କଟକ ରେଳ ଷ୍ଟେସନରେ ଗୋଟାଏ ଶୀତ ରାତି
ସଞ୍ଜ ବୁଡ଼ିଲା ବେଳଠାରୁ ଶୀତ ପଡ଼ି ସାରିଥିଲା, ସେ ପହଞ୍ଚି ସାରିଥିଲା ଷ୍ଟେସନ୍ ପାଖରେ କୋଉ ସକାଳୁ ମୁଠାଏ ଚୁଡ଼ା ଖାଇ ଏକମୁହାଁ ହୋଇ ଘରୁ ବାହାରି ଆସିଥିଲା । କ’ଣଟା ଆଉ କରିଥାନ୍ତା ଯେ !? ଆଉ ସହି ହେଉ ନଥିଲା ଶୀତରେ ଦିନ ସାରା ଥମୁନଥିବା ବୁଢ଼ା ବାପାଙ୍କର ଛାତି ଥରା ଧଇଁ କାଶ, ରାତିରେ ଚୁଲିପଖାରେ କନାପୁଡ଼ା ଦେଇ ନିଜର ଫୁଲି ଯାଇଥିବା ପାଦକୁ ସେକ ଦେଉଥିବା ବୋଉର ବିକଳ ଚାହାଣୀ, ସହି…