Odia Poem Aphera (ଅଫେରା) by Arpita Mishra

ଅଫେରା

ବହୁ ବାଟ ଆଗେଇ ଆସିଲା ପରେ ପୁଣି ବଞ୍ଚିବାକୁ ଇଚ୍ଛା ହେଲା ପଛକୁ ଫେରି ଅତୀତର ବର୍ତ୍ତମାନରେ, ହେଲେ ପାଦ କହିଲେ ଆମେ ବାଟୋଇ ଅଫେରା ବାଟର । ଜୀବନର ରାଜପଥ ଉପରେ ଆଙ୍କିଲି କିଛି ସ୍ମୃତିଚିତ୍ର, ନିଜକୁ ବି ସାଇତିବାର ଚେଷ୍ଟା କରିଥିଲି ପିଲାବେଳର କାନ୍-ଭାସ୍ ଉପରେ; ବୟସ କହିଲା ମୁଁ ଅଫେରା । ସମୟ ପାଖରେ ନେହୁରା ହେଲି ଥରଟେ ବୁଲାଇ ନେବାକୁ ପଛରେ ଛାଡ଼ି ଆସିଥିବା ଭଙ୍ଗା ସ୍ୱପ୍ନର ବେଳାଭୂମି ଆଡ଼େ କାଳେ…

ଅଧିକ ପଢ଼ନ୍ତୁ
Odia poem Gana Duskarma (ଗଣ ଦୁଷ୍କର୍ମ) by Nilambar Mahananda

ଗଣ ଦୁଷ୍କର୍ମ

ବଞ୍ଚିବାକୁ ଦିଅ ପୃଥିବୀ ପୃଷ୍ଠରେ ବଞ୍ଚିବାକୁ ମୋତେ ଦିଅ ଅବଳା ଦୁର୍ବଳା କହୁଛି ଦୁନିଆ ତୁମେ ଥରେ ଭାବି ଦେଖ !! ଦିନକୁ ଦିନ ଗଣ ଦୁଷ୍କର୍ମ ହେଉଅଛି କାହା ପାଇଁ ଏଥିପାଇଁ କ’ଣ ସମସ୍ତେ ନିରବ ନେତା ମନ୍ତ୍ରୀ କାହା ପାଇଁ?? ନ୍ୟାୟ ମିଳୁନାହିଁଁ ପୀଡ଼ିତାଙ୍କୁ କାହିଁ ଦୋଷୀକୁ ମିଳୁନି ଦଣ୍ଡ ଆଉ କେତେଦିନ ଏମିତି ଚାଲିବ ଝିଅ ଜନମ କି ପାପ?? ନାରୀପାଇଁ ଆଜି ଦୁନିଆର ସୃଷ୍ଟି ନାରୀ ଜନ୍ମ ଦେଲା ତୁମକୁ ଜନ୍ମ…

ଅଧିକ ପଢ଼ନ୍ତୁ
Odia Poem Chari Pharda (ଚାରି ଫର୍ଦ୍ଦ) by Swapna Nayak

ଚାରି ଫର୍ଦ୍ଦ

ଏକ ଯେଉଁ ଦିନ ତୁ ଏ ସୃଷ୍ଟିକୁ ଆସିଲୁ, ବାପା ବୋଉ ଭାଗ୍ୟ ଆଦରିଲେ… ପ୍ରଭୂ ! ପୁଣି ଝିଅଟିଏ ଦେଲେ ..!!! ତୋ ସ୍ୱାଧୀନତାର ହାତରେ ଶିକୁଳି ପାଦରେ ବେଡ଼ି ପକାଇଲେ ସମସ୍ତେ ମିଶି * ଦୁଇ ବଡ଼ ହେଲୁ, ମୁଣ୍ଡରୁ ପାଦଯାଏ ଢାଙ୍କି ହୁଳହୁଳି ଶଙ୍ଖଧ୍ଵନି ଭିତରେ ତୋତେ ଅନ୍ୟକୁ ଦାନ କରିଦେଲେ; ପୁଣ୍ୟ ଅର୍ଜିଲେ ! * ତିନି ଘରଟିଏ ଗଢ଼ିବା ଆଶାରେ ସାଉଁଟିଲୁ କୁଟାକାଠିର ସ୍ୱପ୍ନ, ଦିନେ ଚୁଲିକୁ ନିଅଣ୍ଟ ହେଲା…

ଅଧିକ ପଢ଼ନ୍ତୁ
Kie Tu Stree (କିଏ ତୁ, ସ୍ତ୍ରୀ?) Odia Poem by Dibyashree Biswabandya on International Women's Day

କିଏ ତୁ, ସ୍ତ୍ରୀ?

ଆବିର୍ଭାବ ପୂର୍ବରୁ ପ୍ରଶ୍ନ, ଦୁନିଆରେ ନେବି ଜନ୍ମ ଅଥବା ହଜିଯିବ ଚିହ୍ନ? ଜନ୍ମ ନେଲି ହୋଇ ସ୍ତ୍ରୀ ଖଞ୍ଜି ହୋଇ ସବୁ ଶ୍ରୀ । ପରିଚୟ ବଂଶ ଆଭିଜାତ୍ୟର, ପରିଚୟ ଶିକ୍ଷା ସଂସ୍କାରର ସ୍ତ୍ରୀ, କାହିଁ ତୋ’ର ପରିଚୟ? କେବେ ବାବାର ଅଭିମାନ, କେବେ ସ୍ଵାମୀର ସମ୍ମାନ ସ୍ତ୍ରୀ, କାହିଁ ତୋ’ର ମାନ? ବୋଲାଉ ଯାହାକୁ ଘର, ରକ୍ତ ଶ୍ଵେଦ ଦେଇ କରୁ ସୁନ୍ଦର, ହେଉ ବାପଘର ଅବା ଶାଶୁଘର ସ୍ତ୍ରୀ, କାହିଁ ତୋ’ର ନିଜ ଘର?…

ଅଧିକ ପଢ଼ନ୍ତୁ
Odia Poem Yudh (ଯୁଦ୍ଧ) by Madhumita Mishra

ଯୁଦ୍ଧ

ଅହରହ? ଅନବରତ? ଅବିରତ? ଅସମାପ୍ତ? ପ୍ରେମ ସହ ଘୃଣାର, ବିଶ୍ଵାସ ସହ ପ୍ରତାରଣାର । ତୃପ୍ତି ସହିତ ଯନ୍ତ୍ରଣାର, ପର ସହିତ ଆପଣାର ॥ କିଏ ହାରିବ? କିଏ କାହାକୁ ଜିତିବ? କିଏ ହରେଇ ଦେଇ ଜିତିବ? କି କିଏ ଅବା ଜିତୁ ଜିତୁ ହାରିବ ! ସୀମାନ୍ତ ଅଶାନ୍ତ ଶରୀର କ୍ଳାନ୍ତ ଶ୍ରାନ୍ତ ଧୂମାଳ ଦୂର ଦିଗନ୍ତ ଆଦି ନାହିଁ କେଉଁଠି ବା ଅନ୍ତ? ସୀମା ବନ୍ଧା ନୁହେଁ ନିୟମ ବାନ୍ଧି ପାରେନା !! ଯୁଦ୍ଧ…

ଅଧିକ ପଢ଼ନ୍ତୁ