ସୁଶ୍ରୀ ସଙ୍ଗୀତା ସେଠୀ

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Sedinara Raja

ସେଦିନର ରଜ

ଗୋଟେ ସମୟ ଥିଲାରେ ଓଡ଼ିଆ ଆସୁଥିଲା ଯେବେ ରଜ, କୁମାରୀଙ୍କ ସତେ ହଜୁଥିଲା ନିଦ ହେବାକୁ ସଜବାଜ । ପନ୍ଦର ଦିନ ଆଗରୁ କରୁଥିଲେ ଅଳି ବାପାମାଆଙ୍କ ପାଶେ ନୂଆ ଜାମା, କୁଙ୍କୁମ, ଅଳତା ଆଉ ଚୁଡ଼ି ଆଣିବ କେବେ ମୋ ସକାଶେ? ପାଦ ଲାଗୁନଥିଲା ଭୂଇଁରେ ତାଙ୍କରି କରିବାକୁ ରଜ ମଉଜ ବାପାଙ୍କ ଦାଦାଙ୍କ ପାଖେ କରି ଅଳି ଦୋଳି କରୁଥିଲେ ସଜ । ମା’ଙ୍କୁ ବରାଦ ପୋଡ଼ପିଠା ପାଇଁ ଆଉ ତା’ ସାଥେ ରଜପାନ…

ଅଧିକ ପଢ଼ନ୍ତୁ
Au Eka Sati Sabitri

ଆଉ ଏକ ସତୀ ସାବିତ୍ରୀ

ଅନେଇ ରହିଥିଲା ସେ ନିଶା ଅନ୍ଧକାରେ ବକ୍ଷେ ଜାବୁଡ଼ି ଦୁଇ ସୁତ ଶଙ୍ଖା ସିନ୍ଦୂରର ପଥକୁ ଅନେଇ ତା’ ପ୍ରାଣର ପ୍ରିୟକୁ ସେ ତ ! ବାହୁଡ଼ିବେ ଆଜି ବୋଲି କର୍ମଯୁଦ୍ଧରୁ ଦେଇଥିଲେ ସେ କଥା କାଲି ସାବିତ୍ରୀରେ ଶାଢ଼ୀ, ଚୁଡ଼ି ଉପହାରେ ହରିବେ ପତ୍ନୀଙ୍କ ବ୍ୟଥା । ହେଲେ ସେ ପାଗଳି ଅଶ୍ରୁଭରା ନୟନେ ଅଳ୍ପ ହସି କହିଲା ଖାଲି ଆସିଯାଅ ତୁମେ ସେଇ ମୋ ସମ୍ପତ୍ତି ଲୋଡ଼ା ନାହିଁ ଶାଢ଼ୀ, ଚୁଡ଼ି । ଅନ୍ଧାର…

ଅଧିକ ପଢ଼ନ୍ତୁ
Punya Utkala Bhumi - ପୁଣ୍ୟ ଉତ୍କଳ ଭୂମି

ପୁଣ୍ୟ ଉତ୍କଳ ଭୂମି

ହେ ମୋ ଉତ୍କଳ ମାତା, ହେ ମୋ ଜନନୀ ତେଜସ୍ଵୀ, ଯଶସ୍ୱୀ ବୀରଙ୍କ ଗର୍ଭଧାରିଣୀ ପୂଜନୀୟା, ବନ୍ଦନୀୟା ହେ ଉତ୍କଳ ଭୂମି ସମଗ୍ର ଓଡ଼ିଆ ଜାତିର ତୁ ମଉଡ଼ମଣି । ବକ୍ଷରେ ଆଚ୍ଛାଦିତ ଚିର ସବୁଜିମା, ତଟିନୀ ରତ୍ନାକର ସଜାଏ ନୀଳ ଲହରୀରେ ଯା’ ପାଦ ବଢ଼ାଇ ଶୋଭା ମମତା ଭରା ପଣତ କାନି ପୂଜନୀୟା, ବନ୍ଦନୀୟା ହେ ଉତ୍କଳ ଜନନୀ । ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ ଭଳି ବୀରପୁତ୍ର ଜନ୍ମି ତୋ’ କୋଳେ ତୋ’…

ଅଧିକ ପଢ଼ନ୍ତୁ
Pakhala Gunda

ପଖାଳ ଗୁଣ୍ଡା

ରେ ଓଡ଼ିଆ ! ତୋର ମନେ ଅଛି ସେ ବେଳ? ଗାଁ ଦାଣ୍ଡେ ଧୂଳି ଉଡ଼େଇ ପକେଇ କାନ୍ଧେ ବସ୍ତାନି ଯେବେ ଅଗଣାରେ ଚିଲଉଥିଲୁ ବୋଉ ! ବାଢ଼େ ପଖାଳ ! ଗେହ୍ଲା ସନ୍ତାନର ଡାକ ଶୁଣି ବୋଉର ପୂରୁଥିଲା ମନ, ବେଗେ ଯାଇ ସଜାଉଥିଲା ପଖାଳ କଂସା ସାଥେ ତିଅଣ, ବଡ଼ିଚୂରା ଖାଇବବୋଲି ତା’ ପ୍ରାଣଧନ । ଅଗଣାରେ ପକେଇଦେଇ ଆସନ ଡାକି ବଡ଼ ସରାଗେ, କୋଳରେ ବସେଇ ମୁଣ୍ଡକୁ ଦେଇ ନୁଆଇଁ ପାଟିରେ ଭରି…

ଅଧିକ ପଢ଼ନ୍ତୁ
Jagare - Odia poem for Lord Jagannath

ଜଗାରେ

କାଳେ ତୁ ନ ଚାହିଁଲେ ଗଛରେ ନହଲେ ପତର କାଳେ ତୋ ଅଧର ନାଲିରେ ପାହାନ୍ତି ସୁରୁଜ ଗାଏ ଗୀତ ବିଞ୍ଚି ଲାଳିମା କିରଣ ଅତର ! କାଳେ ତୋ ବଇଁଶୀ ସୁରେ ବହେ ମୃଦୁ ମଳୟ କାଳେ ତୋ ଚକାନୟନ ପଲକେ ଆଖି ଖୋଲେ ଏ ଧରା ଝୁମି ଝୁମି ନାଚି ନାଚି ବାନ୍ଧି ଘୁଙ୍ଗୁର ! କାଳେ ତୋ ନାଲି ହସେ ମହକି ଉଠେ ମନ ଅଗଣା ହୃଦୟ, ଚିତ୍ତ ଗଙ୍ଗା ସାଜି ବହେ…

ଅଧିକ ପଢ଼ନ୍ତୁ