✍ ଷଡ଼ବିଂଶ ସମ୍ପାଦକୀୟ
ଜୟ ଜଗନ୍ନାଥ ତାପସ ରଞ୍ଜନତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି । tapasr10.wordpresscom
ଜୟ ଜଗନ୍ନାଥ ତାପସ ରଞ୍ଜନତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି । tapasr10.wordpresscom
ପଚିଶତମ ସଂଖ୍ୟା ! ତିନି ବର୍ଷର ଦୀର୍ଘ ଯାତ୍ରାକୁ ବୁଲି ଚାହିଁଲେ ଆଖି ଜକେଇ ଆସେ, ଖୁସିର ଲୁହ ଦି’ଟୋପା ଝରିଯାଏ ଆପେ ଆପେ । ସେଦିନ ଗପୁସହ (ସଂଗ୍ରାମଙ୍କୁ ଶ୍ରଦ୍ଧାରେ ମୁଁ ଏଇ ନାଁ’ରେ ଡାକେ) ଫୋନ ଆଲୋଚନାରେ ଅଙ୍କୁରୋଦ୍ଗମ ହେଇଥିବା ଗୋଟେ ଛୋଟ ‘ବିଚାର’, ଆଜି ଶାଖା ପ୍ରଶାଖା ମେଲାଇ, ପତ୍ର ଫୁଲରେ ଆଚ୍ଛାଦିତ ହୋଇଥିବା ଏକ ବିରାଟ ବୃକ୍ଷ । ତିନି ବର୍ଷର ସମର୍ପିତ ସମୟ, ଅକ୍ଲାନ୍ତ ପରିଶ୍ରମ, ଉତ୍ସର୍ଗୀକୃତ ଭାବନାର ଖାଦ…
ଅବସ ଫାଲ୍ଗୁନର କ୍ଲାନ୍ତ ଅପରାହ୍ଣ । ଅସ୍ତଗାମୀ ସୂର୍ଯ୍ୟକୁ ମୁହଁକରି ନିର୍ଲିପ୍ତ ନୟନରେ ପଶ୍ଚିମ ଦିଗବଳୟକୁ ଚାହିଁରହି ନଈ ଅତଡ଼ି ଉପରେ ଠିଆ ହୋଇଥିଲା ଯୁବତୀଟିଏ । ଉଦାସ ଆଖିରେ ଝୁଲି ରହିଥିବା ବିଗତ ଯନ୍ତ୍ରଣାର ଚିହ୍ନ ଦୁଇବୁନ୍ଦା ଲୁହ ଉତ୍ତପ୍ତ ଲାଭାସମ ପ୍ରତିତ ହେଉଥାଏ । ଘନ ଘନ ଦୀର୍ଘଶ୍ଵାସ ଛାତିତଳର ଯନ୍ତ୍ରଣାକୁ ପ୍ରଶମିତ କରିବାରେ ବ୍ୟର୍ଥ ଯେମିତି ! କ୍ରମାଗତ ଅସଫଳତା, ସଂସାର ଜାକର ବିଦ୍ରୁପ, ଘର ଭିତରର ଲାଞ୍ଛନା, ଅତ୍ୟାଚାରକୁ ସମ୍ମୁଖୀନ ହୋଇ…
ଗୁରୁକୂଳରୁ ସଦ୍ୟ ଶିକ୍ଷା ସମାପ୍ତ କରି ସ୍ୱଗ୍ରାମକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ଜନୈକ ନବ ଯୁବକ । ମନରେ ଅଫୁରନ୍ତ ଆନନ୍ଦ ଓ ଉତ୍ସାହ । ନିଜର ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ ଗୁରୁଙ୍କଠାରୁ ସମସ୍ତ ଶିକ୍ଷା ଆୟତ୍ତନ କରି ନିଜକୁ ସ୍ୱୟଂସମ୍ପୂର୍ଣ୍ଣ ମନେ କରୁଥାନ୍ତି ସେ । କାହିଁକି ବା ନ କରନ୍ତେ ! ଆଖପାଖ ପନ୍ଦର ସରି ଗ୍ରାମରେ ଗୁରୁକୂଳ ପରି ପ୍ରତିଷ୍ଠିତ ଅନୁଷ୍ଠାନରୁ ଶିକ୍ଷାଗ୍ରହଣ କରିଥିବା ତାଙ୍କ ପରି ଉଚ୍ଚ ଶିକ୍ଷିତଟିଏ ଅନ୍ୟକେହି…
ଆଉ ଏକ ବର୍ଷ ସରିଗଲା । ଆଶା ଓ ଆକାଂକ୍ଷାର ବର୍ଷଟିଏ ସରିଗଲା । ଭୟ, ଭ୍ରାନ୍ତି ଆଉ ଆଶଙ୍କାର ବର୍ଷଟିଏ ସରିଗଲା । ଅନେକ ଅବଶୋଷ, ବିଦ୍ୱେଷ, ପ୍ରତୀକ୍ଷା, ତିତୀକ୍ଷା ସବୁକୁ ଅବଲୋକନ କରୁ କରୁ ପୁଣି ବର୍ଷଟିଏ ସରିଗଲା । ଆଲୋଚନା-ପର୍ଯ୍ୟାଲୋଚନା, ଆରୋପ-ପ୍ରତ୍ୟାରୋପର ସଘନ ବର୍ଷଟିଏ ସରିଗଲା । କେତେ କେତେ ସ୍ୱଳ୍ପ ବିରାମ, ପୂର୍ଣ୍ଣ ବିରାମ ତଥା ପୂର୍ଣ୍ଣଛେଦର ବର୍ଷଟିଏ ଚାହୁଁ ଚାହୁଁ ସରିଗଲା । ମେଞ୍ଚା ମେଞ୍ଚା ପ୍ରତିଶୃତି ତଥା ସମ୍ଭାବନା…