Takshaka Corona

ତକ୍ଷକ କରୋନା

ଅଜବ ମଣିଷ ଇଏ ବାସ୍ ଜୀଇଁବାର ଇଚ୍ଛାରେ ବିଭୋର କେତେବେଳଯାଏ ଦୌଡ଼ିପାରିବ ପତ୍ତା ନାହିଁ ପୁଣି କିନ୍ତୁ ଦୌଡ଼ିବାରେ ବ୍ୟସ୍ତ । ସବୁଠୁ ଶ୍ରେଷ୍ଠ ଚରିତ୍ରଟି ଆଜି କିନ୍ତୁ ପରାହତ ପ୍ରକୃତିର ହାତରେ ତମାମ ଦିନର କାମପରେ ଯାହାମିଳେ ସେଥିରେ ଚୁଲୀ ଜଳେ, ଘର ଚଳେ ଓ ପେଟ ପୂରେ ଭୋକ ମାରି ଛୁଆର ବିସ୍କୁଟ ଆସେ ବାପାର ଔଷଧ ସବୁ । କରୋନା ଲକ ଡାଉନ୍ ଚାରିଆଡ଼େ ଏବେ କେଉଁଠୁ ଯୋଗାଡ଼ କରିବ ମାସକର ରାସନ୍ ଥିଲାବାଲା ତ…

ଅଧିକ ପଢ଼ନ୍ତୁ
Tume Thila Boli

ତୁମେ ଥିଲ ବୋଲି

ତୁମେ ଥିଲ ବୋଲି ଅଜଣା ମୁହଁ ସବୁ ଚିହ୍ନା ହୋଇଗଲେ, ସତ୍ତା ହରାଉଥିବା ଶିଳା ଖଣ୍ଡ ସବୁ ପର୍ବତର ରୂପ ନେଲେ, ଅସ୍ପୃଶ୍ୟ ମଣିଷ ଗୁଡ଼ାକ ଗାଁ ଦାଣ୍ଡେ ଚାଲିବାର ସାହସ ପାଇଲେ ! ତୁମେ ଥିଲବୋଲି ଚୁପଚାପ ରହୁଥିବା ଦ୍ରୌପଦୀ, କୁନ୍ତୀ ଆଦି ମୌନ ଭଙ୍ଗ କଲେ, ଚାରି କାନ୍ଥେ ସୀମିତ ଥିବା ଶବ୍ଦ ସବୁ ସମାଜରେ ବିପ୍ଳବ ଆଣିଲେ ! ଏବେ ସବୁ ଓଲଟ ପାଲଟ ଭାଗ ଭାଗ ହେବା ପାଇଁ ଚାଲେ ସର୍ବତ୍ର ସଂଘର୍ଷ, କହିବାର…

ଅଧିକ ପଢ଼ନ୍ତୁ
Tume Gala Pare

ତୁ ଗଲା ପରେ

ତୁ ଗଲା ପରେ… ମୁଁ କାନ୍ଦେ ଶୂନଶାନ୍ ରାତ୍ରିରେ ସମସ୍ତେ ଶୋଇଗଲା ପରେ । ତୁ ଗଲା ପରେ… ମୁଁ ଜଳେ ମୋ ଅନ୍ତର ଭିତରେ ତୋ ଅଭୁଲା ସ୍ମୃତିରେ । ତୁ ଗଲା ପରେ… ତତେ ପାଏ ମୋ ମନର କୋହରେ ଆଉ ଆଖିର ଲୁହରେ । – ସନ୍ତୋଷ କୁମାର ସାହୁ ସନ୍ତୋଷ କୁମାର ସାହୁସନ୍ତୋଷ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ…

ଅଧିକ ପଢ଼ନ୍ତୁ
Antahswara

ଅନ୍ତଃସ୍ୱର

ମେଘ ମହ୍ଲାରର ପ୍ରତ୍ୟେକଟି ରାଗରେ ପ୍ରେମର ସ୍ଥାୟୀତ୍ୱ ଖୋଜୁଥିବା, ଜୀବନ ନାଟକର ଏକ କଳଙ୍କିତ ନାୟକ ମୁଁ । ଗୋଧୂଳି ଆକାଶର ପୂର୍ଣ୍ଣମୀ ଜହ୍ନରେ ପ୍ରେମିକାର ମୁହଁ ଖୋଜୁଥିବା ସ୍ୱପ୍ନର ସୌଦାଗର ମୁଁ । ପାଉଁଶ ତଳ ନିଆଁରେ କୁହୁଳି କୁହୁଳି ଜଳୁଥିବା ପ୍ରେମିକାର ହାତଲେଖା ଚିଠିରୁ କିଛି ଶବ୍ଦ ଖୋଜୁଥିବା ଲେଖକ ମୁଁ । ଆଉ ସମୁଦ୍ରର ଚୋରାବାଲିରୁ ଜୀବନର ମୁକ୍ତା ସାଉଁଟୁ ଥିବା ଏକ ଯାଯାବର ମୁଁ । – ସମ୍ବିତ ପଣ୍ଡା ସମ୍ବିତ ପଣ୍ଡାସମ୍ବିତ ପଣ୍ଡା ଓଡ଼ିଆ ଭାଷାରେ…

ଅଧିକ ପଢ଼ନ୍ତୁ
E Jibana

ଏ ଜୀବନ

ଏହି ଜୀବନର ଦୁଇଟି ଫର୍ଦ୍ଦ । ଏକ ଯୌବନ ଏକ ବାର୍ଦ୍ଧକ୍ୟ ॥୧॥ ଯୌବନ ଅଟେ ରବର ପତ୍ରର କ୍ଷୁଦ୍ର ସ୍ୱରୂପ । ପାଚିଲା ଆମ୍ବ ଅଟେ ବାର୍ଦ୍ଧକ୍ୟର ଛୋଟିଆ ରୂପ ॥୨॥ ରେଳ ଗାଡ଼ି ପରି ଅଟେ ଜୀବନ । ଆନନ୍ଦ ଦେଇ ଅନ୍ୟକୁ ପାଇବଟି ଧନ ॥୩॥ ଜୀବନ ଅଟେ ପାଣି ଫୋଟକା । ଆଖି ଖୋଲିଦେଲେ ଭାଙ୍ଗେ ଆଟିକା ॥୪॥ ଭଲ କାମ କଲେ ପାଇବ ସମ୍ମାନ । ରଖିବ ଦେଶ ଜାତିର ମାନ ॥ ୫॥ – ଲୋପାମୁଦ୍ରା ତ୍ରିପାଠୀ ଲୋପାମୁଦ୍ରା ତ୍ରିପାଠୀଲୋପାମୁଦ୍ରା ତ୍ରିପାଠୀ ଓଡ଼ିଆ…

ଅଧିକ ପଢ଼ନ୍ତୁ