଁ ଘାଇଁ ॥ ରଜ ଦୋଳି ଖସ ଖସ ବିନା ପରୀକ୍ଷାରେ ହେବୁଟି…

ଅଧିକ ପଢ଼ନ୍ତୁ
Sedinara Raja

ସେଦିନର ରଜ

ଗୋଟେ ସମୟ ଥିଲାରେ ଓଡ଼ିଆ ଆସୁଥିଲା ଯେବେ ରଜ, କୁମାରୀଙ୍କ ସତେ ହଜୁଥିଲା ନିଦ ହେବାକୁ ସଜବାଜ । ପନ୍ଦର ଦିନ ଆଗରୁ କରୁଥିଲେ ଅଳି ବାପାମାଆଙ୍କ ପାଶେ ନୂଆ ଜାମା, କୁଙ୍କୁମ, ଅଳତା ଆଉ ଚୁଡ଼ି ଆଣିବ କେବେ ମୋ ସକାଶେ? ପାଦ ଲାଗୁନଥିଲା ଭୂଇଁରେ ତାଙ୍କରି କରିବାକୁ ରଜ ମଉଜ ବାପାଙ୍କ ଦାଦାଙ୍କ ପାଖେ କରି ଅଳି ଦୋଳି କରୁଥିଲେ ସଜ । ମା’ଙ୍କୁ ବରାଦ ପୋଡ଼ପିଠା ପାଇଁ ଆଉ ତା’ ସାଥେ ରଜପାନ…

ଅଧିକ ପଢ଼ନ୍ତୁ
Bhakti Bandana

ଭକ୍ତି ବନ୍ଦନା

କରୁଛି ଭକ୍ତି ବନ୍ଦନା ହେ କରୁଛି ଭକ୍ତି ବନ୍ଦନା କରଯୋଡ଼ି ତବ ପୟରେ ମଡ଼ୁଛି ଘେନ ମୋ ଏହି ପ୍ରାର୍ଥନା ହେ, କେଶବ ! କରୁଣା ଏତିକି ଥିବ । ଖଳ ପ୍ରକୃତି କି ତେଜି ହେ ଭକ୍ତି ଭାବ ମନେ ଚିନ୍ତି ଖଟିବି ନିତି ମୁଁ ଭକ୍ତି ଭାବ ଘେନି କରିବି ନାହିଁ ଅନିତି ହେ, ଅଖିଳ ! ଖିଆଳେ ନୋହିବି ଖଳ । ଗର୍ବରେ ଅନ୍ଧ ନୋହିବି ହେ କଟୁବାର୍ତ୍ତା ନ ବୋଳିବି ଗର୍ବକଳେ…

ଅଧିକ ପଢ଼ନ୍ତୁ
Haji Jauchhi Raja Mauja

ହଜି ଯାଇଛି ରଜ ମଉଜ

ବନସ୍ତେ ଡାକଇ ଗଜ, ବରଷକେ ଥରେ ଆସଇ ରଜ, ହେଉଥିଲି ମୁଁ କେତେ ସଜବାଜ, ପିନ୍ଧି ମମ୍ମି ହାତ ତିଆରି ଫରକ, ପାଦରେ ନାଲି ଅଳତାକୁ ଆଖିରେ କଜ୍ଜଳର ଗାର, ଦୌଡ଼ିଯାଏ ଦୋଳି ପାଖକୁ ସେ ଆମ୍ବତୋଟାର, ପୁଣି ଆସର ଜମେ ପାଖ ବରଗଛ ମୂଳେ ତାସ ଖେଳର…। (୧) ଖୁସି ଦ୍ଵିଗୁଣିତ କରୁ ଆମେ ଭାଇଭଉଣୀ, ଫିଲ୍ମ ଦେଖୁ ଭଡ଼ାରେ ଭିସିଆର ଆଣି, ଖୁସିର ମଜାକୁ ମାଡ଼ଗୋଳ ଆମ ଭିତରେ, ଆଈ ତୋ’ ହାତ ତିଆରି…

ଅଧିକ ପଢ଼ନ୍ତୁ
Swapnara Nayika

ସ୍ୱପ୍ନର ନାୟିକା

କେବେ କେବେ ସବୁଜ ବଳୟ ମଧ୍ୟରେ ସ୍ୱପ୍ନର ନାୟିକା ସନ୍ଧାନରେ । କେବେ ପୁଣି ଚିରସ୍ରୋତା ନଦୀର କୂଳରେ ପାଗଳ ପ୍ରାୟ ମୁଁ ଭ୍ରମେରେ ॥ ସକାଳ ଖରାର କୋମଳ ତାତିରେ ତା’ରି ଉଷ୍ମତା ଅନୁଭବ କରେ । ମଳୟ ପବନରେ ଶୀତଳ ସ୍ପର୍ଷରେ ତା’ରି ସୁଗନ୍ଧ ମୁଁ ବାରିପାରେ ॥ କେବେ କେବେ ପହାଡ଼ର ପାଦ-ଦେଶରେ ମୋ ସାଥେ ଚାଲେ ସେ ଏକାନ୍ତରେ । କେବେ ପୁଣି ଦୁର୍ଲଂଘ୍ୟ ସମୁଦ୍ର ତଟରେ ଶାମୁକାର ମୋତି ଭଳି…

ଅଧିକ ପଢ଼ନ୍ତୁ