ମୁଁ ତୋ ମମତା ପଞ୍ଜୁରୀରେ କଏଦୀ ଶୁଆଟିଏ !
ଉଡ଼ିଯିବାକୁ ଚାହେଁ,
ହେଲେ ଅଜଣା ଏ ସହରରେ ନାହିଁ ମୋର ବସାଟିଏ !!
ପଞ୍ଜୁରୀ ବାହାର ଦୁନିଆରେ କେତେ ହିଂସ୍ର ବାତାବରଣ !
କ୍ଷମାହୀନ ସମୟରେ ବଦଳୁଥିବା ଏଇ ଋତୁମାନ
ମୁଁ କ’ଣ ପାରିବି ବଞ୍ଚି ତୁମବିନା ମୁକ୍ତିର ଏ ଜୀବନ !!
କିଏ ପକେଇବ ସ୍ନେହରେ ଦାନା ମତେ
ସେ ବାହାନାରେ ହୋଇଯାଏ ତୁମ ସାଥେ ସାକ୍ଷାତ କେତେ
ମୁଁ କ’ଣ ପାରିବି ଲଢ଼ି ତୁମବିନା ବଞ୍ଚିବାର ସଂଘର୍ଷ ଏତେ !!
ଦିନ କେମିତି କଟିବ ତୁମ ଖବର ବିନା
ରାତି କେମିତି ବିତିବ ତୁମ କୋମଳ ହାତର ସ୍ପର୍ଶ ବିନା
ମୁଁ କ’ଣ ପାରିବି ଗଢ଼ି ତୁମବିନା ନିଜସ୍ୱ ଆସିୟାନା !!
ତୁମକୁ ଦେଖି ଦେଖି ବୁଝିଯାଏ ମନ ମୋର
ଛାଡ଼ିଯିବାକୁ ଇଚ୍ଛା ନାଇଁ ଏଇ ଅଦୃଶ୍ୟ ବନ୍ଧନ ତୋର
ସତେ କ’ଣ ପାରିବି କାଟି ମମତା ପଞ୍ଜୁରୀରେ ସ୍ନେହର ଡୋର !!
– ଲିପ୍ସି ଜେନା
Comments
ବି. ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ସେ ସ୍ମୁଲ୍ ଆପ୍ରେ ଅନେକ ଓଡ଼ିଆ ଏବଂ ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି ।