ତପନ କୁମାର ସାହୁ

ତପନ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Dukha Bi Emiti (ଦୁଃଖ ବି ଏମିତି) by Tapan Kumar Sahu

ଦୁଃଖ ବି ଏମିତି

ଏବେ କେହି କହିଲା ଶୁଣୁଛି ମୁଁ ଦେବ ଦହନାର ପ୍ରେମରେ ଆମ ଗାଁ ରାସ୍ତା ବେଶ ଚଳଚଞ୍ଚଳ ହେଇ ଉଠୁଛି ॥ ଲୁଟା ଗଦାର ନିର୍ବାକ ପ୍ରେମିକ ବି କୁନ୍ଥେଇ ଶୋଇପଡ଼ିଛି ସକାଳ ପାହିବା ବେଳକୁ ନା ଥିବ ମୁକ୍ତା ନା ମୁକ୍ତିର ଭୟ ॥ ଭୂଇଁ ଲିମ ଲତାଟା କେଜାଣି ହଜିଛି ଯେ ହଜିଛି ତାକୁ ବା କାହାର ଭୟ ଖୋଜା ଚାଲିଛି କଟୋକୁଆଳି ରାମ୍ପୁଡ଼ା ହେବ ଫୁଲ ଦେହ ଟିକିଏ ପ୍ରେମ ପାଇଁ କିଛି…

ଅଧିକ ପଢ଼ନ୍ତୁ
Mousumi

ମୌସୁମୀ

ତୁମେ ଆସିଛ ବୋଲି… ସୁନ୍ଦର ଲାଗୁଛି ମୁଗ୍ଧ ପ୍ରତୀକ୍ଷାର ଅନ୍ତ ଘଟାଇ ଆସିଛ ତୁମେ ସାଗର ବକ୍ଷ ଡେଇଁ କେରଳ ତାମିଲନାଡ଼ୁ ସୀମା ଅତିକ୍ରମେ ମହୋଦଧି କୂଳେ କୂଳେ…… ନିସ୍ତେଜ ଗାଲିଚାକୁ ଛୁଇଁବାକୁ ଫାଙ୍କାଫାଙ୍କା ମେଘ ସାଥେ ଜହ୍ନର ଓଢ଼ଣୀ ଟାଣି… ॥ ତୁମେ ପୁଣି ଆସିଥିଲ ଶୀତଭିଜା ଦାରିଂବାଡ଼ିର ତମାଳ ଲତାରେ ମିଠା ସ୍ପର୍ଶ ଦେଇ ତତଲା ତାତିକୁ ଦୂରେଇବା ପାଇଁ ତା’ର ହେ ପ୍ରିୟତମା ମୌସୁମୀ ତୁମେ କିବା ଫେରିଛି ଅତନୁ ତନୁ ପ୍ରାପ୍ତ…

ଅଧିକ ପଢ଼ନ୍ତୁ
Bhinna

ଭିନ୍ନ

ଅନେକ ଦରିଦ୍ର ବିପନ୍ନ ଉଜୁଡ଼ା ଘର ସମୂହର ସମାହାର ମୋ ଭଗ୍ନହୃଦୟ ଭିତରେ ପ୍ରତିଟି ସ୍ୱପ୍ନରେ ନିରୋଳା ମୁହୂର୍ତ୍ତେ ॥ ମୁଁ ପଥିକ ସାଜି ଅନୁଭୂତି ଭିଜା ଅପରାହ୍ନେ ମୁଁ ପଥିକ, ଯା’ ମଥାରେ ଲେଖା ଭିନ୍ନ ସମ୍ପ୍ରଦାୟ ମଥାରେ ପ୍ରଚଳିତ ବେଡ଼ି ॥ ଝୁମ୍ପୁଡ଼ିଘର ବାହାରେ ଭୟକ୍ରାନ୍ତ ବାତାବରଣ ଭିତରେ ପର୍ଚ୍ଛା ଜହ୍ନ ଏବେ ତ ବଦଳିଛି କିଛି ବଦଳିବ କିଛି ଶୀତଳିତ ସମ୍ପୂର୍ଣ୍ଣ ଦିଗବଳୟର ପ୍ରତିଛବି ॥ ଛିଣ୍ଡା କପଡ଼ା ଭିତରୁ ନର୍ତ୍ତକୀର ଆର୍ତ୍ତଚିତ୍କାର…

ଅଧିକ ପଢ଼ନ୍ତୁ
Odia Poem - Tuma Pain Pade

ତୁମ ପାଇଁ ପଦେ କବିତା

ଚଞ୍ଚଳ ମନା ଆଲୋ ସୁଲୋଚନା କରିଛୁ ହୃଦୟେ ଘର ତୁ ଇନ୍ଦୁମତୀ ମୁଁ ତୋର କନକ କେମିତି ହେବି ଲୋ ଦୂର ।। କହିଲେ କହୁ ଲୋ ଏ ସାରା ଜଗତ ଦେଇ ଯେତେ ଅପବାଦ ଜନ୍ମଜନ୍ମ ପାଇଁ ତୋ ହାତ ମୁଁ ଧରିଛି ସହିବି ସବୁରି କ୍ରୋଧ ।। ଶିଶିର ବେଳର ତୁ ମୋ ସଜନୀ ପାହାନ୍ତି କାକର ଟୋପା ତୋ ବିନା ଗ୍ରୀସମେ ସିଜିବି ଏମିତି ବାରି ବିନେ ଯେହ୍ନେ ଧରା ।। କାନନ…

ଅଧିକ ପଢ଼ନ୍ତୁ
Simanta Sindura

ସୀମାନ୍ତ ସିନ୍ଦୁର

ଅବିରକୁ ପଥ ଚାହେଁ ଅଦୃଶ୍ୟ ପ୍ରତିମା ମୋ ପ୍ରିୟତମା ।। ନିଜକୁ ଭସାଇ ଭାସି ଜଳି ଚାଲେ ନିର୍ବାକ ଫଗୁଣେ ମନର ଅତଳ ତଳେ ତା’ ସବନ୍ୟା ବିଜୁଳି ଝରଣ ଅଧରର ଅଦେଖା ଚପଳତା ମୁକର ବଂପିତ ଭାଷା ମାଟିର ପ୍ରତିମା କିସେ ଅବା ସବୁଜିମା ମୋ ପ୍ରିୟତମା ।। ନିଜେ ନିଜକୁ ମୁଁ ଚିରି ତା’ ପାଇଁ ଗଢ଼ିତୋଳିଛି ଶଙ୍ଖା ଚୁଡ଼ି ମୁଦି ଓ ପାଉଁଜି ମଥାମଣି, ଓଡ଼ିଆଣୀ ରକ୍ତର ନିଗାଡ଼ି ରଙ୍ଗ ଅଳତା ତା’…

ଅଧିକ ପଢ଼ନ୍ତୁ