Editorial Page of Shubhapallaba 11th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଏକାଦଶ ସମ୍ପାଦକୀୟ

ପ୍ରେମ – ହୃଦୟ ପେଡ଼ିର କେଉଁ ନିଭୃତ କୋଣରେ କାହାପାଇଁ ସାଇତା ହୋଇ ମହ ମହ ବାସୁଥିବା ପବିତ୍ରତମ ଏକ ଅପ୍ରକାଶ୍ୟ ଭାବନା । କେବେ ସେ କଜ୍ଜ୍ୱଳର ଗାଢ଼ ପରଦାକୁ ଆଡ଼େଇ ଲାଜେଇ ଚାହେଁ, କେବେ ଥର ଥର ପ୍ରକମ୍ପିତ ଓଠରେ ଦୁଷ୍ଟାମିର ହସହୋଇ ଲୁଚିଯାଏ ତ ଆଉ କେବେ ଚିକ୍ ମିକ୍ ତାରାଫୁଲ ହୋଇ ଚମକୁଥାଏ ଘନକୃଷ୍ଣ କୁନ୍ତଳରେ । କେବେ ସେ ବସନ୍ତର ପହିଲି ଛୁଆଁ ହୋଇ ମନରେ ଅଜଣା ପୁଲକ ଖେଳାଏ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 10th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଦଶମ ସମ୍ପାଦକୀୟ

ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲର ପ୍ଲାଟଫର୍ମ ନଂ-୧ରେ ମୁଁ ପ୍ରତୀକ୍ଷା କରିଥାଏ ମୋ ଟ୍ରେନକୁ । ହେଲେ ତା’ ପୂର୍ବରୁ ପ୍ଲାଟଫର୍ମରେ ଆସି ପହଞ୍ଚିଲା ଏକ ପସେଞ୍ଜର । ଲୋକାରଣ୍ୟ ପ୍ଲାଟଫର୍ମଟିରେ ଯିଏ ମୋର ଦୃଷ୍ଟି ଆକର୍ଷଣ କଲା ତାହାଥିଲା ଗୋଟେ ବୁଲା କୁକୁର । ଭୋକିଲା କୁକୁରଟି ଭୋକ ବିକଳରେ ଖାଦ୍ୟ ଅନୁସରଣରେ ୟା’ ତା’ ପାଖରେ ମୁହଁ ମାରୁଥିଲା, ହେଲେ ସବୁଠି ତାକୁ ଖାଦ୍ୟ ପରିବର୍ତ୍ତେ ମିଳୁଥିଲା ଗୋଇଠା ମାଡ଼ । କେହି କେହି…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 8th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଅଷ୍ଟମ ସମ୍ପାଦକୀୟ

ନୂତନ ଉଦ୍ଭାବନ ମନୁଷ୍ୟର ଜୀବନ ଶୈଳୀକୁ କରେ ସରଳ ତଥା ସୁବ୍ୟବସ୍ଥିତ; ପାରିପାର୍ଶ୍ୱିକ ପରିବେଶ ଓ ଜୀବଜଗତର ସଂରକ୍ଷଣ କରେ; ଦୀର୍ଘସୁତ୍ରୀ ବ୍ୟବସ୍ଥାରେ । କିନ୍ତୁ କେବେ ଭାବିଛନ୍ତି, ଯଦି ସେହି ଉଦ୍ଭାବନ ବର୍ତ୍ତମାନ ପର୍ଯ୍ୟାୟରେ ମନୁଷ୍ୟର ଜୀବନ ଶୈଳୀକୁ ସରଳୀକୃତ କରୁକରୁ ଭବିଷ୍ୟତରେ ଜୀବଜଗତ ତଥା ପରିବେଶକୁ ଧ୍ୱଂସାଭିମୁଖୀ କରୁଥାଏ ! ତେବେ? ହଁ ! ୧୯୦୭ ମସିହାର ସେମିତି ଏକ ବୈପ୍ଳବିକ ତଥା ଯୁଗାନ୍ତକାରୀ ଆବିଷ୍କାର ମନୁଷ୍ୟ ଜୀବନଶୈଳୀକୁ ସହଜ କରୁକରୁ ୨୦୦୭ ମସିହା…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 7th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ସପ୍ତମ ସମ୍ପାଦକୀୟ

ପହଡ଼ ଖୋଲିବାର ଅଳ୍ପ ସମୟ ମଧ୍ୟରେ ମନ୍ଦିର ସାରା ରାଷ୍ଟ୍ର ହୋଇଗଲା କଥାଟି । ସବୁଆଡ଼େ ଟୁପଟାପ ଆଲୋଚନା- ସମସ୍ତଙ୍କ ଉପସ୍ଥିତିରେ ଜତୁମୁଦ୍ରିତ ମନ୍ଦିର ଭିତରୁ ସୁବର୍ଣ୍ଣ ବାସନ ଚୋରିଗଲା କିପରି ! ଏବେ ମହାପ୍ରଭୁଙ୍କର ସକାଳ ମଣୋହି କେଉଁଥିରେ ପରଷାଯିବ !! ଚାହୁଁ ଚାହୁଁ କ୍ଷେତ୍ରସାରା ଜଙ୍ଗଲୀ ନିଆଁ ଭଳି ବ୍ୟାପିଗଲା କଥାଟି । ଗଜପତିଙ୍କ କାନରେ ବି ପଡ଼ିଲା କଥା- ଶ୍ରୀମନ୍ଦିରରୁ ଚୋରି; ଗତ ରାତ୍ରର ସ୍ୱପ୍ନାଦେଶର ସମ୍ମୋହନରେ ରାଜା କିନ୍ତୁ ଥିଲେ ନିର୍ବିକାର…

ଅଧିକ ପଢ଼ନ୍ତୁ
Lo Makara - Shubhodaya Odia e-magazine editorial page of January 2021

ଲୋ ମକର

ଜାନୁଆରୀ ୧୪ ଆସିଲେ ମନେ ପଡ଼ିଯାଏ ପିଲାଦିନ । ମକର ସଂକ୍ରାନ୍ତି ଆଉ ସାନବେଳର ସେଇ ମକର ବସା । ମକର ସଂକ୍ରାନ୍ତିଟା ଭାରି ଜାକଜକମରେ ପାଳନ ହଉଥିଲା ସ୍କୁଲରେ । ବୋଉ ସକାଳୁ ସକାଳୁ ବଢ଼ିଆ ମକର ଚାଉଳ ତିଆରି କରିଦେଉଥିଲେ । ଚାଉଳ, ଚିନି, କ୍ଷୀର, ଦହି, କଦଳୀ, ଛେନା, ଆଖୁ, ଗୋଲ ମରିଚ । ଆଃ !! କି ସ୍ୱାଦ ତା’ର । ତାକୁ ଟିଫିନ୍‌ରେ ସ୍କୁଲକୁ ନେଇକି ଯାଉଥିଲୁ । ସ୍କୁଲରେ…

ଅଧିକ ପଢ଼ନ୍ତୁ